ବାୟୁ ପ୍ରଦୂଷଣ ଯୋଗୁଁ ରୋଗଗ୍ରସ୍ତ ହୋଇପାରନ୍ତି , ଏଥିରୁ ରକ୍ଷା ପାଇବାଲାଗି ଆପଣାନ୍ତୁ ଏସବୁ ସହଜ ଉପାୟ

ଆଜିକାଲି ବାୟୁପ୍ରଦୂଷଣ ଜନିତ ସମସ୍ୟା ଦ୍ୱାରା ଅନେକ ଲୋକ ଜର୍ଜରିତ। ଏଥିରୁ ରକ୍ଷା ପାଇବା ଲାଗି କ’ଣ କରାଯିବା ଆବଶ୍ୟକ, ଆସନ୍ତୁ ଜାଣିବା…

ପ୍ରଥମ କଥା ହେଲା ଘରୁ ବାହାରିବା ବେଳେ ମୁହଁରେ ମାସ୍କ ଲଗାନ୍ତୁ। ତା’ଛଡ଼ା ଆଖିରେ ଚଷମା ମଧ୍ୟ ଲଗାନ୍ତୁ। ମନେ ରଖନ୍ତୁ ମୁହଁରେ ଲାଗିଥିବା ମାସ୍କକୁ ବାରମ୍ବାର ଛୁଇଁବା ଅନୁଚିତ।

ଗୋଟିଏ ମାସ୍କକୁ ବାରମ୍ବାର ବ୍ୟବହାର କରିବା ବି ଠିକ୍‌ ନୁହେଁ। ଏହାଦ୍ୱାରା ଭାଇରସ ଓ ଅନ୍ୟ କେତେକ ପ୍ରକାରର ସଂକ୍ରମଣର ଶିକାର ହୋଇପାରନ୍ତି।

ଘରର ଆଗପଛ ଅଞ୍ଚଳକୁ ଓଦା କରି ରଖନ୍ତୁ। ଏହାଦ୍ୱାରା ଧୂଳିକଣା ଘରେ ପ୍ରବେଶ କରିବ ନାହିଁ କି ଆପଣ ପ୍ରଦୂଷଣ ଗ୍ରସ୍ତ ହେବେ ନାହିଁ। ଏହାଛଡ଼ା ଘରର ସ୍ୱଚ୍ଛତା ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଅନ୍ତୁ।

ଯଦି ପ୍ରଦୂଷଣରୁ ରକ୍ଷା ପାଇବାକୁ ଚାହାଁନ୍ତି, ତେବେ ଅଳ୍ପ ଗୁଡ଼ ନିଶ୍ଚିତ ଖାଆନ୍ତୁ। ଠିକ୍‌ ସେହିପରି ପ୍ରତିଦିନ ଏକ ଗ୍ଲାସ ଗମର ଦୁଧ ପିଇବା ବି ଉଚିତ। ପ୍ରଦୂଷଣର କୁପ୍ରଭାବରୁ ରକ୍ଷା ପାଇବା ଲାଗି ପ୍ରତିଦିନ ଅଧିକ ପରିମାଣରେ ଜଳ ପିଅନ୍ତୁ। ଠିକ୍‌ ସେହିପରି ତୁଳସୀପତ୍ରକୁ ପାଣିରେ ମିଶାଇ ପିଇଲେ ମଧ୍ୟ ପ୍ରଦୂଷଣର କୁପ୍ରଭାବ ଶରୀର ଉପରେ ପଡ଼ିନଥାଏ। ଠିକ୍‌ ସେହିପରି ଉଷୁମ ଜଳ ପିଇଲେ ବି ସେହି ଲାଭ ମିଳିଥାଏ।

ସମ୍ବନ୍ଧିତ ଖବର