ବାସି ରୁଟି ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ, ମଧୁମେହ ଓ ରକ୍ତ ଚାପ ରୋଗୀଙ୍କୁ ମିଳେ ଅଧିକ ଉପକାର

ବାସି ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ହାନିକାରକ, ଏହା ପ୍ରାୟ ସମସ୍ତଙ୍କୁ ଜଣା। ଏଣୁ, ବଳିପଡ଼ିଥିବା ଖାଦ୍ୟକୁ ଡଷ୍ଟବିନ୍‌ରେ ପକାଇଦିଆଯାଏ ନଚେତ୍‌ କେହି କେହି ଗାଈ କି˚ବା କୁକୁରକୁ ଖାଇବାକୁ ଦିଅନ୍ତି। ତେବେ, ଏ କ୍ଷେତ୍ରରେ ବାସି ରୁଟି ଏକ ବ୍ୟତିକ୍ରମ। ସ୍ୱାସ୍ଥ୍ୟ ବିଜ୍ଞାନୀଙ୍କ ମତରେ ବାସି ରୁଟି ଖାଇଲେ କିଛି ସମସ୍ୟା ନାହିଁ ବର˚ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। କାରଣ, ପାଣି ଓ ଗହମ ଅଟାରେ ରୁଟି ତିଆରି ହେଉଥିବାରୁ ଏହା ଶୀଘ୍ର ଝାଳେଇଯାଏ ନାହିଁ। ଏଥିରେ ଉପକାରୀ ବ୍ୟାକ୍ଟେରିଆ ସୃଷ୍ଟି ହୁଅନ୍ତି, ଯାହା ଶରୀର ପାଇଁ ଭଲ।

ରାତିରେ ବଳିପଡ଼ିଥିବା ରୁଟି ପର ଦିନ ସକାଳେ ସମସ୍ତେ ଖାଇପାରିବେ ଏବ˚ ତିଆରି ହେବାର ବାରରୁ ପନ୍ଦର ଘଣ୍ଟା ମଧୢରେ ଖାଇଲେ ସମସ୍ୟା ନାହିଁ। ତେବେ, ବାସି ରୁଟି ଖାଇବା ଦ୍ବାରା ମଧୁମେହ ଓ ରକ୍ତ ଚାପ ରୋଗୀଙ୍କୁ ଅଧିକ ଉପକାର ମିଳେ। ସକାଳ ଜଳଖିଆରେ ଥଣ୍ତା କ୍ଷୀର ସହିତ ବାସି ରୁଟି ଖାଇଲେ ରକ୍ତଚାପ ନିୟନ୍ତ୍ରଣରେ ରହେ। ଏହା ଶରୀରରେ ଶର୍କରାର ସ୍ତରକୁ ସନ୍ତୁଳିତ ରଖିବାକୁ ସମର୍ଥ। ଏଣୁ ମଧୁମେହ ରୋଗୀ ମଧୢ ଖାଇପାରିବେ। ବାସି ରୁଟିରେ ପୁଷ୍ଟିସାର ଓ ତନ୍ତୁ ଉପାଦାନ ରହିଛି। ନିୟମିତ ଖାଇବା ଦ୍ବାରା ଶାରୀରିକ ଦୁର୍ବଳତା ଦୂର ହୁଏ। ଏହା ମଧୢ ଓଜନ ବୃଦ୍ଧିରେ ସହାୟକ ହୁଏ। କ୍ଷୀଣକାୟ ବା ପତଳା ଶରୀରର ବ୍ୟକ୍ତିମାନେ ନିଜର ଓଜନ ବୃଦ୍ଧି ପାଇଁ ବାସି ରୁଟିକୁ ଏକ ବିକଳ୍ପ ଭାବେ ଗ୍ରହଣ କରିପାରିବେ।

ସମ୍ବନ୍ଧିତ ଖବର