ନାଜାଲ୍‌ ସ୍ପ୍ରେ ପ୍ରୟୋଗ କରୁଛନ୍ତି ତ , ସାବଧାନ ରୁହନ୍ତୁ

ଅନେକ ସମୟରେ  ଆମ  ନାକ  ବନ୍ଦ  ହୋଇ ଯାଇଥାଏ ବା  ନାକରେ  ମଇଳା  ଜମି ଯାଇଥାଏ  ।   ଏହାକୁ  ନେଇ  ଆମେ ଚିନ୍ତିତ   ହୋଇଥାଉ ।  ଅଧିକ   ମାତ୍ରାରେ ନାଜାଲ ସ୍ପ୍ରେ   କରିଥାଉ ନାକରେ ।  ତେବେ ମନେ ରଖନ୍ତୁ , ଅଧିକ  ମାତ୍ରାରେ  ନାଜାଲ  ସ୍ପ୍ରେର   ପ୍ରୟୋଗ   କରିବା  ଘାତକ   ସାବ୍ୟସ୍ତ    ହୋଇଥାଏ ।

ଡାକ୍ତରଙ୍କ   ପରାମର୍ଶକ୍ରମେ   ନାଜାଲ୍‌  ସ୍ପ୍ରେର   ପ୍ରୟୋଗ କରିବା ଉଚିତ୍‌ ।  କିନ୍ତୁ  ତା’ଠାରୁ   ଅଧିକ  ଡୋଜ୍‌   ନିଅନ୍ତି,  ତେବେ ଏହା ଆପଣଙ୍କ  ପାଇଁ   କ୍ଷତିକାରକ ହେବ ।  ବିଶେଷ କରି ଯଦି  ଆପଣଙ୍କର  ଉଚ୍ଚ ରକ୍ତଚାପ, ଥାଇରଏଡ୍‌  ବା ମୂତ୍ରଜନିତ   କୌଣସି  ରୋଗ ଥାଏ,  ତେବେ  ନାଜାଲ୍‌   ସ୍ପ୍ରେର     ବ୍ୟବହାର   ନ କରିବା ଭଲ ।  କାରଣ  ଏହି ସ୍ପ୍ରେ   ରକ୍ତଚାପ   ବୃଦ୍ଧି କରିଥାଏ ।  ଫଳରେ    ଦେହ  ଭଲ   ହେବା  ବଦଳରେ  ନର୍ଭସନେସ୍‌  ବୃଦ୍ଧି  ପାଇଥାଏ  ଓ  ନିଦ୍ରାଜନିତ  ସମସ୍ୟା  ବି ଦେଖା  ଦେଇଥାଏ ।

ଯଦି   ଆପଣ  ଥଣ୍ଡା    ଯୋଗୁଁ   ଅସ୍ତବ୍ୟସ୍ତ  ହୋଇ ନାଜାଲ୍‌ ସ୍ପ୍ରେର  ପ୍ରୟୋଗ କରୁଥାନ୍ତି,  ତେବେ  ତାହା  ସ୍ଥାୟୀ  ସମାଧାନ  ନୁହେଁ । ଏହା ଫଳରେ  ଆପଣ  ସାଇନସ ଭଳି ଗମ୍ଭୀର  ରୋଗର   ଆଶଙ୍କା   ବୃଦ୍ଧି ପାଇଥାଏ ।

ସମ୍ବନ୍ଧିତ ଖବର