ରାଗ କାହିଁକି ଆସେ ? ରାଗିଲେ କ’ଣ ହୁଏ? ରାଗକୁ ରୋକନ୍ତୁ ଏମିତି

ସାଧାରଣତଃ କ୍ରୋଧ ହେଉଛି ବ୍ରହ୍ମଚଣ୍ଡାଳ! କାହିଁକିନା କ୍ରେଧ ସମୟରେ ବ୍ୟକ୍ତି ତାହା ନିଜର ହିଁ ହିତାହିତ ଜ୍ଞାନକୁ ଭୁଲିଯାଇଥାଏ। ଯାହଫଳରେ ସେ ନିଜ ସହ ଅନ୍ୟକୁ ମଧ୍ୟ କ୍ଷତି ପହଁଞ୍ଚାଇ ଥାଏ। ତେବେ ଆପଣଙ୍କୁ ଯଦି କ୍ରୋଧ ଆସୁଛି ତ,ତେବେ ଆପଣଙ୍କୁ ଏ ସଂପର୍କିତ କିଛିଟା ତଥ୍ୟ ଉପରେ ଧ୍ୟାନ ବିଶେଷ ଦେବାକୁ ପଡ଼ିବ।

(୧)-ଆପଣ ନିକଟ ଅତୀତରେ କେବେ ରାଗିଥିଲେ?
(୨) ସେ ରାଗିବାର କାରଣ କ’ଣ ରହିଥିଲା?
(୩)ଆପଣ ରାଗି କରି କ’ଣ କଲେ?
(୪)-ରାଗିଲା ପରେ ଆପଣଙ୍କର ସମସ୍ୟା ସମାଧାନ କତେ ଦୂର ହୋଇପାରିଲା?
(୫)-ରାଗିଲା ପରେ ଆପଣଙ୍କୁ କ’ଣ ଲାଗିଲା?
(୬)-କେଉଁ କେଉଁ ପରିସ୍ଥିତିରେ ଆପଣ ରାଗନ୍ତି।

BetterHelp

ତେବେ ଏବେ ଆସନ୍ତୁ ଜାଣିବା ଆମେ କେତେବେଳେ କାହିଁକି ରାଗୁ?
(୧)ସାଧାରଣତଃ ଯେତେବେଳେ ଆମ ମନ ମୁତାବକ ବା ଇଛା ମୁତାବକ କାମ ହୋଇ ନ ଥାଏ,ସେତେବେଳେ ଆମେ ରାଗିଥାଉ।
(୨)ଏଥିସହିତ ଯଦି ଆମର କାମନା ପୂରଣ ନ ହୁଏ,ତେବେ ମଧ୍ୟ ଆମକୁ ରାଗ ଲାଗିଥାଏ।
(୩)ଯେତେବେଳେ ଆମ ସ୍ୱାର୍ଥରେ ବାଧା ଆସିଥାଏ,ସେତେବେଳ ମଧ୍ୟ ଆମ ମନକୁ ରାଗ ଆସିଥାଏ।
(୪)ଏତଦ୍‌ବ୍ୟତୀତ ବ୍ୟକ୍ତିର ଧାରଣା ଏଇଆ ଥାଏ ଯେ ରାଗିବା ଦ୍ୱାରା ତାହାର କାମ ହୋଇଯାଇଥାଏ!ହେଲେ ପରେ ଏହାର ଫଳଟି ଓଲଟା ହିଁ ହୋଇଥାଏ।
(୫)ଏଥିସହିତ ଆମେ ଆମ ନିଜ ଭୁଲ୍‌କୁ ନେଇ ବି ନିଜ ଉପରେ ରାଗିବସୁ।
(୬) ଆମର ନାକାରାତ୍ମକ ଭାବ ଯଥା-ଇର୍ଷା,ଲୋଭ,ବିଦ୍ୱେଷ..ପାଇଁ ବି ଆମେ କ୍ରୋଧର ଶିକାର ହୋଇଥାଉ।
(୭)-ବେଳେବେଳେ ମଧ୍ୟ ଆମେ ଆମର ଭୁଲ୍‌କୁ ଅନ୍ୟ ଉପରେ ଲଦି କରି ରାଗିଥାଉ।
(୮)-ଏଥି ସହ ଅନ୍ୟମାନଙ୍କ ଭୁଲ୍‌ ପାଇଁ ,ଯେଉଁଥିରେ କି ଆମେ କିଛି କରିପାରୁନଥାଉ,ସେନେଇ ମଧ୍ୟ ଆମେ ରାଗିଥାଉ।

ତେବେ ଏବେ ଆସନ୍ତୁ ଜାଣିବା ରାଗିବା ଦ୍ୱାରା ଆମର କ’ଣ ସବୁ କ୍ଷତି ହୋଇଥାଏ?
(୧)ନିଶ୍ୱାସ ପ୍ରଶ୍ୱାସ ପ୍ରଖର ହୁଏ। ଅର୍ଥାତ୍‌ ୮୦ରୁ ୧୮୦ ପ୍ରତିଶତ ଅମ୍ଳଜାନ ଆବଶ୍ୟକ ହୁଏ।
(୨)ରକ୍ତ ସଂଚାଳନ ପ୍ରକ୍ରିୟାରେ ବୃଦ୍ଧି ହୋଇଥାଏ।
(୩)ହୃଦ୍‌ଘାତ ହେବାର ଅଶଙ୍କା ବଢ଼ିଯାଏ।
(୪)ଶକ୍ତି କ୍ଷୟ ହୁଏ ଓ ଶରୀରରେ ସୁଗାର୍‌ ଲେବୁଲ୍‌ କମି ଯାଇ ଶରୀରରେ କମ୍ପିଉଠେ।
(୫)ପାକସ୍ଥଳୀରେ ଅଧିକ ଏସିଡ଼ ଉତ୍ପନ୍ନ ହୋଇ ଗ୍ୟାଷ୍ଟ୍ରିକ୍‌ ଅଲସର ହୁଏ।
(୬)ମସ୍ତିଷ୍କ ତନ୍ତୁ ଗୁଡ଼ିକ ଟାଣ ହୋଇ ଯାଇ -ମୁଣ୍ଡ ବିନ୍ଧେ ,ନିଦ ହୁଏନି।
(୭)ଆମେ ନିଜ ଉପରୁ କର୍ତ୍ତୁତ୍ୱ ହରାଉ ଅର୍ଥାତ୍‌ ଭୁଲ୍‌ ଓ ଠିକ୍‌ ମଧ୍ୟରେ ଅମାକୁ ଅନ୍ତର ଆସିନଥାଏ
(୮) ଆମେ ସବୁ ଭୁଲ୍‌ କରିବସୁ।
(୯)-ଯାହାକି ଶରୀର ଉପରେ ବିକୃତ/ନକାରାତ୍ମକତ୍ମକ ପ୍ରଭାବ ପକାଏ।
(୧୦)-ତେବେ ଅଧିକ ରାଗୁଥିବା ବ୍ୟକ୍ତିଙ୍କୁ ଥଣ୍ଡା,ଫ୍ଲୁ,ଅଜମା,ଚର୍ମ ରୋଗ,ଆଣ୍ଠୁ-ଗଣ୍ଠି ରୋଗ ହେବାର ଅଧିକ ସମ୍ଭାବନା ରହିଥାଏ।

WikiHow

ତେବେ ଏହି ତଥ୍ୟରୁ ଆମର ଏହି ଶିକ୍ଷା ଗ୍ରହଣ କରିବା ଉଚିତ୍‌ ଯେ, ରାଗିବା ଦ୍ୱାରା କାହାର କିଛି ଲାଭ ହୋଇନଥାଏ,କେବଳ ଆମ ନିଜର ହିଁ କ୍ଷତି ହୋଇଥାଏ। କାହିଁକିନା ରାଗ ଏକ ନିଆଁ ଭଳି!ଆଉ ଯଦି ଆମେ ଏହାକୁ ଆମର ଅକ୍ତିଆରରେ ନ ରଖୁ ତ,ତେବେ ଏହା ଆମକୁ ଜାଳି ପୋଡ଼ି ଭସ୍ମ କରିଦିଏ।ତେବେ ମଣିଷକୁ ତ ରାଗ ଆସିବାଟା ସ୍ୱାଭାବିକ୍‌ ଅଟେ। କିନ୍ତୁ ସେଥିରୁ ଆମେ ନିଜକୁ ଦୂରେଇ କିଭଳି ଦୂରେଇ ରଖିବା ଦରକାର ସେ ବିଷୟରେ ଆସନ୍ତୁ ଜାଣିବା….
(୧)-ପ୍ରଥମତଃ ଆମେ ଯେପରି ଚେଷ୍ଟା କରିବା କି ସେଭଳି ପରିସ୍ଥିତି ନ ପୁଜୁ,ଯେଉଁଥିପାଇଁ କି ଆମକୁ ରାଗ ଆସିବ।ଯଦି ରାଗ ଆସିଗଲା ତ ତେବେ ଆମକୁ ଏହି ସବୁ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିବ, ଯାହାକି ରାଗ ଉପରେ ତାହାର ନିୟନ୍ତ୍ରଣକୁ ରଖିଥାଏ।
(୨)ଯଦି ଆପଣଙ୍କୁ କୌଣସି ଏକ ଘଟଣାକୁ ନେଇ କ୍ରୋଧ ଆସୁଛି ତ,ଆପଣ ଅତିଶୀଘ୍ର ହିଁ ସେ ସ୍ଥାନକୁ ଛାଡ଼ି ଚାଲିଯାଆନ୍ତୁ।
(୩)ଏହାପରେ ଦର୍ପଣରେ ନିଜର ମୁହଁକୁ ଦେଖନ୍ତୁ।
(୪) ଆପଣ ସେହି ସମୟରେ ୫୦ରୁ ୧୦୦ ପର୍ଯ୍ୟନ୍ତ ସଂଖ୍ୟାକୁ ଗଣନା କରନ୍ତୁ।
(୫)ଏହାପରେ ଆପଣ ୧ରୁ ୨ ଗ୍ଲାସ୍‌ ପାଣିକୁ ପିଇଦିଅନ୍ତୁ।
(୬)ଏହାସହିତ ଆପଣ ଚିତ୍‌ ହୋଇ ଶୋଇପଡ଼ି କାହାରିକୁ କିଛି ହେଲେ ବି କୁହନ୍ତୁନି।କେବଳ ଚୁପ୍‌ ହିଁ ରୁହନ୍ତୁ। ଏହାସାଥ୍‌ସାଥ୍‌ ଆପଣ ଏହି ସମୟରେ ଏକ ଅଧ୍ୟାତ୍ମିକ ଭାବନାର ଗୀତକୁ ମଧ୍ୟ ଶୁଣନ୍ତୁ।
(୭)ଏତଦ୍‌ବ୍ୟତୀତ ଆପଣ ମଧ୍ୟ ସେହି ସମୟରେ ଏକ ମଜାଳିଆ କଥାକୁ କହିପକାନ୍ତୁ।
(୮)ଏହାସହିତ ଉକ୍ତ ସମୟରେ ଆପଣ ଅନ୍ୟ ପକ୍ଷର କଥାକୁ ମାନିନିଅନ୍ତୁ।

ସମ୍ବନ୍ଧିତ ଖବର