ଆପଣଙ୍କୁ ବିପଦ ମୁହଁକୁ ଟାଣିନଏ ଏହି ୬ଟି କୁଅଭ୍ୟାସ

ସାଧାରଣତଃ ଜୀବନକୁ ସରଳ ଓ ସୁନ୍ଦର ବନାଇବାକୁ ହେଲେ ଏବଂ ଖୁସିରେ ବଞ୍ଚବାକୁ ହେଲେ ବ୍ୟକ୍ତିକୁ ତାହାର ଆଚାରବ୍ୟବହାର ଉପରେ ଧ୍ୟାନ ରଖିବାକୁ ପଡ଼ିଥାଏ। ତେବେ କିଛିଲୋକ ମଧ୍ୟ ଏପରି ଥାଆନ୍ତି,ଯେଉଁମାନେ କି ସେମାନେ ନିଜର ଖରାପ ଅଭ୍ୟାସ ବା କାର୍ଯ୍ୟକୁ ନେଇ ପଛରେ ଅନୁତାପ କରିଥା’ନ୍ତି। କାହିଁକିନା ସେମାନଙ୍କର ଏହି କୁଅଭ୍ୟାସ ହିଁ ବିପଦପଥକୁ ଟାଣିନେଇଥାଏ। ତେବେ ଆସନ୍ତୁ ଜାଣିବା ଏପରି ୬ଟି କୁଅଭ୍ୟାସ ବିଷୟରେ, ଯାହାକି ବ୍ୟକ୍ତି ଜୀବନକୁ ବିପଦ ଆଡ଼କୁ ଟାଣିନେଇଥାଏ?

୧-କଥା କଥାରେ ଅନ୍ୟର ଭୁଲ ଦେଖିବା ଓ ଦୋଷ ଦୂର୍ବଳତା ବାହାର କରିବା ବ୍ୟକ୍ତିକୁ ବିପଦପଥକୁ ଟାଣିନିଏ।

୨-ଲୋକଙ୍କୁ କ୍ଷମା ନ କରିବା ବା ତାଙ୍କ ଦ୍ୱାରା ହୋଇଥିବା ସେହି ଭୁଲ୍‌କୁ ଗଣ୍ଠି କରି ଧରିବା ମଧ୍ୟ ବ୍ୟକ୍ତିକୁ ପଛରେ ଅସୁବିଧା କରାଇଥାଏ।

୩-ଏଥିସହିତ ଏମିତି କିଛି କାମ କରିବା ବା ଏମିତି କିଛି ଚାକିରି କରିବାଟା ଆଦୌ ହେଲେ ବି ଠିକ୍‌ ନୁହେଁ,ଯାହାକି ଆପଣଙ୍କର ପସନ୍ଦ ହୋଇ ନ ଥାଏ ବା ଯେଉଁଥିରୁ ଆନନ୍ଦ ମିଳୁ ନଥାଏ ।ଏହା ଦ୍ୱାରା ଆପଣ କଷ୍ଟ ପାଇଥା’ନ୍ତି ଓ ଉକ୍ତ କାର୍ଯ୍ୟରେ ମଧ୍ୟ ସଫଳତା ମିଳି ନ ଥାଏ।

୪-ଏତଦ୍‌ବ୍ୟତୀତ ମଧ୍ୟ ଭୁଲ୍‌ ବ୍ୟକ୍ତଙ୍କ ସହ ସଂପର୍କ ମଧ୍ୟରେ ରହିବାବି ଆପଣଙ୍କ ଜୀବନକୁ ବିପଦପଥକୁ ଅଗ୍ରସର କରିନିଏ।

୫-ତେବେ ଟଙ୍କାର ମୂଲ୍ୟ ନ ବୁଝିବା ବା ଟଙ୍କାକୁ ଅଯଥାରେ ଖର୍ଚ୍ଚ କରିବାବି ଆପଣଙ୍କ ଜୀବନକୁ ଦୁଃଖମୟ କରିଦେଇଥାଏ।

୬-ମିଛ ଏବଂ ଦେଖାଣିଆ ଜୀବନ ବିତାଇବା ମଧ୍ୟ ଆପଣଙ୍କ ଜୀବନକୁ ଖରାପ କରିଦେଇଥାଏ।

ସମ୍ବନ୍ଧିତ ଖବର