ନିୟମିତ ଆଣ୍ଟାସିଡ଼୍‍ ସେବନ ବି କିଡନି ଫେଲ ହେବାର କାରଣ ହୋଇପାରେ!

ଆମେ ସାଧାରଣତଃ ପେଟ ଖରାପ ଥିଲେ ବା କୌଣସି ରୋଗରେ ପୀଡ଼ିତ ଥିଲେ ହଜମ କ୍ରିୟା ପାଇଁ ଆଣ୍ଟାସିଡ଼୍‍ ସେବନ କରିଥାଉ। ଆମେ ଭାବୁ ଯେ ଏହା ବୋଧ ହୁଏ ଶରୀର ପାଇଁ ଭଲ। କିନ୍ତୁ ନିକଟରେ ଗବେଷକମାନେ ଭିନ୍ନ ମତ ପୋଷଣ କରିଛନ୍ତି। ସେମାନେ କହିଛନ୍ତି ଯେ,ଯେଉଁମାନେ ଗ୍ୟାସ୍‌ଷ୍ଟ୍ରିକ୍‌ ସମସ୍ୟାରେ ପୀଡ଼ିତ ,ଯଦି ନିୟମିତ ରୂପେ ଆଣ୍ଟାସିଡ଼୍‍ ନେଉଥିବେ,ତେବେ ତାହା ସେମାନଙ୍କ ପାଇଁ ଆହୁରି ସମସ୍ୟା ସୃଷ୍ଟି କରିବ। ଏହି ଗବେଷଣାରୁ ଜଣାଯାଇଛି ଏଭଳି କରିଲେ କିଡ଼ନି ରୋଗର ଆଶଙ୍କା ରହିଛି।

ଯୁକ୍ତରାଷ୍ଟ୍ର ଆମେରିକାର ବାସେଟ୍‌ ମେଡ଼ିକାଲ୍‌ ସେଣ୍ଟରର ବିଶେଷଜ୍ଞ ଚାରଟ୍‌ ଥଙ୍ଗ୍‌ ପ୍ରାୟୁନ୍‌ ଓ ତାଙ୍କର ସହକର୍ମୀମାନେ କିଡ଼ନି ରୋଗ ସଂପର୍କରେ ଗବେଷଣା କରିଛନ୍ତି। ବିଶେଷ କରି କିଡ଼ନି ଫେଲ୍‌ ହୁଏ କାହିଁକି,ସେ ସଂପର୍କରେ ଅନୁସନ୍ଧାନ ଚଳାଇଥିଲେ।ଏଥିରେ ସେମାନେ ୫୩୬,୯୦୨ ଜଣ କିଡ଼ନି ରୋଗୀଙ୍କୁ ନେଇ ଗବେଷଣା କରିଥିଲେ।ସେଥିରୁ ପ୍ରାୟ ୩୩ ପ୍ରତିଶତ ରୋଗୀ କେବଳ ଆଣ୍ଟାସିଡ଼ର ପ୍ରୟୋଗ ହେତୁ ଏଭଳି ସମସ୍ୟାର ଶିକାର ହୋଇଥିବା ଜଣାଯାଇଛି। ଏଣୁ ଗ୍ୟାଷ୍ଟ୍ରିକ୍‌ ଅମ୍ଳ ଉତ୍ପାଦନ ହ୍ରାସ ଲାଗି ପ୍ରୋଟୋନ୍‌ ପଂପ୍‌ ଇନ୍‌ ହବରସ ଗ୍ରହଣ ନ କରିବାକୁ ଏହି ବିଶେଷଜ୍ଞ ଦଳର ମୁଖ୍ୟ ଥଙ୍ଗ୍‌ ପ୍ରାୟୁନ୍‌ ପରାମର୍ଶ ଦେଇଛନ୍ତି। ଏଣୁ ଯେଉଁ କ୍ଷେତ୍ରରେ ଏହାକୁ ବାରଣ କରା ଯାଇ ନାହିଁ,କିନ୍ତୁ ଅନାବଶ୍ୟକ ଭାବେ ଏହାର ପ୍ରୟୋଗ ଠିକ୍‌ ନୁହେଁ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର