ଓଜନ କମ୍‌ କରିବାରେ ସାହାଯ୍ୟ କରିଥାଏ ଜିରା, ଏହି ସବୁ ଜିନିଷ ସହ ମିଶାଇ ଖାଇବା ଆରମ୍ଭ କରନ୍ତୁ

ଜିରାର ସେବନ ଶରୀର ପାଇଁ ଲାଭଦାୟକ, ତାହା ପ୍ରାୟ ସମସ୍ତଙ୍କୁ ଜଣା । କିନ୍ତୁ ଏହା ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ, ତାହା ବୋଧ ହୁଏ ଖୁବ୍‌ କମ୍‌ ଲୋକେ ଜାଣିଥିବେ । ଜିରାର ନିୟମିତ ସେବନ କରିବାର କିଛି ଦିନ ମଧ୍ୟରେ ଆପଣ ନିଜ ପେଟର ଚର୍ବି କମ ହେଉଥିବା ଅନୁଭବ କରି ପାରିବେ । ଯେଉଁ ମାନେ ପେଟରେ ଚର୍ବି ସମସ୍ୟାକୁ ନେଇ ଚିନ୍ତିତ ଥିବେ, ସେମାନେ ଜିରା ସେବନ କରି ପେଟର ଚର୍ବି କମାଇ ପାରିବେ । ଆସନ୍ତୁ ଜାଣିବା ସେ ବିଷୟରେ…

୧. ଲେମ୍ବୁ ଏବଂ ଅଦା ସହ ଜିରାର ସେବନ କରିବା ଦ୍ୱାରା ଓଜନ ହ୍ରାସ ହୋଇଥାଏ । ଲେମ୍ବୁ ଏବଂ ଅଦା ଜିରା ସହ ମିଶି ଓଜନ କମାଇବା କ୍ଷମାତାକୁ ବଢ଼ାଇଥାଏ । ଅଦାକୁ ପାଣିରେ ପକାଇ ଫୁଟାଇଦେବା ସହ ସେଥିରେ ଲେମ୍ବୁ ଏବଂ ଜିରା ମିଶାଇ ଦିଅନ୍ତୁ । ଏହି ମିଶ୍ରଣକୁ ସେବନ କରିବା ଦ୍ୱାରା ଆପଣଙ୍କ ମୋଟାପଣ ତୁରନ୍ତ କମ ହୋଇ ଯାଇଥାଏ ।

mypricechopper.com

୨.୫ଗ୍ରାମ୍‌ ଦହି ସହ ଗୋଟେ ଚାମଚ ଜିରା ପାଉଡର ମିଶାଇ ପ୍ରତିଦିନ ଏହାର ସେବନ କରନ୍ତୁ । ଏହା ଆପଣଙ୍କ ପେଟର ଚର୍ବିକୁ ତୁରନ୍ତ କମାଇଦେବ ।

୩.ଜିରାର ପାଣି ଏବଂ ମହୁ ଓଜନ କମାଇବାରେ ସାହାଯ୍ୟ କରିଥାଏ । ଏଥିରେ ପୋଟାସିୟମ, କପର ଏବଂ ଫସ୍‌ଫରସ ରହିଥାଏ, ଯାହା କ୍ୟାଲୋରୀକୁ କମ କରିବା ସହ ଓଜନ କମ କରିଥାଏ ।

Boldsky.com
ସମ୍ବନ୍ଧିତ ଖବର