ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଶରୀରକୁ ଦିଅନ୍ତୁ ଖରାଦିନେ ସୂର୍ଯ୍ୟକିରଣ

ଗ୍ରୀଷ୍ମ ଋତୁରେ ସାଧାରଣତଃ ସମସ୍ତେ ଖରାରୁ ବଞ୍ଚିବା ଏବଂ ଦୂରରେ ରହିବା ପାଇଁ ଚେଷ୍ଟା କରିଥାନ୍ତି । ତେବେ ଖରାରେ ଅତ୍ୟଧିକ ରହିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରିକ ହୋଇଥିବା ବେଳେ ଶରୀରରେ ବିଲ୍‌କୁଲ ଖରା ନପଡ଼ିବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରିକ ସାବ୍ୟସ୍ତ ହୋଇଥାଏ । ସକାଳୁ କିଛି ମାତ୍ରାରେ ସୂର୍ଯ୍ୟକିରଣ ହାଡ଼ ଏବଂ ମାସଂପେଶୀକୁ ଶକ୍ତ ରଖିବା ସହିତ ମଧୁମେହ, ହୃଦରୋଗ ଏବଂ କର୍କଟରୁ ଦୂରରେ ରଖିଥାଏ । ଆସନ୍ତୁ ଜାଣିବା ଖରା ଦିନେ ସୂର୍ଯ୍ୟକିରଣର ଫାଇଦା ସଂପର୍କରେ….
ଇଣ୍ଡିଆନ୍‌ ମେଡ଼ିକାଲ୍‌ ଆସୋସିଏସନ୍‌ (ଆଇଏମ୍‌ଏ) ଡ଼ାକ୍ତରମାନଙ୍କ ଦ୍ୱାରା କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି, ସହରରେ ରହୁଥିବା ଜନସାଧାରଣଙ୍କ ମଧ୍ୟରେ ୯୦ ପ୍ରତିଶତଙ୍କ କ୍ଷେତ୍ରରେ ଭିଟାମିନ୍‌ ଡ଼ି ର ଅଭାବ ଦେଖାଯାଇଥାଏ। । ଗବେଷଣାରୁ ଏହା ମଧ୍ୟ ଜଣାପଡ଼ିଛି ଅତ୍ୟଧିକ ଖରାରୁ ବଞ୍ଚିବା ପାଇଁ ଲୋକ ବିଭିନ୍ନ ପ୍ରକାରର କ୍ରିମ୍‌ ବା ଲୋସନ୍‌ ବ୍ୟବହାର କରିଥାନ୍ତି ଯାହା ଫଳରେ ଖରା କିରଣ ତ୍ୱଚା ପର୍ଯ୍ୟନ୍ତ ପହଞ୍ଚି ନଥାଏ ଫଳରେ ବିଭିନ୍ନ ଚର୍ମ ଜନିତ ରୋଗ ହୋଇଥାଏ ।

Dr. Axe

ଭାରତରେ ବହୁଳ ମାତ୍ରାରେ ସୂର୍ଯ୍ୟକରିଣ ମିଳିବା ସତ୍ତ୍ୱେ ମଧ୍ୟ ଲୋକଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ଚର୍ମ ଜନିତ ରୋଗ ଦେଖାଯାଇଥାଏ । ଏହାର ମୁଖ୍ୟ କାରଣ ଭାରତୀୟଙ୍କ ପୋଷାକ ପରିଧାନ । ଶରୀରର ଅଧିକାଂଶ ଅଂଶ ଘୋଡ଼େଇ ହୋଇ ରହୁଥିବାରୁ ତ୍ୱଚାରେ ଆବଶ୍ୟକୀୟ ପରିମାଣର ସୂର୍ଯ୍ୟ କରିଣ ପହଞ୍ଚିପାରି ନଥାଏ ଯାହା ଫଳରେ ଚର୍ମ ସମସ୍ୟା ସୃଷ୍ଟି ହୋଇଥାଏ ।

medicalnewstoday.com

ଦ୍ୱିତୀୟ ପ୍ରମୁଖ କାରଣ ହେଉଛି, ଘର ଏବଂ ଅଫିସ ମଧ୍ୟରେ ଅଧିକ ସମୟ ଅତିବାହିତ କରିବା । ଖରାରୁ ବଞ୍ଚିବାକୁ ଯାଇ ଲୋକ ଅଧିକାଂଶ ଏସି, କୁଲର ଘରେ ରହିବା ପାଇଁ ଇଛା ପ୍ରକାଶ କରିଥାନ୍ତି। ଏଥିପାଇଁ ଖରାରେ ବାହାରକୁ ବାହରିବା କମ ହୋଇଥାଏ ଏବଂ ଶରୀରରେ ଖରାକିରଣ ପ୍ରବେଶ କରିନଥାଏ । ଯାହା ଫଳରେ ଭିଟାମିନ୍‌ ଡ଼ିର ଅଭାବ ହେବା ସହ ମାଂସପେଶୀ ଜନିତ ଯନ୍ତ୍ରଣା ଏବଂ ବିଭିନ୍ନ ପ୍ରକାରର ଚର୍ମ ରୋଗ ଦେଖାଯାଇଥାଏ ।

ସମ୍ବନ୍ଧିତ ଖବର