Sambad is now on WhatsApp
Join and get latest news updates delivered to you via WhatsApp
ଡାକ୍ତରଙ୍କ କହିବା ଅନୁସାରେ, ବର୍ଷାଦିନେ ବିଶେଷ କରି ପତ୍ର ଥିବା ସବୁଜ ପନିପରିବା ଭିତରେ ପୋକଜୋକ ଏମିତି ପଶି ରହିଥା’ନ୍ତି ଯେ ବାହାରକୁ ହଠାତ୍ ଜଣାପଡ଼ି ନ ଥାଏ। ତାହା ଆମ ଶରୀର ଭିତରକୁ ଯିବା ପରେ ସ୍ୱାସ୍ଥ୍ୟ ଖରାପ କରିଥାଏ।
କାହିଁକି ପତ୍ରଥିବା ସବୁଜ ପନିପରିବା ଠାରୁ ଦୂରରେ ରହିବେ: ବର୍ଷାଦିନେ ସବୁଜ ପନିପରିବା ଭିତରେ ରହିଥା’ନ୍ତି ପୋକ
ସୂର୍ଯ୍ୟ କିରଣ ପଡ଼ି ନ ଥାଏ: ବର୍ଷାଦିନେ ସବୁଜ ପନିପରିବା ସବୁ ଠିକ୍ ଭାବେ ସୂର୍ଯ୍ୟ କିରଣ ପାଇ ନ ଥା’ନ୍ତି। ଯାହା ଫଳରେ ଏଥିରେ ଜୀବାଣୁ ଲାଗି ଯାଆନ୍ତି, ଏହାକୁ ଖାଇବା ଦ୍ୱାରା ଶରୀର ମଧ୍ୟକୁ ଜୀବାଣୁ ଆସି ଯାଇଥାଏ।
ପନିପରିବାରୁ ଜୀବାଣୁ ଆସିଥାଏ: ବର୍ଷାଦିନେ ପନିପରିବାରୁ ଅଧିକ ଜୀବାଣୁ ଆସିଥାଆନ୍ତି। ବହୁ ପୋକଜୋକମାନଙ୍କର ରଙ୍ଗ ସବୁଜ ଥିବା ଯୋଗୁଁ ଠିକ୍ ଭାବେ ଦେଖି ହୁଅନ୍ତି ନାହିଁ ଓ ଖାଦ୍ୟ ସହ ପେଟ ଭିତରୁ ଚାଲି ଯାଆନ୍ତି।
କାଦୁଅରେ ପନିପରିବା ତିଆରି କରିବା: ଅଧିକାଂଶ ସବୁଜ ପନିପରିବା କାଦୁଅ ଜାଗାରେ ଚାଷ କରାଯାଇଥାଏ। ଏଥିପାଇଁ ସବୁଜ ପନିପରିବାରେ ରୋଗ ପୋକ ସଂକ୍ରମଣର ବିପଦ ଅଧିକ ରହିଥାଏ।
ସଂକ୍ରମଣ ନ ହେବା ପାଇଁ କ’ଣ କରିବେ: ଉଷୁମ ପାଣିରେ ଏକ ଚାମଚ ଲୁଣ ମିଶାଇ ସବୁଜ ପନିପରିବାକୁ ଠିକ୍ ଭାବେ ଧୁଅନ୍ତୁ ଓ ତା’ପରେ ରାନ୍ଧି ଖାଆନ୍ତୁ ନ ହେଲେ ଏଥିରେ ଥିବା ଜୀବାଣୁ ଓ ପୋକ ଆଦି ପେଟ ଭିତରେ ସଂକ୍ରମଣ କରି ପାରନ୍ତି।