ପ୍ରତିଦିନ କେତେବେଳେ ସ୍ନାନ କରିବା ଉଚିତ ?

ହିନ୍ଦୁ ଧର୍ମାନୁସାରେ ଜଣେ ବ୍ୟକ୍ତିକୁ ଦୈନିକ ୩ ଥର ସ୍ନାନ କରିବା ଉଚିତ ।ଯଦି କୌଣସି ବ୍ୟକ୍ତି ଶାସ୍ତ୍ରର ନିୟମ ଅନୁସାରେ ନିଜର ଜୀବନକୁ ପ୍ରତିପାଦିତ କରିବାକୁ ଇଚ୍ଛା ପ୍ରକାଶ କରନ୍ତି ତେବେ ତାଙ୍କୁ ସର୍ବପ୍ରଥମେ ବ୍ରହ୍ମମୂହୁର୍ତ୍ତ ତଥା ସକାଳ ୪ଟାରୁ ୫ ମଧ୍ୟରେ ପ୍ରଥମେ ସ୍ନାନ କରିବା ଦରକାର । ଏହାପରେ ବ୍ୟକ୍ତିଙ୍କୁ ଦିନର ଦ୍ୱିପ୍ରହରରେ ଦ୍ୱିତୀୟ ଥର ଏବଂ ସଂଧ୍ୟା ୬ଟା ପରେ ଶେଷ ତଥା ତୃତୀୟ ଥର ପାଇଁ ସ୍ନାନ କରିବା ଜରୁରୀ ।

ହିନ୍ଦୁଶାସ୍ତ୍ର ଅନ୍ତର୍ଗତ ନା କେବଳ ସଂପୂର୍ଣ୍ଣ ସ୍ନାନ ବରଂ ହାତ ଓ ଗୋଡ଼ ଧୋଇବାକୁ ମଧ୍ୟ ବହୁତ ଗୁରୁତ୍ୱ ଦିଆ ଯାଇଥାଏ । ଶାସ୍ତ୍ର ଅନୁଯାୟୀ ଘରକୁ ପହଞ୍ଚିବା ପରେ ମନୁଷ୍ୟକୁ ନିଜର ହାତ ଏବଂ ଗୋଡ଼ ଅବଶ୍ୟ ଧୋଇବା ଉଚିତ୍ । ଏହାପରେ ବ୍ୟକ୍ତିକୁ ଭୋଜନ ଗ୍ରହଣ କରିବା ପରେ ମଧ୍ୟ ନିଜର ଗୋଡ଼ ଏବଂ ହାତକୁ ପରିଷ୍କାର କରି ଧୋଇଦେବା ଉଚିତ୍ ଅଟୋ ତେବେ ହିନ୍ଦୁ ଧର୍ମର ଗ୍ରନ୍ଥରେ ଉଲ୍ଲେଖ ରହିଛି ଯେ ସ୍ୱଚ୍ଛ ପାଣିକୁ ମନୁଷ୍ୟ ତା’ର ଶରୀରରେ ଢ଼ାଳିବା ଫଳରେ ଏହା ତାଙ୍କୁ ଆତ୍ମିକ ଶକ୍ତି ସହିତ ଶାରୀରିକ ଶକ୍ତି ମଧ୍ୟ ଯୋଗାଇଥାଏ । ଏହା କରିବା ଦ୍ୱାରା ମନୁଷ୍ୟର ମାଂସପେଶି ମଜଭୁତ ହୁଏ ଏବଂ ତା’ର ମସ୍ତିଷ୍କ ମଧ୍ୟ ଖୋଲା ରହିଥାଏ ।

ସମ୍ବନ୍ଧିତ ଖବର