ଏହି ସବୁ କଥାରୁ ଆପଣ ଜାଣି ପାରିବେ କି ସାଥୀ ସଂପର୍କ ଭାଙ୍ଗିବାକୁ ଚାହୁଁଛନ୍ତି

ଯେତେବେଳେ ଜଣେ ପୁଅ ଏବଂ ଜଣେ ଝିଅ ଭଲପାଇବାରେ ପଡ଼ନ୍ତି, ସେତେବେଳେ ସେମାନେ ପରସ୍ପର ବିଷୟରେ ଭାବିବା ଆରମ୍ଭ କରନ୍ତି । ବେଳେ ବେଳେ କିଛି ଦିନ ସାଥୀରେ ରହିବା ପରେ ଧୀରେ ଧୀରେ ପରସ୍ପର ତାଙ୍କ ପାଇଁ ଉପଯୁକ୍ତ ନୁହେଁ ବୋଲି ଭାବିବା ଆରମ୍ଭ କରିଥାନ୍ତି ।

କିଛିଦିନ ପରେ ସେମାନଙ୍କ ମନରେ ସଂପର୍କ ଭାଙ୍ଗିବାର ଭାବନା ଆସିବାକୁ ଲାଗିଥାଏ । ହେଲେ ଏହି ଭାବନାକୁ ଆପଣଙ୍କ ସାଥୀ ଆପଣଙ୍କ ସହ ସେୟାର ନ କରି କିଛି ଏମିତି କହିଥାନ୍ତି ଯାହାକୁ ଶୁଣି ଆପଣ ଆପେ ଆପେ ଦୂରେଇ ଯିବାକୁ ବାଧ୍ୟ ହୋଇଥାନ୍ତି । ଆଜି ଆମେ ଆପଣଙ୍କୁ ସେହି କଥା ବିଷୟରେ ଜଣାଇବୁ ଯେଉଁଥିରୁ ଆପଣ ବୁଝି ପାରିବେ ଆପଣଙ୍କ ପାର୍ଟନର ଆପଣଙ୍କ ମଧ୍ୟରେ ଥିବା ସଂପର୍କକୁ ଭାଙ୍ଗିବାକୁ ଚାହୁଁଛନ୍ତି । ଆସନ୍ତୁ ଜାଣିବା ସେହି କଥା ବିଷୟରେ।

୧. ପ୍ରାୟତଃ ପୁଅ ବା ଝିଅମାନେ ଯେତେବେଳେ କୌଣସି ସଂପର୍କକୁ ଭାଙ୍ଗିବାକୁ ଚହାନ୍ତି ସେତେବେଳେ ମୋ ଠାରୁ ଅଧିକ ଭଲ ପିଲା ତୁମକୁ ମିଳିଯିବ କହିବା ଆରମ୍ଭ କରି ଦିଅନ୍ତି । ଏପରି କରିବା ଦ୍ୱାରା ସେ ଆପଣଙ୍କ ଆଗରେ ସେ ଭଲ ବନି ରହିବା ସହ ସହଜରେ ସଂପର୍କ ଭାଙ୍ଗି ଦିଅନ୍ତି ।

blogger

୨. କିଛି ପୁଅ ବା ଝିଅ ପ୍ରାୟତଃ କିଛି ଦିନ ସାଥୀରେ ରହିବା ପରେ ବିବାହର ସ୍ୱପ୍ନ ଦେଖନ୍ତି । କିନ୍ତୁ କିଛି ଦିନ ପରେ ସେମାନେ ସେମାନଙ୍କ ପ୍ରେମିକା ବା ପ୍ରେମିକଙ୍କୁ ବିବାହ ପାଇଁ ଏବେ ପ୍ରସ୍ତୁତ ନାହାନ୍ତି ବୋଲି କହିବା ଆରମ୍ଭ କରି ଦିଅନ୍ତି । ଏହା ଶୁଣିବା ପରେ ଜଣେ ଝିଅ ବା ପୁଅ ଆପେ ଆପେ ସଂପର୍କ ଭାଙ୍ଗି ଦେଇଥାଏ ।

୩.ସଂପର୍କ ଭାଙ୍ଗିବା ପାଇଁ ପୁଅ ବା ଝିଅମାନେ ସାଧାରଣତଃ କ୍ୟାରିୟରର ବାହାନା କରିଥାନ୍ତି । ମୁଁ ଏବେ ଏ ଅଯଥା ଜିନିଷରେ ନୁହେଁ ମୋ କ୍ୟାରିୟରରେ ଧ୍ୟାନ ଦେବାକୁ ଚାହୁଁଛି ବୋଲି କହିଥାନ୍ତି । ଏହି କଥାରୁ ଆପଣ ଜାଣିଯିବା ଦରକାର କି ଆପଣଙ୍କ ସାଥୀ ଆପଣ ଦୁଇ ଜଣଙ୍କ ମଧ୍ୟରେ ଥିବା ସଂପର୍କକୁ ଭାଙ୍ଗିବାକୁ ଚାହୁଁଛନ୍ତି ।

୪.ସଂପର୍କର କିଛି ଦିନ ପରେ ଯଦି ଆପଣଙ୍କ ସାଥୀ ଆପଣଙ୍କୁ ସମୟ ନ ଦେଇ ବ୍ୟସ୍ତ ଅଛନ୍ତି ବୋଲି କହିବା ଆରମ୍ଭ କରନ୍ତି, ଏହାର ମାନେ ଆପଣମାନେ ବୁଝିଯିବା ଦରକାର କି ସେମାନେ ଆପଣଙ୍କଠାରୁ ଦୂରତା ବନେଇ ରଖିବାକୁ ଚାହାଁନ୍ତି ।

ସମ୍ବନ୍ଧିତ ଖବର