ଆଲୁମିନିୟମ୍‌ ଫଏଲ୍‌ରେ ଖାଦ୍ୟ ପ୍ୟାକ୍‌ କରନ୍ତୁ ନାହିଁ, ଜାଣନ୍ତୁ କାରଣ

ଆଜିକାଲି ଫାଷ୍ଟଫୁଡ଼ଠାରୁ ଆରମ୍ଭ କରି ଫାଇଭଷ୍ଟାର ହୋଟେଲ ପର୍ଯ୍ୟନ୍ତ ସବୁଠି ଖାଦ୍ୟକୁ ପ୍ୟାକ୍‌ କରିବା ପାଇଁ ଆଲୁମିନିୟମ ଫଏଲର ବ୍ୟବହାର କରାଯାଉଛି। ଘରକୁ ଖାଦ୍ୟ ନେବା ପାଇଁ ଏହାକୁ ସବୁଠୁ ଭଲ ପଦ୍ଧତି ବୋଲି ଲୋକେ ଭାବନ୍ତି । କିନ୍ତୁ ଆପଣ ଯଦି ଜାଣିବେ ଯେ ଖାଦ୍ୟ ସହିତ ଆଲୁମିନିୟମ ଫଏଲ୍‌ ଲାଗିଲେ ଏହାର କୁପ୍ରଭାବ ଖାଦ୍ୟ ଉପରେ ପଡ଼େ ତେବେ ଏଥିରୁ ନିବୃତ୍ତ ରହିବେ ।

YouTubeinium

ଅତ୍ୟଧିକ ଗରମ ଥିବା ଖାଦ୍ୟକୁ ଆଲୁମିନିୟମ୍‌ ଫଏଲ୍‌ରେ ଗୁଡ଼ାନ୍ତୁ ନାହିଁ । କାରଣ ଏହା ଦ୍ୱାରା ଆଲୁମିନିୟମ୍‌ ଫଏଲ୍‌ ତରଳି ଯାଇଥାଏ ଓ ଖାଦ୍ୟରେ ଥିବା ପୁଷ୍ଟିକର ତତ୍ତ୍ୱରେ ମିଶିଯାଇଥାଏ । ଖାଲି ସେତିକି ନୁହଁ , ଏପରି କରିଲେ ଅଲଜାଇମର୍‌ ଓ ଡ଼ିମୋନସିୟା ଭଳି ରୋଗ ହେବାର କି ଅଶଙ୍କା ରହିଛି।

NDTV Food

ଆଲୁମିନିୟମ୍‌ ଫଏଲରେ ଟମାଟୋ, ସାଇଟ୍ରିକ ଏସିଡ୍‌ ଥିବା ଫଳ ଓ ମସଲାଯୁକ୍ତ ଖାଦ୍ୟ ରଖି ପ୍ୟାକ୍‌ କରିବା ଅନୁଚିତ । ଏଭଳି କରିଲେ ଖାଦ୍ୟରେ ସହଜରେ ବ୍ୟାକ୍ଟେରିଆ ପ୍ରବେଶ କରିଥାଏ । ଯଦି କୌଣସି ଖାଦ୍ୟ ପଦାର୍ଥ ଫ୍ରିଜରେ ରଖୁଛନ୍ତି ତେବେ ଆଲୁମିନିୟମ୍‌ ଫଏଲର ବ୍ୟବହାର କରନ୍ତୁ ନାହିଁ । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ କେବେ ବି ବଳକା ଖାଦ୍ୟକୁ ଆଲୁମିନିୟମ ଫଏଲ୍‌ରେ ପ୍ୟାକ କରନ୍ତୁ ନାହିଁ । ତା’ଛଡ଼ା ଏଥିରେ ଖାଦ୍ୟ ରଖି ମାଇକ୍ରୋଓଭେନରେ ଗରମ କରିବା ବି ଅନୁଚିତ । ଠିକ୍‌ ସେହିପରି ଘରେ କେବେ ବି ଆଲୁମିନିୟମ୍‌ ପାତ୍ରରେ ଖାଦ୍ୟ ରାନ୍ଧନ୍ତୁ ନାହିଁ । କାରଣ ଏଥିରେ ପ୍ରସ୍ତୁତ ଖାଦ୍ୟ ଖାଇଲେ କିଡ୍‌ନି ଓ ହାଡ଼ର କ୍ଷତି ଘଟିଥାଏ।

ସମ୍ବନ୍ଧିତ ଖବର