ଏହି ୫ଟି ଅଭ୍ୟାସ ମାନସିକ ରୋଗର ସଙ୍କେତ ଦେଇଥାଏ

ଏମିତି ବହୁତ ମାନସିକ ରୋଗ ରହିଛି ଯାହାକୁ ଲୋକମାନେ ଦେଖି ମଧ୍ୟ ଅଣଦେଖା କରି ଦେଇଥାଆନ୍ତି, ଯାହା ପରେ ଏକ ଭୟଙ୍କର ରୂପ ନେଇଥାଏ । ମାନସିକ ରୋଗରେ ପଡ଼ିବା ପରେ ତାହାର ଅନେକ ଲକ୍ଷଣ ମଧ୍ୟ ଦେଖା ଯାଇଥାଏ । କିନ୍ତୁ ଲୋକମାନଙ୍କ ପାଖରେ ସେ ରୋଗକୁ ନେଇ କୌଣସି ସୂଚନା ନଥିବାରୁ ସେମାନେ ମାନସିକ ରୋଗକୁ ଚିହ୍ନି ନ ପାରିବା ସହ ତାହାର ଚିକିତ୍ସା ମଧ୍ୟ କରି ପାରନ୍ତି ନାହିଁ । ଆଜି ଆମେ ସେଭଳି ୮ଟି ମାନସିକ ରୋଗ ବିଷୟରେ ଆପଣଙ୍କୁ ଜଣାଇବୁ ଯାହାକୁ ଲୋକମାନେ ମାମୁଲି ଭାବି ଅଣଦେଖା କରି ଦିଅନ୍ତି।

୧.କ୍ଲେପ୍ଟୋମାନିଆ : ଏହି ରୋଗରେ ପୀଡ଼ିତ ଥିବା ଲୋକ ଜାଣିଶୁଣି ଚୋରି କରିଥାଆନ୍ତି । ଏମାନେ କୌଣସି ମନ୍ଦ ଉଦ୍ଦେଶ୍ୟ ନେଇ ଚୋରି କରି ନ ଥିବା ବେଳେ ଏହି ରୋଗ ତାଙ୍କୁ ଚୋରି କରିବାକୁ ବାଧ୍ୟ କରିଥାଏ ବୋଲି ଜଣା ପଡ଼ିଛି।

Wikipedia

୨.ସ୍ଲିପ୍‌ ପାରାଲିସିସ୍‌ : ସ୍ଲିପ୍‌ ପାରାଲିସିସ୍‌ ହେଉଛି ଏକ ମାନସିକ ରୋଗ, ଯାହାକୁ ଲୋକମାନେ ସବୁବେଳେ ସାମାନ୍ୟ ବୋଲି ଭାବି ଥାଆନ୍ତି । ଏହି ରୋଗରେ ପୀଡ଼ିତ ହୋଇଥିବା ଲୋକମାନଙ୍କୁ ସାରା ରାତିରେ ନିଦ ହୋଇ ନଥାଏ । ଏଭଳି ସମସ୍ୟା ଦେଖା ଦେଲେ ସଙ୍ଗେ ସଙ୍ଗେ ମନୋଚିକିତ୍ସକଙ୍କୁ ଦେଖା କରନ୍ତୁ ।

The Cut

୩. ଡ଼ିରିୟଲାଇଜେସନ୍‌ : ଏହି ରୋଗରେ ପୀଡ଼ିତ ଥିବା ଲୋକମାନଙ୍କୁ ସାରା ଦୁନିଆ ଏବଂ ଦୁନିଆର ଲୋକମାନେ ଅସତ୍ୟ ଲାଗି ଥାଆନ୍ତି । ଏହି ରୋଗ ମାଇଗ୍ରେନ ବା ମୁଣ୍ଡରେ ଆଘାତ ଲାଗିବା ପରେ ହୋଇଥାଏ ।

akhbarak.net

୪.କୃତ୍ରିମ ବିକାର : ବହୁତ ଲୋକଙ୍କୁ ଏହି ରୋଗ ବିଷୟରେ ଜଣା ନଥାଏ । ଏହି ରୋଗର ଶିକାର ହେଲେ ଲୋକମାନେ କୌଣସି କାମ କରିବା ପାଇଁ ଇଚ୍ଛା କରନ୍ତି ନାହିଁ ।

୫. ଟ୍ରିକୋଟ୍ରିଲୋମାନିଆ : ଏହି ରୋଗ ଅତି ଅଦ୍ଭୁତ । ଏହି ରୋଗର ଶିକାର ହେବା ପରେ ଜଣେ ଲୋକ ନିଜେ ନିଜର ଚୁଟି ଭିଡ଼ିବାକୁ ଲାଗିଥାଏ । ଏହା ସହ ବେଳେ ବେଳେ ସେ ରୋଗୀ ନିଜେ ନିଜର କେଶ ଖାଇବାକୁ ଲାଗିଥାଏ । ଯଦି କାହା ପାଖରେ ଏଭଳି ଲକ୍ଷଣ ଦେଖୁଛନ୍ତି, ତେବେ ତୁରନ୍ତ ଡ଼ାକ୍ତରଙ୍କୁ ପରାମର୍ଶ କରନ୍ତୁ ।

ସମ୍ବନ୍ଧିତ ଖବର