ଜାଣନ୍ତୁ ନଡିଆ ତେଲର କରାମତି ! ରୋଗ ଭଲ କରିବ, ଚେହେରା ଚମକାଇବ

ହିନ୍ଦୁ ଧର୍ମ ଅନୁସାରେ ନଡିଆକୁ କୁହାଯାଏ ଶ୍ରୀଫଳ। ଏହାକୁ ପବିତ୍ର ଫଳ ଭାବରେ ବିବେଚନା କରାଯାଇଥାଏ । କୌଣସି ଶୁଭକାମ, ଏଇ ଯେମିତି, ଗୃହ ପ୍ରବେଶ, ଯଜ୍ଞ ଆଦି କାର୍ଯ୍ୟରେ ନଡିଆ ବ୍ୟବହାର କରାଯାଏ। ନଡିଆ ପାଣି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଭଲ। ଏହାକୁ ଆମେ ରୋଷେଇରେ ବ୍ୟବହାର କରିଥାଉ। ଆଉ ନଡ଼ିଆ ତେଲ ମଧ୍ୟ ବହୁ ଉପକାରୀ। ଏ ବିଷୟରେ ଆସନ୍ତୁ ଜାଣିବା।

-ଯଦି ଆପଣଙ୍କର ପାଦ ଉପରେ ବା କୌଣସି ଭାଗରେ ଇମ୍ଫେକ୍ସନ ହୋଇଥାଏ, ତା’ହେଲେ ଆପଣ ସଙ୍ଗେ ସଙ୍ଗେ ଘରେ ଥିବା ନଡିଆ ତେଲକୁ ସେହି ଭାଗରେ ମାଲିସ କରନ୍ତୁ। କିଛି ସମୟ ପରେ ଆପଣଙ୍କୁ ଉପଶମ ମିଳିବ।

-ଯଦି ଆପଣଙ୍କୁ କୌଣସି ଭାଗରେ କୁଣ୍ଡେଇ ହେଉଥାଏ କି ସେହି ସ୍ଥାନ ଜଳିବା ଭଳି ଲାଗୁଥାଏ, ତା’ହେଲେ ନଡିଆ ତେଲରେ ଟିକିଏ ମାଲିସ କରିଦିଅନ୍ତୁ। ଦେଖିବେ କେତେ ଆରାମ ମିଳିବ ।

Organic Facts

-ଗରମ ହେଉ କି ଥଣ୍ଡା, ଓଠରେ ନଡିଆ ତେଲ ମାଲିସ କରନ୍ତୁ।

-କ୍ୟାଷ୍ଟର ଅଏଲ ଏବଂ ନଡିଆ ତେଲର ମିଶ୍ରଣ କରି ନିଜର ଚେହେରାରେ ମାଲିସ କରନ୍ତୁ। ଆପଣଙ୍କ ତ୍ୱଚା ଚମକି ଉଠିବ।

-ଶୋଇବା ପୂର୍ବରୁ ନିଜ ନଖକୁ ନଡ଼ିଆ ତେଲରେ ମାଲିସ କରନ୍ତୁ।

Reports Healthcare

-ଅଧା ଚାମଚ ବେକିଙ୍ଗ ସୋଡା ଏବଂ ଏକ ଚାମଚ ନଡିଆ ତେଲକୁ ମିଶାନ୍ତୁ । ଏହି ମିଶ୍ରଣରେ ପୁଦିନା ରସ ମଧ୍ୟ ମିଶାଇ ପାରିବେ। କିଛି ସମୟ ଏହି ମିଶ୍ରଣକୁ ଆପଣଙ୍କ ଦାନ୍ତ ଉପରେ ଲଗାନ୍ତୁ। ଦେଖିବେ କ’ଣ ଲାଭ ମିଳୁଛି।

-ନଡ଼ିଆ ତେଲକୁ ମେକଅପ୍‌ ରିମୁଭର ଭାବରେ ବ୍ୟବହାର କରାଯାଇଥାଏ।

ସମ୍ବନ୍ଧିତ ଖବର