ଏହି ୪ଟି ଅଙ୍ଗକୁ ଆଙ୍ଗୁଠିରେ ବାରମ୍ବାର ଛୁଇଁବା ହୋଇପାରେ ଶରୀର ପାଇଁ ହାନିକାରକ

ମଣିଷ ସୁସ୍ଥ ରହିବା ପାଇଁ ଯଥା ସମ୍ଭବ ଚେଷ୍ଟା କରିଥାଏ । କିନ୍ତୁ ବେଳେ ବେଳେ ନିଜ ଅଜାଣତରେ କିଛି ଏପରି ଭୁଲ କରି ବସିଥାଏ, ଯାହାର ପରିଣାମ ତାକୁ ପରେ ଭୋଗିବାକୁ ପଡ଼ିଥାଏ । କିଛି ଲୋକଙ୍କର ଶରୀରର ବିଭିନ୍ନ ଅଂଶକୁ ବାରମ୍ବାର ଛୁଇଁବାର ଖରାପ ଅଭ୍ୟାସ ରହିଥାଏ । ସେମାନଙ୍କର ଏହି ଖରାପ ଅଭ୍ୟାସ ସେମାନଙ୍କ ଶରୀରରକୁ କ୍ଷତି ପହଞ୍ଚାଇଥାଏ । ଆସନ୍ତୁ ଜାଣିବା ଆପଣମାନେ ଆପଣଙ୍କ ଅଜାଣତରେ କରୁଥିବା ଏହି ୪ଟି ଭୁଲ ବିଷୟରେ….

୧.କିଛି ଲୋକ ବାରମ୍ବାର ନିଜ ଆଖିକୁ ହାତରେ ମଳିଥାନ୍ତି । ଏପରି କରିବା ଦ୍ୱାରା ହାତର ବ୍ୟାକ୍ଟେରିଆ ଆଖିକୁ ଚାଲି ଯାଇଥାଏ । ଯାହାଦ୍ୱାରା ଆଖି କୁଣ୍ଡାଇ ହେବା ବା ପୋଡ଼ା ଜଳା ଭଳି ସମସ୍ୟା ଦେଖା ଦେଇଥାଏ ।

Image result for touching eye
Medical News Today

୨.ମୁହଁରେ ବ୍ରଣ ହେବା ଏକ ସାଧାରଣ କଥା । କିନ୍ତୁ କିଛି ଲୋକ ମୁହଁରେ ବ୍ରଣ ହେଲେ ବାରମ୍ବାର ସେଥିରେ ହାତ ଲଗାଇଥାନ୍ତି । ଯାହା ଦ୍ୱାରା ତାହାର ବ୍ୟାକ୍ଟେରିଆ ମୁହଁର ଅନ୍ୟ ଭାଗକୁ ଚାଲି ଯାଇଥାଏ ।
୩. ଖାଦ୍ୟ ଖାଇବା ପରେ ଖାଦ୍ୟର କିଛି ଅଂଶ ପାଟିରେ ରହି ଗଲେ, କିଛି ଲୋକଙ୍କର ତାହାକୁ ନିଜ ହାତରେ ବାହାର କରିବାର ଖରାପ ଅଭ୍ୟାସ ରହିଥାଏ । ଏପରି କରିବା ଦ୍ୱାରା ହାତର ବ୍ୟାକ୍ଟେରିଆ ମୁହଁକୁ ଏବଂ ମୁହଁର ବ୍ୟାକ୍ଟେରିଆ ହାତକୁ ଆସି ଯାଇଥାଏ । ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ ।
୪.ନାକରେ ଆଙ୍ଗୁଠି ଭର୍ତ୍ତି କରିବା ଦ୍ୱାରା ନାକର ବ୍ୟାକ୍ଟେରିଆ ଆଙ୍ଗୁଠିକୁ ଏବଂ ଆଙ୍ଗୁଠିର ବ୍ୟାକ୍ଟେରିଆ ନାକକୁ ଚାଲି ଯାଇଥାଏ, ଯାହାଦ୍ୱାରା ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ ।

ସମ୍ବନ୍ଧିତ ଖବର