ବର୍ଷାଦିନେ ଖାଆନ୍ତୁ ନାହିଁ ସବୁଜ ପନିପରିବା! ନ ହେଲେ ହେବ ପେଟ ରୋଗ

ଡାକ୍ତରଙ୍କ କହିବା ଅନୁସାରେ, ବର୍ଷାଦିନେ ବିଶେଷ କରି ପତ୍ର ଥିବା ସବୁଜ ପନିପରିବା ଭିତରେ ପୋକଜୋକ ଏମିତି ପଶି ରହିଥା’ନ୍ତି ଯେ ବାହାରକୁ ହଠାତ୍‌ ଜଣାପଡ଼ି ନ ଥାଏ। ତାହା ଆମ ଶରୀର ଭିତରକୁ ଯିବା ପରେ ସ୍ୱାସ୍ଥ୍ୟ ଖରାପ କରିଥାଏ।

କାହିଁକି ପତ୍ରଥିବା ସବୁଜ ପନିପରିବା ଠାରୁ ଦୂରରେ ରହିବେ: ବର୍ଷାଦିନେ ସବୁଜ ପନିପରିବା ଭିତରେ ରହିଥା’ନ୍ତି ପୋକ

ସୂର୍ଯ୍ୟ କିରଣ ପଡ଼ି ନ ଥାଏ: ବର୍ଷାଦିନେ ସବୁଜ ପନିପରିବା ସବୁ ଠିକ୍‌ ଭାବେ ସୂର୍ଯ୍ୟ କିରଣ ପାଇ ନ ଥା’ନ୍ତି। ଯାହା ଫଳରେ ଏଥିରେ ଜୀବାଣୁ ଲାଗି ଯାଆନ୍ତି, ଏହାକୁ ଖାଇବା ଦ୍ୱାରା ଶରୀର ମଧ୍ୟକୁ ଜୀବାଣୁ ଆସି ଯାଇଥାଏ।

ପନିପରିବାରୁ ଜୀବାଣୁ ଆସିଥାଏ: ବର୍ଷାଦିନେ ପନିପରିବାରୁ ଅଧିକ ଜୀବାଣୁ ଆସିଥାଆନ୍ତି। ବହୁ ପୋକଜୋକମାନଙ୍କର ରଙ୍ଗ ସବୁଜ ଥିବା ଯୋଗୁଁ ଠିକ୍‌ ଭାବେ ଦେଖି ହୁଅନ୍ତି ନାହିଁ ଓ ଖାଦ୍ୟ ସହ ପେଟ ଭିତରୁ ଚାଲି ଯାଆନ୍ତି।

କାଦୁଅରେ ପନିପରିବା ତିଆରି କରିବା: ଅଧିକାଂଶ ସବୁଜ ପନିପରିବା କାଦୁଅ ଜାଗାରେ ଚାଷ କରାଯାଇଥାଏ। ଏଥିପାଇଁ ସବୁଜ ପନିପରିବାରେ ରୋଗ ପୋକ ସଂକ୍ରମଣର ବିପଦ ଅଧିକ ରହିଥାଏ।

ସଂକ୍ରମଣ ନ ହେବା ପାଇଁ କ’ଣ କରିବେ: ଉଷୁମ ପାଣିରେ ଏକ ଚାମଚ ଲୁଣ ମିଶାଇ ସବୁଜ ପନିପରିବାକୁ ଠିକ୍‌ ଭାବେ ଧୁଅନ୍ତୁ ଓ ତା’ପରେ ରାନ୍ଧି ଖାଆନ୍ତୁ ନ ହେଲେ ଏଥିରେ ଥିବା ଜୀବାଣୁ ଓ ପୋକ ଆଦି ପେଟ ଭିତରେ ସଂକ୍ରମଣ କରି ପାରନ୍ତି।

ସମ୍ବନ୍ଧିତ ଖବର