ସୁନ୍ଦର ଓ ନରମ ଓଠ ଚାହାନ୍ତି କି? ଏହି ୪ ଘରୋଇ ଉପାୟ ପ୍ରୟୋଗ କରି ତଫାତ ପରଖି ନିଅନ୍ତୁ

ସୁନ୍ଦର ଓ ନମନୀୟ ଓଠ ପାଇବାର ଇଚ୍ଛା କାହାର ବା ନାହିଁ? ଓଠ ଫାଟିବାରୁ ନେଇ କଳା ପଡ଼ିଯିବା ଆଦି ଆଜିକାଲି ପ୍ରାୟ ଏକ ସାଧାରଣ ସମସ୍ୟା। ଆଜି ଆମେ ଆପଣଙ୍କୁ ଏପରି କିଛି ଘରୋଇ ଉପାୟରେ ପ୍ରସ୍ତୁତ ଜିନିଷ ବିଷୟରେ କହିବୁ, ଯାହାକୁ ପ୍ରୟୋଗ କରି ଆପଣ ନିଜ ଓଠକୁ ନମନୀୟ କରିବା ସହ ଓଠଫଟା ସମସ୍ୟାରୁ ମୁକ୍ତି ପାଇପାରିବେ!

୧- ସୁନ୍ଦର ଓ ନରମ ଓଠ ପାଇବାକୁ ହେଲେ ଓଠକୁ ସ୍କ୍ରବ୍‌ କରିବା ନିହାତି ଆବଶ୍ୟକ। ଏହି ସ୍କ୍ରବ ପାଇଁ ଆପଣ ଏକ ଚାମଚ ସୋଡ଼ାରେ ଏକ ଚାମଚ ଚିନି ଏବଂ ନଡ଼ିଆ ତେଲ,ଅଲିଭ୍‌ ଅଏଲ୍‌ କିମ୍ବା ସୂର୍ଯ୍ୟମୂଖୀ ଆଦି ଯେକୌଣସି ତେଲରୁ ଗୋଟାଏ ମିଶ୍ରଣ କରି ଏହାକୁ ୧୦ରୁ ୧୫ ସେକେଣ୍ଡ୍‌ ପର୍ଯ୍ୟନ୍ତ ଓଠରେ ଘସନ୍ତୁ। ଏହା ଦ୍ୱାର । ଓଠ ନରମ ହୋଇଥାଏ।

୨-ଏହାବ୍ୟତୀତ ଆପଣ ଏକ ଚାମଚ ଚିନିରେ ଚାରିରୁ ପାଂଞ୍ଚ ବୁନ୍ଦା ମହୁ କୁ ମିଶାଇ ଏହାର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାପରେ ଆପଣ ଏହାକୁ ଦୁଇ ମିନିଟ୍‌ ପର୍ଯ୍ୟନ୍ତ ଆପଣଙ୍କ ଓଠରେ ହାଲୁକା ଭାବେ ମାଲିସ୍‌୍‌ କରନ୍ତୁ। ତା’ପରେ ଓଠକୁ ଗରମ ପାଣିରେ ଧୋଇନିଅନ୍ତୁ। ଧୋଇସାରିବା ପରେ ଲିପ୍‌ ବାମ୍‌ ପ୍ରୟୋଗ କଲେ ଭଲ ଫଳ ମିଳିଥାଏ।

୩- ଓଠ ସମସ୍ୟାର ସମାଧାନ ଲାଗି କଫି ସ୍କ୍ରବ୍‌ ମଧ୍ୟ ବିଶେଷ ଫଳପ୍ରଦ ଅଟେ। ତେଣୁ କଫି ସ୍କ୍ରବ୍‌ ବନାଇବାକୁ ହେଲେ ଆପଣଙ୍କୁ ପ୍ରଥମେ କଫି ଗୁଣ୍ଡରେ କିଛି କ୍ଷୀର ମିଶ୍ରଣ କରିବାକୁ ହେବ। ଏହି ମିଶ୍ରଣକୁ ଆପଣଙ୍କ ଓଠରେ ମାଲିସ୍‌ କରିବାକୁ ପଡ଼ିବ। ଏହାପରେ ଆପଣ ଏହାକୁ ଗରମ ପାଣିରେ ଧୋଇ ଦେବେ। ତେବେ ଏପରି କରିବାର କିଛି ଦିନ ପରେ ଆପଣଙ୍କୁ ତଫାତ ଛାଏଁ ଜଣାପଡ଼ିବ। ଏପରି କଲେ ଆପଣଙ୍କ ଓଠ ଅପେକ୍ଷାକୃତ ଗୋଲାପୀ ଦିଶିବ।

୪- ଯଦି ଆପଣଙ୍କର ଓଠ ଫଟାସମସ୍ୟା ରହିଥାଏ , ତେବେ ଅଲିଭ୍‌ ତେଲରେ ପ୍ରସ୍ତୁତ ସ୍କ୍ରବ୍‌ ଏହାପାଇଁ ଅତ୍ୟନ୍ତ କାର୍ଯ୍ୟକାରୀ ଅଟେ। ଆପଣଏକ ଚାମଚ ଚିନିରେ କିଛି ବୁନ୍ଦା ଅଲିଭ୍‌ ତେଲକୁ ମିଶ୍ରଣ କରନ୍ତୁ। ଏହାପରେ ଆପଣ ଏହାକୁ ଆପଣଙ୍କ ଓଠରେ ଲଗାଇ କିଛି ସମୟ ଯାଏଁ ମାଲିସ୍‌ କରନ୍ତୁ। ଏହା କରିବା ଦ୍ୱାରା ଓଠଫଟା ସମସ୍ୟା ଦୂର ହୋଇଥାଏ।

ସମ୍ବନ୍ଧିତ ଖବର