ଏସବୁ କଥା ଜାଣିଲେ , ଆପଣ ବି ପ୍ରତିଦିନ ପିିଇବେ ଲେମ୍ବୁ ପାଣି !

ସକାଳେ ଉଷୁମ ପାଣିରେ ଲେମ୍ବୁ ଚିପୁଡି ପିଇଲେ ଓଜନ ହ୍ରାସ ହୋଇଥାଏ ବୋଲି ଆମ ସମସ୍ତଙ୍କୁ ଜଣା । କିନ୍ତୁ ଏହାର ମଧ୍ୟ ଅନେକ ଉପକାରିତା ଅଛି ଯାହା ଆମେ ଜାଣି ନଥାଉ । ଆସନ୍ତୁ ଜାଣିବା ସେ ସଂପର୍କରେ । ଲେମ୍ବୁ ପାଣି ପିିଇବା ଦ୍ୱାରା କେତେକ ରୋଗରୁ ମୁକ୍ତି ମିଳିଥାଏ ।
ଲେମ୍ବୁରେ ଭିଟାମିନ୍‌ ସି ପ୍ରଚୁର ପରିମାଣରେ ଥାଏ । ଲେମ୍ବୁ ପାଣି ପିଇବା ଦ୍ୱାରା ମୁହଁରେ ହୋଇଥିବା ନାଲି ଦାଗ ଦୂର ହୋଇଥାଏ । ଲେମ୍ବୁ ପାଣିକୁ ମୁହଁରେ ବ୍ୟବହାର କଲେ, ଡେଡ୍‌ ସେଲ୍‌କୁ ବାହାର କରି ଦେଇଥାଏ ଏବଂ ଅତ୍ୟାଧିକ ତୈଳ ଅଂଶକୁ ମଧ୍ୟ ବାହାର କରିଦେଇଥାଏ । ଲେମ୍ବୁ ପାଣି ପିଇବା ଦ୍ୱାରା ଏହା ମେଟାବୋଲିଜମକୁ ବଢେଇ ଦେଇଥାଏ । ଏହା ସ୍ୱାସ୍ଥ୍ୟକୁ ମଧ୍ୟ ଭଲ ରଖିଥାଏ । କିଡନିରେ ହୋଇଥିବା ଷ୍ଟୋନକୁ ମଧ୍ୟ ନଷ୍ଟ କରିଥାଏ । ଏହା ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଯଦି ଥଣ୍ଡା ହୋଇଥାଏ, ତା’ହେଲେ ଆପଣ ଲେମ୍ବୁ ପାଣି ପିଅନ୍ତୁ । ଲେମ୍ବୁ ପାଣି ପିଇବା ଦ୍ୱାରା ଏହା ଡିହାଇଡ୍ରେସନରୁ ରକ୍ଷା କରିଥାଏ । ଆଜମା ଆଦି ରୋଗରେ ପୀଡିତ ଥିବା ଲୋକଙ୍କ ପାଇଁ ଲେମ୍ବୁ ପାଣି ଭଲ କାମ କରିଥାଏ ।

 

coconutmagic.com

ଲେମ୍ବୁ ପାଣି ନିଶା ଦ୍ରବ୍ୟଜନିତ ସେବନ ଦ୍ୱାରା ହୋଇଥିବା ନିଶାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଲେମ୍ବୁ ପାଣି ପିଇବା ଦ୍ୱାରା ଶରୀର ଠିକ୍‌ ଭାବରେ କାମ କରିଥାଏ । ଶରୀରରେ ଉତ୍ପନ୍ନ ହେଉଥିବା ଲାକ୍ଟିକ୍‌ ଏସିଡ୍‌କୁ କମ୍‌ କରିବାରେ ସହାୟକ କରିଥାଏ । ଲେମ୍ବୁ ପାଣି ବ୍ୟାକ୍ଟେରିଆ କୁ ମାରିଥାଏ । ଯଦି ଫୁଡ୍‌ ପଏଜନିଂ ହୋଇଥାଏ, ତା’ହେଲେ ଲେମ୍ବୁ ପାଣି ପିଇଲେ ଏହା ଦୂର କରିଥାଏ । ଯଦି ଆପଣ ପାକସ୍ଥଳି ସଂପର୍କୀତ କିଛି ରୋଗରେ ପୀଡିତ , ତା’ହେଲେ ଲେମ୍ବୁ ପାଣି ପିଇବା ଦ୍ୱାରା ଭଲ ହୋଇଥାଏ ।

ସମ୍ବନ୍ଧିତ ଖବର