କର୍କଟ ରୋଗ ଭଳି ସମସ୍ୟାକୁ ଦୂର କରିଥାଏ ଏହି ପରିବା

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକମାନଙ୍କ ଖାଦ୍ୟପେୟରେ ଠିକ୍‌ ଠିକଣା ରହୁ ନଥିବାରୁ ସେମାନେ ବିଭିନ୍ନ ରୋଗର ଶିକାର ହେଉଛିନ୍ତି । ପ୍ରତିଦିନ କିଛି ନୂଆ ନୂଆ ରୋଗର ନାଁ ସାମ୍ନାକୁ ଆସୁଥିବା ବେଳେ ତାହାର ଚିକିତ୍ସା ପାଇଁ ଗବେଷଣା ଆରମ୍ଭ କରିଛନ୍ତି ବୈଜ୍ଞାନିକ । କିନ୍ତୁ ଏ ପର୍ଯ୍ୟନ୍ତ କର୍କଟ ରୋଗ ପାଇଁ କୌଣସି ସ୍ଥାୟୀ ଚିକିତ୍ସା ବାହାର କରାଯାଇ ପାରି ନାହିଁ । ପ୍ରତି ବର୍ଷ ଅନେକ ଲୋକ କର୍କଟ ରୋଗର ଶିକାର ହୋଇ ମୃତ୍ୟୁବରଣ କରୁଥିବା ବେଳେ ଏହାର ଚିକିତ୍ସା ସମ୍ଭବ ହୋଇ ପାରି ନାହିଁ । ଆଜି ଆମେ ଆପଣଙ୍କୁ ଏକ ଏମିତି ପରିବା ବିଷୟରେ ଜଣାଇବାକୁ ଯାଉଛୁ ଯାହାକୁ ସବୁଠାରୁ ଶକ୍ତିଶାଳୀ ପରିବା ବୋଲି ଧରା ଯାଇଥାଏ । ଏହାର ସେବନ କରିବା ଦ୍ୱାରା କର୍କଟ ରୋଗ ଭଳି ସମସ୍ୟା ଦୂର ହେବା ସହ କର୍କଟ ରୋଗ ହେବାର ଆଶଙ୍କ ମଧ୍ୟ କମ ହୋଇଥାଏ । କାଙ୍କଡ଼କୁ ଆପଣମାନେ ଖାଇଥିବେ ନିଶ୍ଚୟ । କିନ୍ତୁ ସେଥିରୁ ଶରୀରକୁ ମିଳୁଥିବା ଫାଇଦା ବିଷୟରେ ବୋଧହୁଏ ଆପଣଙ୍କୁ ଜଣା ନଥିବ । ଆସନ୍ତୁ ଜାଣିବା କାଙ୍କଡ଼ ଖାଇବାରେ ଶରୀରକୁ ମିଳୁଥିବା ଫାଇଦା ବିଷୟରେ…

nari.punjabkesari.in

୧.କାଙ୍କଡ଼ରେ ଫାଇଟୋକେମିକାଲ୍ସ,ପ୍ରୋଟିନ୍‌,ଆଣ୍ଟିଅକ୍ସିଡ଼ାଣ୍ଟ ଏବଂ ଫାଇବର ପ୍ରଚୁର ପରିମାଣରେ ରହିଥାଏ ।
୨.ଏହି ପରିବାରେ ମାଂସ ତୁଳନାରେ ୫୦ଗୁଣ ଅଧିକ ପ୍ରୋଟିନ୍‌ ରହିଥାଏ । ଯାହା ଶରୀରକୁ ସୁସ୍ଥ ରଖିବା ସହ ରୋଗ ସଂକ୍ରମଣ ହେବାରୁ ରୋକିଥାଏ ।
୩.ପ୍ରତିଦିନ ଏହାକୁ ଖାଇବାରେ ସାମିଲ କଲେ ଓଜନ କମ ହେବା ହୋଇଥାଏ ।
୪.ଏଥିରେ ଥିବା ଫାଇଟୋକେମିକଲ୍ସ,ପ୍ରୋଟିନ୍‌,ଆଣ୍ଟିଅକ୍ସିଡ଼ାଣ୍ଟ ଏବଂ ଫାଇବର କର୍କଟ ରୋଗ ଏବଂ ହୃଦ୍‌ଜନିତ ରୋଗ ହେବାରୁ ରୋକିଥାଏ ।

ସମ୍ବନ୍ଧିତ ଖବର