ଅଜାଣତରେ ଗରମ ଦିନେ କରନ୍ତୁ ନାହିଁ ଏହି ସବୁ ଭୁଲ୍‌, ଶରୀରକୁ ବହୁତ ଖରାପ କରିଦେବ!

ଭାରତରେ ଏ ବର୍ଷ ଗରମ ବଢ଼ି ଚାଲିଛି, କିଛି ସହରରେ ତାପମାତ୍ରା ମଧ୍ୟ ୪୮ ଡିଗ୍ରୀରେ ପହଞ୍ଚିଛି। ଏତେ ଗରମ ଆମ ଶରୀରକୁ କ୍ଷତି କରିଥାଏ। ନିଜକୁ ଥଣ୍ଡା ରଖିବା ପାଇଁ ଆମେ ଦିନସାରା ଏମିତି ଅନେକ କାମ କରିଥାଉ ଯାହା ଆମକୁ ଥଣ୍ଡା ରଖିବାରେ ସାହାଯ୍ୟ କରେ। କିନ୍ତୁ ଏ ସବୁ ଜିନିଷର ବ୍ୟବହାର ଆମକୁ କିଛି ସମୟ ପାଇଁ ଥଣ୍ଡା ତ ରଖିଥାଏ ହେଲେ ପୁଣି ଆମକୁ ଗରମ ଲାଗିଥାଏ।

 

ଶୋଷ ଲାଗିଲେ କୋଲ୍ଡଡ୍ରିଙ୍କ୍‌ସ ପିଇବା: ଆମ ଶରୀରର ତାପମାତ୍ରାରୁ କମ୍‌ ତାପମାତ୍ରାର ଡ୍ରିଙ୍କ୍‌ସ ପିଇଲେ ୧୫ରୁ ୨୦ ମିନିଟ୍‌ ପରେ ଶରୀର ରକ୍ତ ସଞ୍ଚାଳନ ବଢ଼ାଇ ଦିଏ, ଏହା ଦ୍ୱାରା ଶରୀର ଆହୁରି ଗରମ ହୋଇଯାଏ। ଏହା ସହ ଏଥିରେ କେଫିନ୍‌ ଓ ସୁଗାର ଥାଏ ଯାହା ଡିହାଇଡ୍ରେସନ୍‌ କରିଥାଏ।

ଦିନସାରା ଏସିରେ ରହିବା: ଏସିରୁ ଥଣ୍ଡା କିନ୍ତୁ ଶୁଷ୍କ ପବନ ମିଳିଥାଏ ଯାହା ଶରୀରରୁ ମଏଶ୍ଚର୍‌ (ଜଳୀୟ ଅଂଶ) ହଟାଇ ଦିଏ, ଏହା ଦ୍ୱାରା ଚର୍ମ ଶୁଷ୍କ ହୋଇଯାଏ। କୋଠରି ବନ୍ଦ ରହୁଥିବାରୁ ଏସି ଭିତରେ ରହିଥିବା ଭୂତାଣୁ ସେହି କୋଠରି ଭିତରେ ହିଁ ରହି ଯାଇଥାଆନ୍ତି। ଯାହା ଫଳରେ କଫ ଓ କାଶ ଆଦି ସମସ୍ୟା ହୁଏ।

ଖରାରୁ ଆସି ଆଇସ୍‌କ୍ରିମ୍‌ ଖାଇବା: ଖରାରୁ ଆସି ତୁରନ୍ତ ଆଇସ୍‌କ୍ରିମ୍‌ ଖାଇଲେ ଛୁଆମାନଙ୍କର ଗଳାର ସମସ୍ୟା ହୋଇପାରେ। ଏହା ସହ କୋଲ୍‌ଡ କଫି ଓ ଆଇସ୍‌କ୍ରିମ୍‌ରେ ପ୍ରଚୁର ମାତ୍ରାରେ ସୁଗାର ଥାଏ ଯାହା ଓଜନ ବଢ଼େଇଥାଏ। ଯଦି ଆଇସ୍‌କ୍ରିମ୍‌ ତିଆରି ହୋଇଥିବା ପାଣି ଦୂଷିତ ହୋଇଥିବ, ତା’ହେଲେ ଡାଏରିଆ ମଧ୍ୟ ହୋଇପାରେ।

ବାହାରେ ୪୦ ଡିଗ୍ରୀରୁ ଅଧିକ ତାପମାତ୍ରା ଥିବାବେଳେ ଆପଣ ୧୮ ଡିଗ୍ରୀ ତାପମାତ୍ରାରେ କୋଠରିରେ ରହିଲେ ଛାତି ସଂକ୍ରମଣ ସମସ୍ୟା ହୋଇଥାଏ।

ସମ୍ବନ୍ଧିତ ଖବର