ବି.ପି ଚେକ୍‌ଅପ୍‌ ବେଳେ ଏସବୁ ପ୍ରତି ଧ୍ୟାନ ଦିଅନ୍ତୁ, ନଚେତ୍‌ ବଢିପାରେ ବି.ପି

2 1,209

ରକ୍ତଚାପକୁ ନେଇ ଆମେରିକାନ୍‌ ହାର୍ଟ ଆସୋସିଏସନ୍‌ ପକ୍ଷରୁ ଘରକୁ ଘର ବୁଲି ଏକ ଅନୁସନ୍ଧାନ କରାଯାଇଥିଲା। ଏହାପରେ ରକ୍ତଚାପ ରୋଗୀମାନଙ୍କ ପାଇଁ କେତୋଟି ସତର୍କ ସୂଚନା ଜାରି କରାଯାଇଛି। ଜାଣନ୍ତୁ ସେଗୁଡ଼ିକ କ’ଣ କ’ଣ?
-ପରିସ୍ରା କରିବା ପରେ ବି.ପି ଚେକ୍‌ କରାନ୍ତୁ। ନଚେତ୍‌ ଫୁଲ୍‌ ବ୍ଲଡରରୁ ୧୦ ରୁ ୧୨ ମିଲି ମିଟର ଯାଏଁ ବିପି ରିଡିଂ ବଢି ଯାଇଥାଏ।
-ବାମ ହାତର ସପୋର୍ଟକୁ କୌଣସି ଟେବୁଲ ଉପରେ ରଖିବା ଦରକାର। ଏହା ଦ୍ୱାରା ବିପି ମନିଟରିଂ କଫ୍‌ ହୃଦୟ ପାଖ ଦେଇ ଭଲ ରିଡିଂ ଦେବ। ଏପରି ନ କରିଲେ ୬ ରୁ ୧୦ ମିଲି ମିଟର ଯାଏଁ ବିପି ବଢିଯାଇଥାଏ।
-ବିପି ଚେକ୍‌ କରିବା ବେଳେ କ୍ରସ୍‌ ଲେଗ ଆଦୌ କରନ୍ତୁ ନାହିଁ। ଏଭଳି କରିଲେ ବିପିର ରିଡିଂ ୨ ରୁ ୪ ଏମ୍‌ ଏମ୍‌ ଯାଏଁ ବଢିଯିବ।
-କପଡା ଉପରେ ଯଦି ବିପି ମନିଟରିଂ କଫ୍‌ରୁ ଯାଞ୍ଚ କରାଯାଏ, ତେବେ ୫ ରୁ ୧୦ ମିଲି ମିଟର ବଢିବାର ସମ୍ଭାବନା ରହିଥାଏ।
-ଯଦି ବିପି ମନିଟରିଂ କଫ୍‌ ହାତର ସାଇଜ୍‌ରେ ଛୋଟ ହୋଇଥାଏ, ତେବେ ବ୍ଲଡପ୍ରେସର ର ରିଡିଂ ୫ ରୁ ୧୦ ମିଲିମିଟର ଯାଏଁ ବଢିଥାଏ।

Panda Mobile only


-ବିପି ଚେକ୍‌ କରିବା ସମୟରେ କଥା ହେଲେ ବ୍ଲଡ ପ୍ରେସର୍‌ ବଢିଯାଏ। ଚାହା,କଫି ଓ ପାଣି ପିଇବା ପରେ ମଧ୍ୟ ବିପି ଚେକ୍‌ କରାଇବା ଉଚିତ ନୁହେଁ। ଏହା ଦ୍ୱାରା ୮ ରୁ ୧୦ ମିଲି ମିଟର ଯାଏଁ ବିପି ବଢି ଯାଇଥାଏ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

2 Comments
  1. debasisnaik says

    Hi

  2. debasisnaik says

    Hi