ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରୁଥିବା ବ୍ୟକ୍ତିଙ୍କୁ ସହଜରେ ହୋଇନଥାଏ ରୋଗ, ଜାଣନ୍ତୁ ସ୍ନାନ ସଂପର୍କିତ ୫ ଗୁରୁତ୍ୱପୂର୍ଣ୍ଣ କଥା

ସୁସ୍ଥ ଶରୀର ସହିତ ଉତ୍ତମ ସୌନ୍ଦର୍ଯ୍ୟ ପାଇଁ ଦୈନନ୍ଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ଗାଧୋଇବା ନିହାତି ଆବଶ୍ୟକ। ଗାଧୋଇବା ବ୍ୟକ୍ତିର ଶରୀର ଓ ସୌନ୍ଦର୍ଯ୍ୟ ପାଇଁ ଯେତିକି ଆବଶ୍ୟକ ମନକୁ ଶାନ୍ତ ରଖିବାରେ ମଧ୍ୟ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଜ୍ୟୋତିର୍ବିଜ୍ଞାନ ଅନୁଯାୟୀ, ଗାଧୋଇବା ସମୟରେ କେତେକ ନିର୍ଦ୍ଦିଷ୍ଟ କାର୍ଯ୍ୟ ଅଚରଣ କରିବା ବ୍ୟକ୍ତି ପକ୍ଷେ ଭଲ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସୂର୍ଯ୍ୟୋଦୟ ପୂର୍ବରୁ ଗାଧୋଇବା। ସୂର୍ଯ୍ୟଦୋୟ ପୂର୍ବରୁ ସ୍ନାନ କରୁଥିବା ବ୍ୟକ୍ତଙ୍କୁ ସହଜରେ ରୋଗ ତ ହୋଇ ନ ଥାଏ ଏହା ବ୍ୟତୀତ ଚର୍ମର ଔଜ୍ଜଲ୍ୟତା ମଧ୍ୟ ବୃଦ୍ଧି ପାଇଥାଏ।

ଭୋର୍‌ ସମୟରେ ‘ଓମ୍‌ ହ୍ରିମ୍‌ ଶ୍ରୀମ୍‌’ ମନ୍ତ୍ର ଜପ କରି ଗାଧେଇବା ପାଇଁ ଜ୍ୟୋତିର୍ବିଦମାନେ ପରାମର୍ଶ ଦେଇଛନ୍ତି।

ଚର୍ମର ଔଜ୍ଜଲ୍ୟତା ବୃଦ୍ଧି ପାଇଁ ସକାଳୁ ଗାଧେଇବା ପୂର୍ବରୁ ଅଧଘଣ୍ଟା ଦେହରେ ତେଲ ମାଲସି କରିବା ମଧ୍ୟ ଭଲ।

ଚାଲିବାର ଥିଲେ ଗାଧେଇବା ପୂର୍ବରୁ କରନ୍ତୁ। ଫଳରେ ଶରୀରରୁ ଲୋମ ଉଠି ଯାଇଥିବା ସ୍ଥାନରେ ପାଣି ପଡ଼ି ତାହାକୁ ପରିସ୍କାର କରିଥାଏ।

ବ୍ୟାୟାମ୍‌ କରିବା ସଙ୍ଗେ ସଙ୍ଗେ ଗାଧେଇବା ସଂପୂର୍ଣ୍ଣ ଭୁଲ୍‌। କାହିଁକି ନା, ବ୍ୟାୟାମ ପରେ ଶରୀର ଗରମ ଥାଏ ଏବଂ ଗରମ ଶରୀରରେ ପାଣି ପଡ଼ିବା ଆଦୌ ଶୁଭଙ୍କର ନୁହେଁ

ସମ୍ବନ୍ଧିତ ଖବର