ବାସ୍‌ ୨ଟି ଗୁଜୁରାତି ଖାଇ ହଟାନ୍ତୁ ପେଟର ଚର୍ବି, ନିଦ୍ରାହୀନତା ଦୂର ହେବା ସହ ଦୂର ହେବ ଅନେକ ଶାରୀରିକ ସମସ୍ୟା

ଆମ ଦେଶରେ ପ୍ରତି ରୋଷଇ ଘରେ ଗୁଜୁରାତିର ବ୍ୟବହାର କରାଯାଇଥାଏ । ଖାଇବାର ସ୍ୱାଦ ବଢ଼ାଇବା ସହ ଅନେକ ଶାରୀରିକ ସମସ୍ୟା ଦୂର କରିଥାଏ ଗୁଜୁରାତି । କିଛି ଲୋକ ଗୁଜୁରାତିକୁ ମାଉଥ୍‌ ଫ୍ରେସ୍‌ନର ଭାବେ ବ୍ୟବହାର କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି? ଗୁଜୁରାତି ଖାଇ ଉଷୁମ ପାଣି ପିଇବା ଦ୍ୱାରା ଶରୀରର ଅନେକ ଗମ୍ଭୀର ସମସ୍ୟାର ସମାଧାନ ହୋଇ ଥାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ ଉଷୁମ ପାଣି ସହ ଗୁଜୁରାତିକୁ ଖାଇବା ଦ୍ୱାରା କ’ଣ ସବୁ ଲାଭ ମିଳିଥାଏ ।

୧. ଯଦି ଆପଣ ଆପଣଙ୍କ ପେଟ କମ କରିବାକୁ ଚାହାଁନ୍ତି, ତେବେ ରାତିରେ ଶୋଇବା ପୂର୍ବରୁ ୨ଟି ଗୁଜୁରାତି ଖାଇ ଉଷୁମ ପାଣି ପିଅନ୍ତୁ । ଏଥିରେ ପୋଟାସିୟମ, ମ୍ୟାଗ୍‌ନେସିମ୍‌, ଭିଟାମିନ୍‌ ବି୧, ବି୬ ଏବଂ ଭିଟାମିନ୍‌ ସି ରହିଥାଏ । ଯାହା ଅତିରିକ୍ତ କ୍ୟାଲୋରି ହଟାଇବାରେ ସାହାଯ୍ୟ କରିଥାଏ ।

୨. ଯଦି ଆପଣଙ୍କୁ ରାତି ସମୟରେ ଠିକ୍‌ ଭାବରେ ନିଦ ହେଉ ନାହିଁ, ତେବେ ଉଷୁମ ପାଣି ସହ ଗୁଜୁରାତି ଖାଇବା ଆରମ୍ଭ କରନ୍ତୁ । ଗୁଜୁରାତିରେ ଥିବା ପୋଷକ ତତ୍ତ୍ୱ ଗଭୀର ନିଦ ଦେବାରେ ସାହାଯ୍ୟ କରିଥାଏ ।

CureJoy

୩. ରାତିରେ ଗୁଜୁରାତି ଖାଇ ଶୋଇବା ଦ୍ୱାରା ମୁହଁରେ ଥିବା ବ୍ୟାକ୍ଟେରିଆ ଶେଷ ହୋଇ ଯାଇଥାନ୍ତି । ଏପରି କରିବା ଦ୍ୱାରା କ୍ୟାଭିଟି ଭଳି ସମସ୍ୟା ଦେଖା ଯାଇ ନଥାଏ ।

୪. ଉଷୁମ ପାଣି ସହ ଗୁଜୁରାତି ଖାଇବା ଦ୍ୱାରା କିଡ୍‌ନି ସମସ୍ୟା ବି ଦୂର ହୋଇଥାଏ । ଏପରି କଲେ କିଡ୍‌ନିରେ ଥିବା ଷ୍ଟୋନ୍‌ ଭାଙ୍ଗିବା ସହ ୟୁରିନ୍‌ ଜରିଆରେ ବାହାରକୁ ଆସି ଯାଇଥାଏ । ଏହା ସହ ଛାତି ପୋଡ଼ିବା ଏବଂ ଆଣ୍ଠୁ-ଗଣ୍ଠି ବିନ୍ଧା ମଧ୍ୟ କମ ହୋଇଥାଏ ।

ସମ୍ବନ୍ଧିତ ଖବର