ଏସିଡିଟି ସମସ୍ୟା ରହିଛି କି! ଏହି ଉପାୟକୁ ଆପଣାଇ ତୁରନ୍ତ ପାଆନ୍ତୁ ଆରାମ

ଆଜିକାଲି ଅନେକ ଏସିଡିଟି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନିମ୍ନରେ ଦିଆଯାଇଥିବା ଉପାୟ ଅବଲମ୍ବନ କରି ଆପଣ ଏହି ସମସ୍ୟାରୁ ଦୂରେଇ ରହିପାରିବେ।

୧: ଶୋଇବାର ତିନି-ଚାରି ଘଣ୍ଟା ପୂର୍ବରୁ ରାତ୍ରି ଭୋଜନ କରି ନିଅନ୍ତୁ। ଏହାଦ୍ୱାରା ଖାଦ୍ୟ ସଠିକ୍‌ ଭାବେ ହଜମ ହୋଇଥାଏ। ଯାହାଦ୍ୱାର ସକାଳୁ ଉଠିଲେ ଶରୀର ଫୁର୍ତ୍ତି ଲାଗିବା ସହିତ କାମ କରିବାରେ ମନ ଲାଗିଥାଏ।

୨:ପ୍ରତିଦିନ ଖାଇ ସାରିବା ପରେ ଗୋଟିଏରୁ ଦୁଇଟି କଦଳୀ ଖାଆନ୍ତୁ। କାହିଁକି ନା, କଦଳୀରେ ରହିଛି ପ୍ରାକୃତିକ ଆଣ୍ଟାସିଡ୍‌, ଯାହା ଏସିଡିଟିକୁ ଦୂର କରିଥାଏ।

Image result for banana
Medical News Today

୩:ରାତିରେ ପେଟ ପୂରା ନ ଖାଇ ହାଲକା ଖାଦ୍ୟ ଗ୍ରହଣ କରନ୍ତୁ। ଏହାଦ୍ୱାରା ଖାଦ୍ୟ ହଜମ ସହଜରେ ହେବ ଓ ଏସିଡ୍‌ ଅଧିକ ମାତ୍ରାରେ ତିଆରି ହୋଇପାରିବ ନାହିଁ।

୪:ଖାଇ ସାରିଲା ପରେ ପାନମଧୁରୀ, ଲବଙ୍ଗ କିମ୍ବା ଅଲେଇଚ ଚୋବାନ୍ତୁ, ଏହା ଏସିଡ୍‌କୁ ନ୍ୟୁଟ୍ରାଲାଇଜ୍‌ (ପ୍ରଭାବହୀନ) କରିଥାଏ।

୫:ରାତ୍ରିଭୋଜନ ପରେ ଅଧା ଗ୍ଲାସ୍‌ରୁ ଏକ ଗ୍ଲାସ୍‌ ଥଣ୍ଡା କ୍ଷୀର ପିଅନ୍ତୁ, ଏହା ଏସିଡ୍‌କୁ ଡାଇଲୁଟ୍‌ କରିଥାଏ ଓ ପୀଡ଼ାରୁ ମଧ୍ୟ ମୁକ୍ତି ଦେଇଥାଏ।

ସମ୍ବନ୍ଧିତ ଖବର