ଉପବାସ କରି ସାରିବା ପରେ ଏହିସବୁ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ

ଏବେ ପାର୍ବଣର ଋତୁ ଚାଲିଛି। ନବରାତ୍ରି ଆରମ୍ଭ ହୋଇଯାଇଥିବା ହେତୁ ଏହି ସମୟରେ ଅନେକ ଲୋକ ବ୍ରତ ଏବଂ ଉପବାସ ରଖିଥାନ୍ତି। କେତେକ ଲୋକ ନଅ ଦିନ ବିନା ଅନ୍ନରେ ଉପବାସ କରିଥାନ୍ତି ତ କେତେ ଜଣ ଗୋଟିଏ ସମୟରେ ଭୋଜନ ଖାଇ ଉପବାସ କରିଥାଆନ୍ତି। ତେଣୁ ଏହି ଉପବାସ ସମୟରେ କିଛି ଜିନିଷ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ଆସନ୍ତୁ ଜାଣିବା।

୧. ଉପାସ କରିବା ସାରିବା ପରେ ପ୍ରୋଟିନ୍‌ ଯୁକ୍ତ ଭରପୂର ଆହାର ଖାଆନ୍ତୁ। ଏହା ଦ୍ଵାରା ଶରୀରକୁ ଶକ୍ତି ମିଳିଥାଏ।

୨. ଦୀର୍ଘ ସମୟ ପର୍ଯ୍ୟନ୍ତ ଖାଲି ପେଟ ରହିବା ପରେ ଆଗେ ଗୋଟିଏ ଗ୍ଲାସ୍‌ ପାଣି ପିଇବା ସବୁଠାରୁ ଲାଭଦାୟକ ହୋଇଥାଏ। ଯାହାଦ୍ଵାରା ପେଟ ଥଣ୍ଡା ହୋଇଯାଇଥାଏ।

୩. ଆପଣ ଲେମ୍ବୁ ପାଣି, ଲସି, ନଡ଼ିଆ ପାଣି ମଧ୍ୟ ପିଇ ପାରିବେ। ଏହା ଦ୍ଵାରା ଆପଣଙ୍କୁ ଶକ୍ତି ମିଳିବ ଏବଂ ଆପଣଙ୍କ ହଜମ ପ୍ରକ୍ରିୟା ଠିକ୍‌ ଭାବେ ହେବ।

୪. ଉପାସ ପରେ ତେଲ-ମସଲା ଯୁକ୍ତ ଖାଦ୍ୟ ନଖାଇବା ପାଇଁ ଚେଷ୍ଟା କରନ୍ତୁ। ମିଠା ଏବଂ ଛଣାଛଣି ଜିନିଷଠାରୁ ଦୂରେଇ ରୁହନ୍ତୁ।

୫. ଆପଣ ମଲ୍‌ଟିଗ୍ରେନ୍‌ ଅଟା ଖାଇପାରିବେ। ତରକାରିରେ ଲାଉ,କଖାରୁ,ଟମାଟୋ,ଭେଣ୍ଡି,ଡାଲି ଏବଂ ଦହି ଭଳି ହାଲୁକା ଜିନିଷ ଖାଇପାରିବେ।

ସମ୍ବନ୍ଧିତ ଖବର