ଏହିସବୁ ଅଭ୍ୟାସ ମସ୍ତିଷ୍କ ଉପରେ କୁପ୍ରଭାବ ପକାଇଥାଏ

ଆମେ ଅନେକ ସମୟରେ କେତେକ କଥାକୁ ଗୁରୁତ୍ୱ ଦେଇ ନ ଥାଉ ବା କେତେକ ଅଭ୍ୟାସକୁ ଛାଡି ପାରି ନଥାଉ। କିନ୍ତୁ ସେହି ଅଭ୍ୟାସଗୁଡିକ ଆମ ମସ୍ତିଷ୍କରେ କୁପ୍ରଭାବ ପକାଇଥାଏ ବୋଲି ଏକ ଗବେଷଣାରୁ ଜଣାଯାଇଛି । ଆସନ୍ତୁ ସେହ ଅଭ୍ୟାସ ସଂପର୍କରେ ଜାଣିବା:
ପର୍ଯ୍ୟାପ୍ତ ନ ଶୋଇବା: ଯଦି ରାତିରେ ଅନ୍ୟୁନ ୭ ଘଣ୍ଟା ନ ଶୁଅନ୍ତି, ତେବେ ମସ୍ତିଷ୍କ ଉପରେ ଖରାପ ପଡିଥାଏ ।
ବେଶୀ ସମୟ ଏକୁଟିଆ ରହିବା: ଯଦି ବେଶି ସମୟ ଏକା ରହିବେ, ତେବେ ଅଲଜାଇମର ରୋଗର ଆଶଙ୍କା ବଢିଯାଏ ।
ଅଧିକ ଭଲ୍ୟୁମ୍‌ରେ ଗୀତ ଶୁଣିବା: କ୍ରମାଗତଭାବେ ଅଧିକ ଭଲ୍ୟୁମ ଦେଇ ହେଡ୍‌ଫୋନ୍‌ ବା ଇୟରଫୋନ୍‌ ଜରିଆରେ ଗୀତ ଶୁଣିଲେ, ବ୍ରେନ୍‌ ଟିସୁ ଉପରେ କୁପ୍ରଭାବ ପଡ଼ିଥାଏ ।
କ୍ରିୟାଶୀଳ ନ ହେବା: ଯଦି ଜଣେ ବ୍ୟକ୍ତି ଶାରୀରିକ ରୂପେ କ୍ରିୟାଶୀଳ ନ ରହନ୍ତି ତେବେ ଉଚ୍ଚ ରକ୍ତଚାପର ସମସ୍ୟା ଉପୁଜିପାରେ । ଏହାଫଳରେ ମସ୍ତିଷ୍କରେ କୁପ୍ରଭାବ ପଡ଼ିଥାଏ ।
ଧୂମପାନ କରିବା: ଅଧିକ ଧୂମପାନ କଲେ ମସ୍ତିଷ୍କରେ ରକ୍ତ ସଞ୍ଚାଳନ କମ୍‌ ହୋଇଯାଏ ।

photo-eating firma

ଅଧିକ ଖାଇବା: ଅଧିକ ଖାଇଲେ ମସ୍ତିଷ୍କର ଚିନ୍ତା ଶକ୍ତି କମିଯାଏ ।
ଅନ୍ଧାକାର ରହିବା: ପ୍ରାକୃତିକ ଆଲୋକରେ ନ ରହି ବେଶି ସମୟ ଅନ୍ଧକାରରେ ରହିଲେ ମଣିଷ ଡିପ୍ରେସନ୍‌କୁ ଚାଲିଯାଏ । ଏହା ମସ୍ତିଷ୍କରେ କୁପ୍ରଭାବ ପକାଇଥାଏ ।

ସମ୍ବନ୍ଧିତ ଖବର