କର୍କଟ ରୋଗ ସହ ଏହି ସବୁ ଶାରୀରିକ ସମସ୍ୟାକୁ ଦୂର କରିଥାଏ ପିଜୁଳି

ଖରାଦିନ ହେଉ ବା ଶୀତଦିନ ପିଜୁଳି ସବୁ ଋତୁରେ ସହଜରେ ମିଳି ଯାଇଥାଏ । ଏହାର ସେବନ କରିବା ଦ୍ୱାରା ଶରୀରର ଅନେକ ବଡ଼ ବଡ଼ ସମସ୍ୟା ଦୂର ହୋଇଥାଏ । ପିଜୁଳି ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହେବା ସହ ମୋଟାପଣ ଏବଂ ମଧୁମେହ ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ । ଆଜି ଆସନ୍ତୁ ଜାଣିବା ପିଜୁଳିରୁ ଶରୀରକୁ ମିଳୁଥିବା ଫାଇଦା ବିଷୟରେ

୧. ଅଧିକ ସମୟ ପର୍ଯ୍ୟନ୍ତ ଟିଭି, କମ୍ପ୍ୟୁଟର ଏବଂ ମୋବାଇଲ ଫୋନର ବ୍ୟବହାର କରିବା ଦ୍ୱାରା ଦୃଷ୍ଟିଶକ୍ତି ଦୁର୍ବଳ ହେବାକୁ ଲାଗିଥାଏ । ସେଥିପାଇଁ ପ୍ରତିଦିନର ଖାଦ୍ୟରେ ପିଜୁଳିକୁ ସାମିଲ କରନ୍ତୁ । ଏଥିରେ ଭିଟାମିନ ସି ରହିଥାଏ, ଯାହା ଦୃଷ୍ଟିଶକ୍ତିକୁ ବଢ଼ାଇବାରେ ସାହାଯ୍ୟ କରିଥାଏ ।

Related image
lifealth.com

୨. ପିଜୁଳି ଭଳି ତା’ର ପତ୍ର ମଧ୍ୟ ଲାଭଦାୟକ । ପିଜୁଳି ପତ୍ରକୁ ପାଣିରେ ଫୁଟାଇବା ସହ ଥଣ୍ଡା ହେବା ପରେ ତାହାକୁ କେଶରେ ଭଲ ଭାବରେ ମାଲିସ କରନ୍ତୁ । କିଛି ସମୟ ରଖି ଧୋଇ ନିଅନ୍ତୁ । ଏହା ଦ୍ୱାରା କେଶ ମଜବୁତ ସହ ଘନ ହେବ ।

Image result for guava
Gardening Know How

୩. ପିଜୁଳିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଲାଇକୋପିନ୍‌ ଏବଂ ଭିଟାମିନ ସି କର୍କଟ ରୋଗ ସୃଷ୍ଟିକାରୀ ଭାଇରସ ସହ ଲଢ଼ିଥାଏ । ପିଜୁଳି ଖାଇବା ଦ୍ୱାରା ପ୍ରୋଷ୍ଟେଟ କର୍କଟ ରୋଗ ଏବଂ ସ୍ତନ କର୍କଟ ରୋଗ ହେବା ଆଶଙ୍କା କମ ହୋଇ ଯାଇଥାଏ ।

୪. ପିଜୁଳିରେ ଫାଇବରର ପରିମାଣ ଅଧିକମାତ୍ରାରେ ରହିଥାଏ । ଯାହା ପେଟ ସମ୍ବନ୍ଧିତ ସମସ୍ୟାକୁ ଦୂର କରିବା ସହ ପାଚନକ୍ରିୟାକୁ ସୁସ୍ଥ କରିଥାଏ ।

ସମ୍ବନ୍ଧିତ ଖବର