ବ୍ଲଡ୍ ପ୍ରେସର୍ (ବିପି) ବା ରକ୍ତଚାପକୁ ନେଇ ନିକଟରେ ଆମେରିକାନ୍ ହାର୍ଟ ଆସୋସିଏସନ୍ ପକ୍ଷରୁ ଏକ ଅନୁସନ୍ଧାନ କରାଯାଇଥିଲା। ଏହାପରେ ରକ୍ତଚାପ ରୋଗୀମାନଙ୍କ ପାଇଁ କେତୋଟି ସତର୍କ ସୂଚନା ଜାରି କରାଯାଇଛି। ଜାଣନ୍ତୁ ସେଗୁଡ଼ିକ କ’ଣ କ’ଣ?
Sambad is now on WhatsApp
Join and get latest news updates delivered to you via WhatsApp
-ପରିସ୍ରା କରିବା ପରେ ବି.ପି ଚେକ୍ କରାନ୍ତୁ। ନଚେତ୍ ଫୁଲ୍ ବ୍ଲଡରରୁ ୧୦ ରୁ ୧୨ ମିଲି ମିଟର ଯାଏଁ ବିପି ରିଡିଂ ବଢି ଯାଇଥାଏ।
-ବାମ ହାତର ସପୋର୍ଟକୁ କୌଣସି ଟେବୁଲ ଉପରେ ରଖିବା ଦରକାର। ଏହା ଦ୍ୱାରା ବିପି ମନିଟରିଂ କଫ୍ ହୃଦୟ ପାଖ ଦେଇ ଭଲ ରିଡିଂ ଦେବ। ଏପରି ନ କରିଲେ ୬ ରୁ ୧୦ ମିଲି ମିଟର ଯାଏଁ ବିପି ବଢିଯାଇଥାଏ।
-ବିପି ଚେକ୍ କରିବା ବେଳେ କ୍ରସ୍ ଲେଗ ଆଦୌ କରନ୍ତୁ ନାହିଁ। ଏଭଳି କରିଲେ ବିପିର ରିଡିଂ ୨ ରୁ ୪ ଏମ୍ ଏମ୍ ଯାଏଁ ବଢିଯିବ।
-କପଡା ଉପରେ ଯଦି ବିପି ମନିଟରିଂ କଫ୍ରୁ ଯାଞ୍ଚ କରାଯାଏ, ତେବେ ୫ ରୁ ୧୦ ମିଲି ମିଟର ବଢିବାର ସମ୍ଭାବନା ରହିଥାଏ।
-ଯଦି ବିପି ମନିଟରିଂ କଫ୍ ହାତର ସାଇଜ୍ରେ ଛୋଟ ହୋଇଥାଏ, ତେବେ ବ୍ଲଡପ୍ରେସର ର ରିଡିଂ ୫ ରୁ ୧୦ ମିଲିମିଟର ଯାଏଁ ବଢିଥାଏ।
-ବିପି ଚେକ୍ କରିବା ସମୟରେ କଥା ହେଲେ ବ୍ଲଡ ପ୍ରେସର୍ ବଢିଯାଏ। ଚାହା,କଫି ଓ ପାଣି ପିଇବା ପରେ ମଧ୍ୟ ବିପି ଚେକ୍ କରାଇବା ଉଚିତ ନୁହେଁ। ଏହା ଦ୍ୱାରା ୮ ରୁ ୧୦ ମିଲି ମିଟର ଯାଏଁ ବିପି ବଢି ଯାଇଥାଏ।