ସଲମାନଙ୍କୁ ଖୋଲାଖୋଲି ଭାବେ ଚିଠି ଲେଖିଲେ ଜଣେ ପ୍ରଶଂସକ, ଦେଖନ୍ତୁ ସେ କ’ଣ ଲେଖିଲେ?

ମୁମ୍ବାଇ: ‘ପ୍ରିୟର୍‌ ମିଷ୍ଟର୍‌ ସଲମାନ ଖାନ, ମୁଁ କେବଳ ଆପଣଙ୍କର ଜଣେ ଦର୍ଶକ ନୁହେଁ, ବିଶ୍ୱାରେ ରହିଥିବା ଆପଣଙ୍କର କୋଟି କୋଟି ବଡ଼ ପ୍ରଶଂସକଙ୍କ ମଧରୁ ଜଣେ। ଗତ ଏକ ଦଶଂନ୍ଧି ହେବ ମୁଁ ଆପଣଙ୍କ ସମସ୍ତ ଚଳଚ୍ଚିତ୍ରକୁ ରିଲିଜ୍‌ ହେବାର ପ୍ରଥମ ଦିନ ହିଁ ଦେଖିଥାଏ। ‘ଦବଙ୍ଗ୍‌’, ‘ଏକ୍‌ ଥା ଟାଇଗର୍‌’, ‘କିକ୍‌’, ‘ସୁଲତାନ୍‌’, ‘ଟାଇଗର୍‌ ଜିନ୍ଦା ହୈ’ ଆଦି ଚଳଚ୍ଚିତ୍ରରେ ଆପଣଙ୍କ ଚମତ୍କାରୀ ଅଭିନୟ ମୁଁ କ’ଣ କେହି ବି ଭୁଲିପାରିବେ ନାହିଁ। ମୁଁ ସେମାନଙ୍କ ମଧ୍ୟରୁ ଜଣେ ଯିଏକି ଆପଣଙ୍କର ଗୋଟିଏ ଗୋଟିଏ ସଂଳାପରେ ବି ତାଳି ମାରେ। ତୁମେ ପୂରା ଇଣ୍ଡଷ୍ଟ୍ରିରେ ଯେପରି ପରିଚୟ ସୃଷ୍ଟି କରିଛି ଅନେକ ସେପରି ପରିଚୟ ପାଇଁ ସ୍ୱପ୍ନ ଦେଖୁଥିବେ।

ମୁଁ ‘ରେସ୍‌-୩’କୁ ସଂପୂର୍ଣ୍ଣ ଉପଭୋଗ କରି ଦେଖିବି ବୋଲି ଭାରତରେ ନ ଦେଖି ଆମେରିକାରେ ଦେଖିବାର ଯୋଜନା କଲି। ମୁଁ ମୋ ମୋର ପୂରା ପରିବାର ସଦସ୍ୟ ସାଙ୍ଗ ହୋଇ ସିନେମା ହଲ୍‌ ଗଲୁ। ହଲ୍‌ଟି ହାଉସ୍‌ ଫଉଲ୍‌ ଥିବାକୁ ମୁଁ ଉତ୍ସାହିତ ହେଲି। ସେଠାରେ ବି ମୋ ପରି ଆପଣଙ୍କର କିଛି ହିନ୍ଦୁସ୍ଥାନୀ ପ୍ରଶଂସକ ଅଛନ୍ତି। ଚଳଚ୍ଚିତ୍ରଟି ଭଲ ହୋଇନାହିଁ ବୋଲି ସମାଲୋଚକମାନେ ଦେଖିଥିବା ମତ ମୁଁ ଦେଖିଥିଲି। ମାତ୍ର ମୋର ବିଶ୍ୱାସ ଥିଲା ଯେ ସଲମାନଙ୍କ ଚଳଚ୍ଚିତ୍ର ହୁଏତ ସମାଲୋଚକଙ୍କ ଦୃଷ୍ଟିରେ ଖରାପ ହୋଇପାରେ ମାତ୍ର ଦର୍ଶକଙ୍କୁ ମନୋରଞ୍ଜନ ନିଶ୍ଚୟ କରାଇବ।

ମାତ୍ର ମୁଁ ନିରାଶ। ଚଳଚ୍ଚିତ୍ରଟିର କାହାଣୀ, ସଲମାନଙ୍କ ଯାଦୁ, ସଂଳାପ, ଯୁକ୍ତି ସବୁ କିଛିକୁ ଲକ୍ଷ କଲେ ମୋତେ ଠକିବା ପରି ମନେ ହେଲା। ବିଭିନ୍ନ ଦୃଷ୍ଟିରୁ ଦର୍ଶକଙ୍କୁ ଠକା ଯାଇଛି। ଚଳଚ୍ଚିତ୍ରଟି ଦେଖିବା ପରେ ମୁଁ ଅନୁଭବ କଲି ଯେ ଆପଣଙ୍କ ପରି ସୁପର୍‌ଷ୍ଟାର୍‌ ୟାଠାରୁ ଉତ୍ତର ଟିମ୍‌ରେ କାର୍ଯ୍ୟ କରିବା ଉଚିତ। ମୁଁ ମାନୁଛି ଯେ ନୂଆ ପିଢ଼ିଙ୍କୁ ସୁଯୋଗ ଦେବା ଆପଣଙ୍କ ବ୍ୟକ୍ତିଗତ ପସନ୍ଦ। ମାତ୍ର ସେଥିପାଇଁ ମୋ ପରି ପାଗଳ ପ୍ରଶଂସକମାନେ ଆଘାତ ନପାଆନ୍ତୁ। ଆପଣ ଚିନ୍ତା କରିବା ଉଚିତ ଯେ ସେମାନେ ନିଜର ଟଙ୍କା ଓ ସମୟ ଆପଣଙ୍କ ଉପରେ ବିନିଯୋଗ କରନ୍ତି।’

ଏପରି ଏକ ଚିଠି ହିମେଶ ମାନକଡ଼ ବୋଲି ସଲମାନଙ୍କର ଜଣେ ପ୍ରଶଂସକ ତାଙ୍କ ନିକଟକୁ ଲେଖିବା ସହ ତାଙ୍କ କଥା ଯଦି ସଲମାନଙ୍କୁ କଷ୍ଟ ଦେଇଥାଏ ତେବେ କ୍ଷମା ପ୍ରାର୍ଥନା ବି କରିଛନ୍ତି।

ସମ୍ବନ୍ଧିତ ଖବର