ସଂପର୍କରେ ଅଭିନୟ ଜରୁରୀ କି? ଜାଣନ୍ତୁ କ’ଣ କହନ୍ତିି ବିଶେଷଜ୍ଞ

ସତ୍ୟ, ବିଶ୍ୱାସ, ସ୍ନେହ, ଆନ୍ତରିକତା ଓ ଉତ୍ସର୍ଗ ଆଦି ଉପାଦନରେ ହିଁ ଗଢ଼ି ହୁଏ ସଂପର୍କର ମହଲ। ଏଥିରୁ ଗୋଟାଏ କମ୍‌ ହେଲେ ସେ ସଂପର୍କ ତିଷ୍ଠି ପାରେନା। ସଂପର୍କ ପାଇଁ ଆବଶ୍ୟକ ପଡ଼େନା ଛଳନା, କିମ୍ବା ଆଉ କିଛିର ସାହାରା। ଅନେକ ଲୋକଙ୍କ ଧାରଣା ସଂପର୍କରେ ଅଭିନୟର କୌଣସି ସ୍ଥାନ ନାହିଁ। ସେପରି ପ୍ରାୟ ସଭିଁଙ୍କର ଧାରଣା। ଅଭିନୟ କରି ସଂପର୍କ ତୁଲାଇ ହୁଏନା। ମାତ୍ର ଚାଲନ୍ତୁ ଜାଣିବା ଏ ବିଷୟରେ କ’ଣ କୁହନ୍ତି ବିଶେଷଜ୍ଞ।

ଆମେରିକାର ମନସ୍ତତ୍ୱବିତ୍‌ ଏମ୍ମାଂ ଓ୍ଵିଲିୟମ୍‌, ମାସନ୍‌ ଓଲିଭିଆ ଏବଂ ସୋଫିଆ ଆଦି ମିଶି ସଂପର୍କକୁ ନେଇ ଏକ ଗବେଷଣା କରିବାକୁ ଚିନ୍ତା କଲେ। ସେମାନେ ଜାଣିବାକୁ ଚାହିଁଲେ ଯେ ବାସ୍ତବରେ କ’ଣ ସବୁ ସଂପର୍କ ସ୍ନେହ, ପ୍ରେମ ଓ ବିଶ୍ୱାସର ଆଧାରରେ ତିଷ୍ଟେ! ସେଥିପାଇଁ ସେ କେତେ ଜଣ ଘନିଷ୍ଠ ଯୋଡ଼ିଙ୍କୁ ନେଲେ। ସେମାନଙ୍କ ସହ କିଛ ଦିନ ବିତାଇଲେ। ସେଥିରୁ ସେ ଯାହା ସ୍ପଷ୍ଟ ହେଲେ ତାହା ନିମ୍ନରେ ଉଲ୍ଲେଖ କରାଯାଇଛି।

ବିଶେଷଜ୍ଞଙ୍କ କହିବା ମୁତାବକ, ସାମାନ୍ୟ ଅଭିନୟ ସଂପର୍କର ସୌନ୍ଦର୍ଯ୍ୟ ବୃଦ୍ଧି କରାଏ। ସିଧା ସଳଖ ଭାବେ ନିଜର ଭାବ ବ୍ୟକ୍ତ କରୁଥିବା ବ୍ୟକ୍ତି ଅପେକ୍ଷାକୃତ କମ୍‌ ପ୍ରିୟଭାଜନ ହୋଇଥାନ୍ତି। ସଂପର୍କକୁ ରଂଗୀନ କରିବା ପାଇଁ ସାମାନ୍ୟ ଅଭିନୟର ବି ଆବଶ୍ୟକତା ରହିଛି। ବେଳେ ବେଳେ ବ୍ୟକ୍ତି ନିଜର ଭଲପାଇବାକୁ ଭିତରେ ରଖିବାକୁ ଶ୍ରେୟସ୍କର ଭାବିଥାନ୍ତି। ମାତ୍ର ସବୁ ମଣିଷଙ୍କ ଅନ୍ତର ପଢ଼ିବାର ସାମର୍ଥ୍ୟ ନ ଥାଏ ଜେଣୁ ମନ କଥା ବେଳେ ବେଳେ ଖୋଲି କହିଲେ ସଂପର୍କ ପାଇଁ ଭଲ ହୋଇଥାଏ ବୋଲି ଗବେଷକ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର