ପ୍ରେମରେ ପଡ଼ିଲେ ଶରୀରକୁ ଏହି ସବୁ ଫାଇଦା ମିଳିଥାଏ

ଦୁନିଆରେ ହୁଏତ ଏପରି ମଣିଷ ନ ଥିବ ଯିଏ କି କେବେ ପ୍ରେମ କରି ନାହିଁ । ସମସ୍ତେ ଜୀବନରେ ଥରଟିଏ ହେଲେ ବି ପ୍ରେମକୁ ଅନୁଭବ କରିଥିବେ ନିଶ୍ଚୟ । ସେ ଅନୁଭୂତି କେତେ ମିଠା ତାହା ଜଣେ ପ୍ରେମରେ ପଡ଼ିବା ପରେ ହିଁ ବୁଝି ପାରିବ । ତେବେ କିଛି ଲୋକ ଏମିତି ବି କହନ୍ତି ପ୍ରେମରେ ପଡ଼ିଲେ ମଣିଷ ଅଧିକ ଚିନ୍ତାଗ୍ରସ୍ତ ହୋଇଥାଏ । କାମ ନ କରି ବେକାର ହୋଇ ବୁଲୁଥାଏ । ଆପଣମାନଙ୍କ ମଧ୍ୟରୁ ମଧ୍ୟ କିଛି ଲୋକ ଏହା ଭାବୁଥିବେ । ଯଦି ଆପଣ ଏପରି ଭାବୁଛନ୍ତି, ତେବେ ବହୁତ ଭୁଲ ଭାବୁଛନ୍ତି । ଅପଣ ଜାଣିଛନ୍ତି କି ପ୍ରେମ କରିବା ଦ୍ୱାରା ଶରୀରକୁ କ’ଣ ଲାଭ ମିଳିଥାଏ । ଯଦି ନାଁ, ତେବେ ଆସନ୍ତୁ ଜାଣିବା ଏହାର ଲାଭ ବିଷୟରେ…

୧. କିଛି ଲୋକ କହନ୍ତି ଭଲପାଇଲେ ନିଦ ହୁଏ ନାହିଁ, ଯାହାକି ସମ୍ପୂର୍ଣ୍ଣ ଭୁଲ । ଜଣେ ଲୋକ ପ୍ରେମରେ ପଡ଼ିବା ପରେ ତାଙ୍କୁ ଭଲ ନିଦ ହୋଇଥାଏ । କାରଣ ଜଣେ ପ୍ରେମରେ ପଡ଼ିବା ପରେ ସେ କୌଣସି କଥାକୁ ନେଇ ଅଧିକ ଚିନ୍ତିତ ନ ହେବା ସହ ତାଙ୍କ ମସ୍ତିଷ୍କରୁ ଅକ୍ସିଟୋସିନ ନାମକ ରାସାୟନିକ ପଦାର୍ଥ କ୍ଷରିତ ହୋଇଥାଏ । ଯାହା ମସ୍ତିସ୍କକୁ ଶାନ୍ତି ଦେଇଥାଏ ।

rochakpost.com

୨.କିଛି ଲୋକ ନିଜର ନିତିଦିନଆ କାମକୁ ନେଇ ବିଚଳିତ ହେବା ସହ ଚାପଗ୍ରସ୍ତ ହୋଇ ଯାଆନ୍ତି । କିନ୍ତୁ ସେ ସମୟରେ ଯଦି ତାଙ୍କ ସହ ତାଙ୍କର ପ୍ରେମିକା ଥିବେ, ତାହା ହେଲେ ସେମାନେ ଚାପଗ୍ରସ୍ତ ନ ହୋଇ ଠିକ୍‌ ଭାବରେ କାମ କରି ପାରନ୍ତି।
୩.ଅଜିକାଲି ପ୍ରେମରେ ପଡ଼ିବା ପରେ ଦୁଇ ଜଣ ପ୍ରେମୀ ପରସ୍ପର ସହ ଶାରୀରିକ ସମ୍ପର୍କ ରଖିବାକୁ ଇଚ୍ଛା କରି ଥାଆନ୍ତି । କିନ୍ତୁ କିଛି ଲୋକ ଏହାକୁ ବିରୋଧ କରିବା ସହ ବିବାହ ପୂର୍ବରୁ ଏହା ପାପ ବୋଲି ବିବେଚନା କରିଥାଆନ୍ତି । କିନ୍ତୁ ସପ୍ତାହକୁ ଥରେ ବା ଦୁଇ ଥର ଶାରୀରିକ ସମ୍ପର୍କ ଦ୍ୱାରା ଶରୀରର ଇମ୍ୟୁନୋଗ୍ଲେବ୍ୟୁଲିନ କ୍ଷରିତ ହୋଇଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ।

rochakpost.com

୪.ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ହୋଇଥାଏ, ଯାହାଦ୍ୱାରା ହୃଦ୍‌ଘାତ ଭଳି ରୋଗ ହେବାର ଆଶଙ୍କା କମ ହୋଇଥାଏ ।
୫.ସପ୍ତାହକୁ ଥରେ ବା ଦୁଇ ଥର ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ଜିମ୍‌ ଯିବା ଆବଶ୍ୟକ ହେବ ନାହିଁା କାରଣ ଏହା ଦ୍ୱାରା ଆପଣଙ୍କ ଶରୀରରୁ ଅଧିକ କ୍ୟାଲୋରି କମ କରିବା ସହ ରୋଗମୁକ୍ତ ହୋଇଥାଏ ।

rochakpost.com
ସମ୍ବନ୍ଧିତ ଖବର