ନିୟମିତ କମ୍ପ୍ୟୁଟର ସାମ୍ନାରେ ବସି କାମ କରୁଛନ୍ତି କି? ଏହି ୬ ଉପାୟ ଆପଣାଇ ଆଖିକୁ ରଖନ୍ତୁ ସୁସ୍ଥ

ଆଖି ହେଉଛି ମଣିଷ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହା ସାହାଯ୍ୟରେ ଆମେ ସଂସାରର ସୌନ୍ଦର୍ଯ୍ୟକୁ ଉପଭୋଗ ମଧ୍ୟ କରପାରୁ। ସେଥିପାଇଁ ଶରୀରରକୁ ସୁସ୍ଥ ରଖିବା ସହ ଆଖିର ଯତ୍ନ ମଧ୍ୟ ନେବା ଦରକାର । ଆଜିକାଲି କମ ସମୟ ମଧ୍ୟରେ ଅଧିକ କାମ କରିବା ପାଇଁ ଲୋକମାନେ ଲାପ୍‌ଟପ୍‌ ଏବଂ କମ୍ପ୍ୟୁଟର ଇତ୍ୟାଦି ବ୍ୟବହାର କରୁଛନ୍ତି । ପ୍ରତିଦିନ ଲାପ୍‌ଟପ୍‌ ଏବଂ କମ୍ପ୍ୟୁଟର ଆଗରେ ବସି କାମ କରିବା ଦ୍ୱାରା ଦୃଷ୍ଟି ଶକ୍ତି କମ ହୋଇଥାଏ । ଯାହା ଫଳରେ ଚଷମା ବ୍ୟବହାର କରିବାକୁ ପଡ଼ିଥାଏ । ତେବେ ଆପଣ ଏହି ଉପାୟ ଆପଣାଇ ନିଜର ଆଖିକୁ ସୁସ୍ଥ ଓ ଦୃଷ୍ଟିଶକ୍ତିକୁ ଠିକ୍‌ ରଖି ପାରିବେ । ଆସନ୍ତୁ ଜାଣିବା ସେ ବିଷୟରେ…

୧. ବେଳେ ବେଳେ ଆମେ ଲାପ୍‌ଟପ୍‌ ଏବଂ କମ୍ପ୍ୟୁଟର ଆଗରେ ବସି କାମ କରିବା ସମୟରେ ଲାଇଟ୍‌ ବନ୍ଦ କରି କାମ କରିଥାଉ, ଯାହା ସଂପୁର୍ଣ୍ଣ ଭୁଲ । ଏପରି କରିବା ଦ୍ୱାରା ଲାପ୍‌ଟପ୍‌ ଏବଂ କମ୍ପ୍ୟୁଟର ଲାଇଟ୍‌ ସିଧା ଆଖରେ ପଡ଼ିଥାଏ । ଏପରି କରିବା ଦ୍ୱାରା ଶୀଘ୍ର ଆଖି ଖରାପ ହେବାର ଆଶଙ୍କା ରହିଥାଏ । ସେଥିପାଇଁ କମ୍ପ୍ୟୁଟର ସାମ୍ନାରେ କାମ କରିବା ସମୟରେ ଘରର ଲାଇଟ୍‌ ଲଗାଇ କାମ କରନ୍ତୁ ।

nari.punjabkesari.in

୨. ଲାପ୍‌ଟପ୍‌ ଏବଂ କମ୍ପ୍ୟୁଟର ଆଗରେ କାମ କରିବା ସମୟରେ ପ୍ରାୟ ୪୦ ସେଣ୍ଟିମିଟର ଦୂରରେ ବସି କାମ କରନ୍ତୁ । ଏପରି କରିବା ଦ୍ୱାରା କମ୍ପୁଟରର ଲାଇଟ୍‌ ଆଖି ଉପରେ କମ୍‌ ପଡ଼ିଥାଏ ।
୩. ଲାପ୍‌ଟପ୍‌ ଏବଂ କମ୍ପ୍ୟୁଟର ଆଗରେ ବସି କାମ କରିବା ମଧ୍ୟରେ ଗୋଟେ ଘଣ୍ଟା ମଧ୍ୟରେ ୧୦ମିନିଟ୍‌ ପାଇଁ ସବୁଜ ଗଛକୁ ଦେଖନ୍ତୁ । ଏପରି କଲେ ଆଖି ଏବଂ ମସ୍ତିଷ୍କକୁ ଶାନ୍ତି ମିଳିଥାଏ ।
୪.ସବୁବେଳେ ଯଦି ଆପଣ ଲାପ୍‌ଟପ୍‌ ଏବଂ କମ୍ପ୍ୟୁଟର ଆଗରେ ମସି କାମ କରୁଛନ୍ତି ତେବେ ପ୍ରତିଦିନର ଡ଼ାଏଟ୍‌ରେ କ୍ଷୀର,ଦହି,ପନିର,ଅଣ୍ଡା,ଗାଜର ଏବଂ ସବୁଜ ପନି ପରିବା ସାମିଲ କରନ୍ତୁ । ଏଥିରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍‌, ଭିଟାମିନ୍‌ A,E ଏବଂ C ରହିଥାଏ, ଯାହା ଆଖିକୁ ସୁସ୍ଥ ରଖିଥାଏ ।
୫.ଗୋଟେ ଦିନରେ ଅତି କମରେ ୪-୫ଥର ଆଖିକୁ ଭଲ କରି ଥଣ୍ଡା ପାଣିରେ ଧୁଅନ୍ତୁ । ଏପରି କଲେ ଆଖି ସବୁଦିନ ଠିକ୍‌ ରହିବ ।
୬.କାମ କରିବା ସମୟରେ ଆଖିର ବ୍ୟାୟାମ କରନ୍ତୁ । କାମରୁ ବ୍ରେକ୍‌ ନେଇ ଆଖି ଉପରେ ହାତ ରଖି କିଛି ସମୟ ବାମକୁ ଏବଂ କିଛି ସମୟ ଡ଼ାହାଣକୁ ବୁଲାନ୍ତୁ । ଏପରି କଲେ ଆଖି ସତେଜ ରହିବା ସହ ଖରାପ ହୋଇ ନଥାଏ ।

nari.punjabkesari.in
ସମ୍ବନ୍ଧିତ ଖବର