କଦଳୀ ଚୋପା ଆମର କି କି କାମରେ ଲାଗେ ଜାଣିଲେ , ଆପଣ ଆଉ ତାକୁ ଫୋପାଡ଼ିବେନି !

ଆମେ ସାଧାରଣତଃ କଦଳୀ ଖାଇବା ପରେ ଚୋପାକୁ ଫୋପାଡ଼ି ଦେଇଥାଉ। କିନ୍ତୁ ଆମେ ଯଦି ଜାଣିବା ଯେ ଏହାର କେତେକ ଫାଇଦା ଅଛି,ତେବେ ଆଉ ତାକୁ ଫିଙ୍ଗିବା ନାହିଁ। ଆସନ୍ତୁ ଜାଣିବା କଦଳୀ ଚୋପା ଆମର କେଉଁ କାମରେ ଆସେ?

ପ୍ରଥମତଃ କଦଳୀ ଚୋପାକୁ ଦାନ୍ତରେ ଘଷିଲେ ଦାନ୍ତରେ ଚମକ ଆସିଥାଏ।ଦିନରେ ମାତ୍ର ଦୁଇ ଥର ଏପରି କରିଲେ ସେଥିରୁ ଉପକାର ମିଳିଥାଏ।
ଯଦି କୌଣସି କୀଟ ଶରୀରକୁ କୌଣସି ପ୍ରକାରରେ କ୍ଷତି କରିଛି, ତେବେ ତାହା ଉପରେ କଦଳୀ ଚୋପାକୁ ଧୀରେ ଧୀରେ ଘଷିଲେ,ଯନ୍ତ୍ରଣାରୁ ମୁକ୍ତି ମିଳିବ। ତା’ ଛଡ଼ା ସେଠାରେ ହୋଇଥିବା ଦାଗ ବି ଦୂରେଇ ଯିବ।


ପାଚିଲା କଦଳୀର ଚୋପାକୁ ମୁହଁରେ ଘଷିଲେ ତ୍ୱଚାକୁ ପୋଷଣ ମିଳିଥାଏ ଓ ତ୍ୱଚାରେ ନମନୀୟତା ବି ରହିଥାଏ।
ଯଦି ଶରୀରର କୌଣସି ସ୍ଥାନରେ ଦାଗ ରହି ଯାଇଥାଏ, ତେବେ ତାହା ମଧ୍ୟ ଦୂରୀଭୂତ ହୋଇଥାଏ। କଦଳୀ ଚୋପାରେ ଆପଣ ଜୋତା ଓ ଚମଡ଼ାରେ ପ୍ରସ୍ତୁତ ସାମଗ୍ରୀକୁ ସଫା କଲେ ତାହା ଚକଚକ ଦିଶେ। ଏଣୁ କଦଳୀ ଚୋପାକୁ ଏସବୁ କାମରେ ଲଗାଇବା ଉଚିତ।

ସମ୍ବନ୍ଧିତ ଖବର