ମଦ୍ୟପାନ ନିଦ୍ରାହୀନତାର ଶିକାର କରାଏ

ନିଶା ଖାଇବା ଆଜିକାଲି ଫ୍ୟାସନ ପାଲଟି ଗଲାଣି । ଦେଶ-ବିଦେଶରେ ସ୍କୁଲରେ ଟିକିଏ ଉପର ଶ୍ରେଣୀରେ ପଢ଼ୁଥିବା ପିଲାମାନେ ବି ମଦ୍ୟପାନ କରୁଛନ୍ତି। ନିଶା ନିବାରଣ କରିବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ଏହା ବିଶେଷ ପ୍ରଭାବଶାଳୀ ହୋଇପାରୁନାହିଁ । ପୁଣି କେତେକଙ୍କ ମନରେ ଗୋଟେ ଭୁଲ ଧାରଣା ରହିିଛି କି ଭଲ ନିଦ ହେବା ପାଇଁ ମଦ ପିଇବା ନିହାତ ଜରୁରି । ସେଥିପାଇଁ ଯୁବପିଢ଼ିର ଅନେକ ମଧ୍ୟ ନିଶାଗ୍ରସ୍ତ ହେବା ଦେଖିବାକୁ ମିଳୁଛିା ପାର୍ଟି ହେଉ ବା ଜନ୍ମଦିନ, ସବୁ ଭଲ ଦିନଗୁଡ଼ିକୁ ପାଳନ କରିବା ପାଇଁ ପିଲାଏ ମଦକୁ ହିଁ ବାଛୁଛନ୍ତି । କିନ୍ତୁ ଏହା ତାଙ୍କୁ ନିଦ୍ରହୀନତା ଆଡ଼କୁ ଟାଣି ନେଉଛି ତାହା ହୁଏତ ସେମାନଙ୍କୁ ଜଣା ନାହିଁ । କିଛି ଦିନ ପୂର୍ବରୁ ଏକ ଗବେଷଣାରୁ ଜଣା ପଡ଼ିଛି କି ଅଧିକ ମଦ ପିଉଥିବା ଲୋକମାନେ ନିଦ୍ରାହୀନତାର ଶିକାର ହୋଇଥାନ୍ତି ।

ରଟ୍‌ଗର ବିଶ୍ୱବିଦ୍ୟାଳୟର ଗବେଷକ ନାଓମି ମାରମୋରଷ୍ଟେନ୍‌ ଏ ନେଇ ଏକ ଗବେଷଣା କରିଥିଲେ । ସେ ଦେଖିବାକୁ ପାଇଲେ ଯେ ଅଧିକ ମଦ୍ୟପାଦ ଦ୍ୱାରା ଦିନରେ ନିଦ ଲାଗିବା, ନିଦରେ ଚାଲିବା, ଘୁଙ୍ଗୁଡ଼ି ମାରିବା, ରାତିରେ ନିଦ ଡ଼େରିରେ ହେବା ଭଳି ଲକ୍ଷଣ ଦେଖାଯାଏ । ଯେତେବେଳେ ଜଣେ ଅଧିକ ମଦ ପିଇବା ଦ୍ୱାରା ନିଦ୍ରାହୀନତାର ଶିକାର ହେଉଛି ବୋଲି ସେ ଜାଣିଲେ ସେତେବେଳେ ଏହା ଦ୍ୱାରା ମସ୍ତିଷ୍କକୁ ଆକ୍ରାନ୍ତ କରୁଛି କି ନାହିଁ ଜାଣିବା ପାଇଁ ସେ ଆଉ ଏକ ପରୀକ୍ଷା କଲେ । ଏହି ପରୀକ୍ଷା ପାଇଁ ସେ ସପ୍ତମ ଏବଂ ଅଷ୍ଟମ ଗ୍ରେଡ଼ରେ ପଢ଼ୁଥିବା ପିଲାମାନଙ୍କୁ ନେଲେ । ସେମାନଙ୍କୁ ନିଦ ଆସିବା ପାଇଁ କେତେ ସମୟ ଲାଗେ, ନିଦ ପୂରା ହୁଏ ନା ଅଧାରୁ ଭାଙ୍ଗି ଯାଏ, ସ୍କୁଲରେ ନିଦ ଲାଗେ ନା ନାହିଁ ଭଳି କିଛି ପ୍ରଶ୍ନ ପଚରା ଯାଇଥିଲା । ୪ ମାସ ଭିତରେ ସେମାନେ କେତେ ମଦ ପିଇଛନ୍ତି ତାହା ମଧ୍ୟ ପଚରା ଯାଇଥିଲା । ଏହା ପରେ ସେ ଜାଣି ବାକୁ ପାଇଲେ କି ମଦ ପିଇବା ସହିତ ମସ୍ତିଷ୍କ ରୋଗର କିଛି ସଂପର୍କ ନାହିଁ । ମଦ ପିଇବା ଦ୍ୱାରା କେବଳ ନିଦ୍ରାହିନତା ହିଁ ହୋଇଥାଏ ।

ସମ୍ବନ୍ଧିତ ଖବର