ଆସନ୍ତୁ ଜାଣିବା ଖରାଦିନେ ତରଭୁଜର ଖାଇବାର ଉପକାରିତା ସଂପର୍କରେ…

ନୂଆଦିଲ୍ଲୀ : ଖରାଦିନେ ସାଧାରଣତଃ ବଜାରରେ ଅନେକ ପ୍ରକାରର ଫଳ ମିଳିଥାଏ । ସେଥିମଧ୍ୟରୁ ପ୍ରାୟତଃ ତରଭୁଜ ଖାଇବା ପାଇଁ ଲୋକ ଚାତକ ଭଳି ଅପେକ୍ଷା କରି ବସିଥାନ୍ତି । ତରଭୁଜ ପାଟିକୁ ଯେତିକି ସୁଆଦିଆ ଲାଗିଥାଏ ଶରୀର ପ୍ରତି ମଧ୍ୟ ସେତିକି ସ୍ୱାସ୍ଥ୍ୟକର ହୋଇଥାଏ । ଖରାଦିନେ ସାଧାରଣତଃ ଶରୀରରେ ଜଳୀୟ ଅଂଶ କମ ହୋଇଥିବା ବେଳେ ତରଭୁଜ ଶରୀରକୁ ସଠିକ ପରିମାଣର ଜଳ ଯୋଗାଇଥାଏ । ତେବେ ଆସନ୍ତୁ ଜାଣିବା ତରଭୁଜ ଖାଇବା ଉପକାରିତା ସଂପର୍କରେ…

Dreamstime.com

ତରଭୁଜ ଖାଇବା ଦ୍ୱାରା ଶରୀରରେ ଜଳୀୟଅଂଶର ପରିମାଣ ସଠିକ ରହିବା ସହ ଲାଇକୋପିନ୍‌ର ପରିମାଣ ବଢ଼ାଇଥାଏ । ଯାହା ଦ୍ୱାରା ଅନେକ ପ୍ରକାରର ହୃଦରୋଗରୁ ରକ୍ଷା ମିଳିଥାଏ ।
ତରଭୁଜ ଖାଇବା ଦ୍ୱାରା ଅଧିକ ସମୟ ପର୍ଯ୍ୟନ୍ତ ପେଟ ଭରପୁର ରହିଥାଏ । ଯାହା ଦ୍ୱାରା କମ ଭୋକ ଲାଗିବା ସହ ବିଭିନ୍ନ ଅଦରକାରୀ ଜିନିଷ ଖାଇବାରୁ ମନକୁ ନିବୃତ ରଖିଥାଏ । ଏଣୁ ଓଜନ କମ ହେବା ସହ ଅଦରକାରୀ ମେଦ ହ୍ରାସ କମ୍‌ ହୋଇଥାଏ ।
ତରଭୁଜରେ ଜଳୀୟଅଂଶ ଅଧିକ ପରିମାଣର ଥିବାରୁ ଏହା ତ୍ୱଚାକୁ ଶୁଷ୍କ ହେବାରୁ ରକ୍ଷା କରିଥାଏ । ଏହା ଦ୍ୱାରା ତ୍ୱଚାରେ ଚମକ ରହିବା ସହ ଥକାପଣ ଦୂର ହୋଇଥାଏ ।
ତରଭୁଜ ଖାଇବା ଦ୍ୱାରା ପେଟ ଜନିତ ରୋଗ ଦୂର ହେବା ସହ ଏହାର ଜୁସ ପିଇବା ଦ୍ୱାରା ଗ୍ୟାସ ଜନିତ ରୋଗ ଦୂର ହୋଇଥାଏ । ଏହା ଦ୍ୱାରା ପାଚନ କ୍ରିୟା ସଠିକ ମଧ୍ୟ ହୋଇଥାଏ ।

ସମ୍ବନ୍ଧିତ ଖବର