ଖାଇବା ପରେ ଏହି ବଦଭ୍ୟାସ ରହିଛି ତ ତୁରନ୍ତ ବଦଳାନ୍ତୁ , ଜାଣନ୍ତୁ କାହିଁକି

ଅନେକ ଲୋକଙ୍କର ବଦଭ୍ୟାସ  ଯେ ସେମାନେ ଖାଇବା ପରେ ଥଣ୍ଡା ଜଳ ପିଇଥାଆନ୍ତି । ଏପରି କରିବା ଅନୁଚିତ, କାରଣ  ଆପଣଙ୍କୁ ଜଣେ ହୃଦ୍‌ରୋଗୀ କରିବାର ଆଶଙ୍କା ରହିଛି ।

ଆମ ଶରୀରର ସାଧାରଣ ତାପମାତ୍ରା  ହେଉଛି ୩୭ ଡିଗ୍ରୀ ସେଲିସିୟସ୍‌ । ଏଥିପାଇଁ  ଆମେ ୨୦ ରୁ ୨୨ ଡିଗ୍ରୀ ସେଲସିୟସ ତାପମାତ୍ରାର ପାଣି ପିଇବା ଉଚିତ । ମନେ ରଖନ୍ତୁ  ଖାଦ୍ୟ ଗ୍ରହଣ ପରେ ପରେ  ଯଦି ଥଣ୍ଡା ପାଣି  ପିଇବେ, ତେବେ କୋଷ୍ଠ କାଠିନ୍ୟତାର ଶିକାର ହୋଇପାରନ୍ତି । କାରଣ ଖାଦ୍ୟ ଠିକ୍‌ ଭାବେ ହଜମ ହୁଏନି । ଖାଲି ସେତିକି ନୁହେଁ ଖାଇବାର  ପରେ ଥଣ୍ଡା ଜଳ  ପିଇଲେ ଶରୀରର ରୋଜପ୍ରତିରୋଧକ କ୍ଷମତା ମଧ୍ୟ ହ୍ରାସ ହୋଇଥାଏ ବୋଲି କୁହାଯାଏ ।

ନିକଟରେ କରାଯାଇଥିବା  ଏକ ଗବେଷଣାରେ କୁହାଯାଇଛିଯେ ଖାଦ୍ୟ ଗ୍ରହଣ ପରେ ଥଣ୍ଡା ଜଳ ପିଇଲେ ପାଚନ କ୍ରିୟା ଶିଥିଳ ହୋଇଯାଏ ଏବଂ  ପେଟରେ  ଥିବା  ଅମ୍ଳ ସଂପର୍କରେ ଆସି ଏହି ଥଣ୍ଡା ଜଳ ଶରୀର ମୋଟାପାର କାରଣ ହୋଇଥାଏ ।

ସମ୍ବନ୍ଧିତ ଖବର