ଜାପାନୀ ଚିକିତ୍ସା :  ସକାଳୁ ଏହି ଶୈଳୀରେ ୪ ଗ୍ଲାସ ପାଣି ପିଅନ୍ତୁ, ମିଳିବ ଅନେକ ଉପକାର

ପାଣି ସମସ୍ତଙ୍କ ପାଇଁ ଆବଶ୍ୟକ। ଆମ ଶରୀରର ୭୦ ଭାଗ ପାଣି । ଖାଲି ପେଟରେ ପାଣି ପିଇଲେ  କ’ଣ ସବୁ ଲାଭ ମିଳେ ଆସନ୍ତୁ ଜାଣିବା।

ସକାଳୁ ଖାଲି ପେଟରେ ପାଣି ପିଇବା ହେଉଛି ଜାପାନୀ ପଦ୍ଧତିର ଏକ ଚିକିତ୍ସା। ଶେଯରୁ ଉଠିବା ମାତ୍ରେ ସଙ୍ଗେ ସଙ୍ଗେ ଏକ ଗ୍ଲାସରୁ ଚାରି ଗ୍ଲାସ ଯେତେ ସମ୍ଭବ ପାଣି ପିଅନ୍ତୁ। କିନ୍ତୁ କୁଳୁକୁଞ୍ଚା କରିବା  ବା ଦାନ୍ତ ଘଷିବା ପୂର୍ବରୁ ଏହି ପାଣି ପିଅନ୍ତୁ। ତେବେ ସକାଳୁ ଉଠି ଥଣ୍ଡା ପାଣି ବା ଫ୍ରିଜ୍‌ ପାଣି ପିଅନ୍ତୁ ନାହିଁ।  ଉଷୁମ ପାଣି ପିଇପାରିବେ। ଛିଡା ହୋଇ ପାଣି ପିଇବା ଅନୁଚିତ, ଆଦୌ ଏପରି କରନ୍ତୁ ନାହିଁ । ଯିଏ ଏମିତି ସକାଳୁ ପାଣି ପିଇଥାଏ,  ତା’ର ପେଟ ଜନିତ ସମସ୍ୟା ହୋଇନଥାଏ। ଶୋଇ ସାରି ଉଠିବା ପରେ ପାଟିରୁ କିଛି ଫଙ୍ଗସ ବାହାରିଥାଏ, ଯାହା  ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ।  ଶରୀରର  ବେଟାବଲିଜିମ୍‌ ବୃଦ୍ଧି କରିବାରେ ସହାୟକ ହୋଇଥାଏ।

Tires & Parts

ଶରୀରରେ ପାଣିର ସନ୍ତୁଳନ ରହିଲେ ତ୍ୱଚା ମଧ୍ୟ ଉଜ୍ଜ୍ୱଳ ହୋଇଥାଏ। ଏମିତି ପାଣି ପିଇବା ଦ୍ୱାରା ଶରୀରରୁ  ଟକ୍କସିନ୍‌ ନିର୍ଗତ ହୋଇଯାଇଥାଏ। ପେଟ ସଫା ମଧ୍ୟ ରହିଥାଏ।  କୋଷ୍ଠକାଠିନ୍ୟ ହେତୁ ଚର୍ବି ବୃଦ୍ଧି ହୋଇଥାଏ। ଖରାଦିନରେ ମଧ୍ୟ ଶରୀରର ତାପମାତ୍ରାକୁ ନିୟନ୍ତ୍ରିତ କରିଥାଏ ପାଣି । ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ। ଏମିତି ସକାଳୁ ପାଣି ପିଇବା ଦ୍ୱାରା ଆଖି, ନାକ ଓ ଗଳା ରେ ହେଉଥିବା ସମସ୍ୟା ଦୂର ହୋଇଥାଏ। ଯେଉଁ ଲୋକମାନେ ଏନିମିଆରେ ପୀଡିତ ଅଛନ୍ତି, ସେମାନଙ୍କ ପାଇଁ ଲାଭ ହୋଇଥାଏ। ଶରୀରରେ  ମଧ୍ୟ ରକ୍ତ  ଅଧିକ ତିଆରି ହୋଇଥାଏ।

 

ସମ୍ବନ୍ଧିତ ଖବର