ଜାଣନ୍ତୁ ଦୈନିକ ହେଙ୍ଗୁ ଜଳ ପିଇବା ଦ୍ୱାରା ଶରୀରକୁ ମିଳିଥାଏ କେଉଁ ଫାଇଦା

ଆପଣ ହେଙ୍ଗୁର ବ୍ୟବହାର ତ କରିଥିବେ ନିଶ୍ଚୟ। ବଡ଼ି, ବରା, ପକୁଡ଼ି, ଡାଲମା, ଘାଣ୍ଟ ତରକାରି, ଉଖୁଡ଼ା କିମ୍ବା କୌଣସି ପିଠା ଜାତୀୟ ଖାଦ୍ୟରେ ହେଙ୍ଗୁ ନପାଇଲେ ଆଦୌ ମଜା ଆସେ ନାହିଁ। ସାମାନ୍ୟ ହେଙ୍ଗୁ ପକାଇବା ଦ୍ୱାରା ଖାଦ୍ୟରୁ ଯେଉଁ ବାସ୍ନା ବାହାରେ ତାହା ଏକଦମ ଖାଇବାର ସ୍ୱାଦ ହିଁ ବଦଳାଇ ଦିଏ। କେବଳ ସ୍ୱାଦ ପାଇଁ ନୁହେଁ, ଏଥିରେ ଔଷଧୀୟ ଗୁଣ ବି ରହିଛି। ତେବେ, ଆଜି ଆମେ ଆଲୋଚନା କରିବା ସେହି ହେଙ୍ଗୁ ଜଳକୁ ଦୈନିକ ପିଇବା ଦ୍ୱାରା ଆଉ ସବୁ କେଉଁ ସୁଫଳ ମିଳିଥାଏ।

ପ୍ରାଚୀନ କାଳରେ ମହିଳାମାନେ ମାସିକ ଧର୍ମଜନିତ କଷ୍ଟ ପାଉଥିଲେ ପାଣିରେ ହେଙ୍ଗୁ ମିଶ୍ରଣ କରି ପାଇବାକୁ ଦିଆଯାଉଥିଲା। ଏହାକୁ ପିଇବ ଦ୍ୱାରା ପେଟ ଯନ୍ତ୍ରଣା କମ୍‌ ହୋଇଥାଏ।

ଶ୍ୱାସ ହେତୁ ଅନେକ ସମୟରେ ତଣ୍ଟି ଓ ଛାତି ଆଦି ଭିତରୁ କୁଣ୍ଡେଇ ହେବାକୁ ଲାଗେ। ତାହାର ସମାଧାନ ମଧ୍ୟ ହେଙ୍ଗୁରେ ରହିଛି। ଦୈନିକ ହେଙ୍ଗୁ ପାଣି ପିଇଲେ ଥଣ୍ଡା କମ୍‌ ହୋଇଥାଏ।

ହଜମ ଜନିତ କୌଣସି ବି ମସସ୍ୟାକୁ ହେଙ୍ଗୁ ଚୁଟ୍‌କିରେ ସମାଧାନ କରିବା ସହିତ ଏହା ଏସିଡିଟି ବି ଦୂର କରିଥାଏ।

ମଧ୍ୟୁମେହ ରୋଗୀଙ୍କ ପାଇଁ ଏହା ଅବ୍ୟର୍ଥ ଔଷଧ। ଏହା ରକ୍ତରେ ଶର୍କରା ଭାଗକୁ ଆୟତ୍ତରେ ରଖିଥାଏ।

ଏହାକୁ ଦୈନିକ ପିଇବା ଦ୍ୱାରା ହାଡ଼ ଶକ୍ତି ହୋଇଥାଏ। ସାମାନ୍ୟ ପରିଶ୍ରମ ପରେ ଶରୀରରେ ଯେଉଁ ଥକାନ ଅନୁଭୂତ ହୋଇଥାଏ ତାହା ଦୂର ହେବ।

ଏହା ଶରୀରକୁ ଫୂର୍ତ୍ତି ରଖିବା ସହ ପେଟ ଓ ଆଖି ପାଇଁ ଖୁବ୍‌ ଫଳପ୍ରଦ ପ୍ରମାଣିତ ହୋଇ ସାରିଛି।

ସମ୍ବନ୍ଧିତ ଖବର