ବଗିଚାରେ ଲଗାନ୍ତୁ ଜୁଆଣି ଗଛ, ପାଖ ମାଡ଼ିବ ନାହିଁ ସର୍ଦ୍ଦି ଓ ଜ୍ୱର

ଜୁଆଣି ପତ୍ର ଖୁବ ଉପକାରୀ । କାରଣ ଏହା କେବଳ ରୋଷେଇ କାର୍ଯ୍ୟରେ ନୁହେଁ ବରଂ ଔଷଧ ଭାବରେ ମଧ୍ୟ କାମ କରେ । ଏହାକୁ ବ୍ୟବହାର କଲେ ଖାଦ୍ୟର ସ୍ୱାଦ ଦ୍ୱିଗୁଣିତ ହୋଇଥାଏ । କୁହାଯାଏ ଯଦି ଘର ବାଡ଼ିରେ ଗୋଟିଏ ମାତ୍ର ଜୁଆଣି ଗଛ ଲଗାଉଛନ୍ତି, ତେବେ ଏହା ଆପଣଙ୍କର ଏକାଧିକ କାମରେ ଆସିଥାଏ । ଜୁଆଣି ଗଛ କେଉଁଭଳି ଭାବରେ ଔଷଧୀୟ କାମ କରିଥାଏ, ଜାଣନ୍ତୁ।

ଯଦି ଆପଣଙ୍କୁ ସର୍ଦ୍ଦି ହୋଇଛି ତେବେ ଜୁଆଣି ପତ୍ରକୁ ପାଣିରେ ଫୁଟାଇ ପିଅନ୍ତୁ ।ଏହା ଦ୍ୱାରା ଥଣ୍ଡା କାଶ ଆଦି ସମସ୍ୟା ଖୁବଶୀଘ୍ର ଭଲ ହୋଇଯିବ । ପକୋଡ଼ି ପ୍ରସ୍ତୁତ କରିବା ସମୟରେ ଯଦି ଜୁଆଣି ପତ୍ରକୁ ପକାଇ ପ୍ରସ୍ତୁତ କରୁଛନ୍ତି, ତେବେ ତାହାକୁ ଖାଇଲେ ଗ୍ୟାସ ସମସ୍ୟା ଦେଖା ଦେବନାହିଁ ।

ଦହିରେ କିଛି ଜୁଆଣି ପେଷ୍ଟ ମିଶାଇ ଚଟଣୀ ପ୍ରସ୍ତୁତ କରାଯାଇ ପାରିବ । ଏହା ବାସ୍ନାକୁ ଦ୍ୱିଗୁଣିତ କରିଥାଏ । ଏତଦ୍ ବ୍ୟତୀତ କିଛି ତାଜା ଜୁଆଣି ପତ୍ରରେ ଅଦାକୁ ମିଶାଇ ଭଲ ଭାବରେ ବାଟି ଏକ ଚଟଣୀ ପ୍ରସ୍ତୁତ କରିପାରିବେ । ଗ୍ରୀନ ଜୁସ ପ୍ରସ୍ତୁତ କରିବା ପାଇଁ ଆପଣ କୌଣସି ଫଳରେ ଏହାର ପତ୍ରକୁ ମିଶାଇ ପ୍ରସ୍ତୁତ କରିପାରିବେ ।

ସମ୍ବନ୍ଧିତ ଖବର