ଏଲୋଭରା ଖାଇବା ଯୋଗୁଁ ଶରୀରରେ ହେଉଥିବା ଫାଇଦା ବିଷୟରେ ହୁଏତ ଆପଣ ଶୁଣିଥିବା ସହିତ ଏହାର ସେବନ ବି କରିଥିବେ! ଏଲୋଭରା ସାଧାରଣ ଭାବେ ତ୍ୱଚାରେ ଲଗାଇବାଠାରୁ ଆରମ୍ଭ କରି ଜୁସ୍ ଭାବେ ବି ବ୍ୟବହାର କରାଯାଇଥାଏ। ହୁଏତ ଏହାର ସେବନ ଯୋଗୁଁ ବ୍ୟକ୍ତିଠାରେ ହେଉଥିବା ଏହାର ଫାଇଦା ବିଷୟରେ ଆପଣ ଭଲଭାବରେ ଜାଣିଥିବେ।ହେଲେ କ’ଣ ଆପଣ ଜାଣିଛନ୍ତି କି ,ଯେଉଁ ଏଲୋଭରାର ପ୍ରୟୋଗ ବ୍ୟକ୍ତି ଲାଗି ଫାଇଦା ଆଣିଥାଏ ତାହା ପୁଣି ତାକୁ ସମସ୍ୟାରେ ମଧ୍ୟ ପକାଇଥାଏ ?ତେବେ ହଁ ଆଜି ଆମେ ଆପଣଙ୍କୁ ଏଲୋଭରାର ସେବନ ଫଳରେ କି ପ୍ରକାରର ସମସ୍ୟା ଉପୁଯାଇଥାଏ ସେହି ସବୁ ବିଷୟରେ ଜଣାଇବୁ।ତେବେ ଏନେଇ ଜାଣିବାକୁ ହେଲେ ଆପଣଙ୍କୁ ନିମ୍ନରେ ଦିଆଯାଇଥିବା ଟିପ୍ପଣୀ ଉପରେ ନଜର ପକାଇବାକୁ ହେବ…..
୧- ତ୍ୱଚାରେ ଖରାପ ପ୍ରଭାବ ପକାଇଥାଏ ଏଲୋଭରାର ଅତ୍ୟଧିକ ପ୍ରୟୋଗ!:-କହିବାକୁଗଲେ ଏଲୋଭରା ବା ଘିକୁଆଁରି ଅନେକ ଲୋକଙ୍କ ପାଇଁ ବରଦାନ ସଦୃଶ ହୋଇଥିବାବେଳେ,ଏହାର ମାତ୍ରାଧିକ ପ୍ରୟୋଗ ଯୋଗୁଁ ବ୍ୟକ୍ତିଠାରେ ତ୍ୱଚାଜନିତ ସମସ୍ୟା ଦେଖାଯାଇଥାଏ। ଯେପରିକି ତ୍ୱଚାରେ ଦାଗ ଜନିତ ସମସ୍ୟା,ତ୍ୱଚା କୁଣ୍ଡାଇ ହେବା ଏବଂ ତ୍ୱଚାର ରଙ୍ଗ ଲାଲ ଦିଶିବା ଭଳି ସମସ୍ୟା ଦେଖାଯାଇଥାଏ।
୨-ବ୍ଲଡ୍ସୁଗାର ଜନିତ ସମସ୍ୟା ଦେଖାଦିଏ:- ସାଧାରଣତଃ ଏଲୋଭରାର ପ୍ରତ୍ୟେକ ଦିନର ସେବନ ଯୋଗୁଁ ଉଚ୍ଚ ରକ୍ତଚାପ ସମସ୍ୟାରେ ପୀଡ଼ିତ ବ୍ୟକ୍ତିଙ୍କ ଲାଗି ଏହାର ସେବନ ଉପଯୁକ୍ତ ହୋଇଥିବାେବେଳ,ନିମ୍ନ ରକ୍ତଚାପ ସମସ୍ୟାରେ ପୀଡ଼ିତ ଥିବା ବ୍ୟକ୍ତିଙ୍କୁ ଏହାର ସେବନ ଭାରି ପଡ଼ିଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
୩- ହୃଦୟ ସମ୍ବନ୍ଧିତ ସମସ୍ୟା ଉପୁଜାଏ ଏହାର ମାତ୍ରାଧିକ ସେବନ:- ତେବେ ଯେଉଁ ଲୋକଙ୍କର ହୃଦୟ ସମ୍ବନ୍ଧିତ ସମସ୍ୟା ରହିଛି,ସେମାନେ ବି ଏହାର ସେବନଠୁଁ ଦୂରେଇ ରହନ୍ତୁ , କାରଣ ବ୍ୟକ୍ତି ଯଦି ଏହାକୁ ତାହାର ପ୍ରତ୍ୟେକ ଦିନର ସେବନରେ ସାମିଲ୍ କରେ ତ,ତେବେ ତାହାର ହୃଦୟ ଦୁର୍ବଳ ହୋଇଯାଏ।
୪-ଆଇବିଏସ୍(ଇରିଟେବଲ ବାର୍ବେଲ୍ ସିଣ୍ଡ୍ରୋମ୍):-ଏଥିସହିତ ଯଦି ଆପଣଙ୍କର କୋଷ୍ଠକାଠିନ୍ୟ ଜନିତ ସମସ୍ୟା ରହିଛି ,ତେବେ ମଧ୍ୟ ଆପଣ ଏହାର ସେବନ ଠାରୁ ଦୂରେଇ ରୁହନ୍ତୁ। କାରଣ ଏଲୋଭରା ଜୁସ୍ରେ ଭରି ରହିଥିବା ଲ୍ୟାକ୍ସେଟିଭ୍ ଆପଣଙ୍କର ଇରିଟେବଲ ବାର୍ବେଲ୍ ସିଣ୍ଡ୍ରୋମ୍ ସମସ୍ୟା କୁ ଆହୁରି ବଢ଼ାଇଥାଏ।କେବଳ ଯେ ଏତିକି ତାହା ନୁହେଁ ବରଂ ଏନେଇ ଆପଣ ଡ଼ାଇରିଆ,ପେଟ ଦରଜ ଏବଂ ତରଳ ଝାଡା ଭଳି ସମସ୍ୟାରେ ବି ପଡ଼ିପାରନ୍ତି।