ମାଟି ପାତ୍ରରେ ତିଆରି ଖାଦ୍ୟ ଖାଇବାର ଫାଇଦା ଜାଣନ୍ତୁ

ନୂଆଦିଲ୍ଲୀ: ଆଧୁନିକ ଜୀବନଶୈଳୀରେ ମାଟି ପାତ୍ରର ଚାହିଦା ଧୀରେ ଧୀରେ କମିବାରେ ଲାଗିଛି। କିଛିବର୍ଷ ହେବ ମାଟିର ତାଓ୍ଵା ମେଟ୍ରୋ ସିଟିରୁ ଆରମ୍ଭ କରି ଛୋଟ ସହରମାନଙ୍କରେ ବ୍ୟବହାର ହେବାର ଦେଖିବାକୁ ମିଳୁଛି। ମାଟି ପାତ୍ରରେ ତିଆରି ହୋଇଥିବା ଖାଦ୍ୟ ଖାଇବା ଦ୍ୱାରା ବିଭିନ୍ନ ପ୍ରକାର ଫାଇଦା ମିଳିଥାଏ। ଆୟୁର୍ବେଦରେ କୁହାଯାଇଛି କି, ଖାଦ୍ୟକୁ ଧିମା ଆଞ୍ଚରେ ରୋଷେଇ କରିବା ଦ୍ୱାରା ସ୍ୱାଦିଷ୍ଟ ହୋଇଥାଏ। କିନ୍ତୁ ଷ୍ଟିଲ ଓ ଆଲୁମୁନିୟମ ବାସନରେ ଏହା ସମ୍ଭବ ହୋଇ ନଥାଏ। ଏଥିରେ ଖାଦ୍ୟ ଶୀଘ୍ର ପ୍ରସ୍ତୁତ ହୋଇଯାଇଥାଏ।

ମାଟି ପାତ୍ରରେ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ୱାରା ଗ୍ୟାସ ସମସ୍ୟାରୁ ମୁକ୍ତି ମିଳିଥାଏ। ଯଦି ଦିନସାରା ଆପଣ ଅଫିସରେ ବସୁଛନ୍ତି ଓ ଗ୍ୟାସ ସମସ୍ୟା ଦେଖା ଦେଉଛି ତେବେ ମାଟି ପାତ୍ରରେ ତିଆରି ଖାଦ୍ୟ ଖାଆନ୍ତୁ।

ସେହିପରି ମାଟି ପାତ୍ରରେ ଖାଦ୍ୟ ସ୍ୱାଦିଷ୍ଟ ଓ ପୌଷ୍ଟିକ ହୋଇଥାଏ। ମାଟି ତାଓ୍ଵାରେ ରୁଟି ତିଆରି କରି ଖାଇବା ଦ୍ୱାରା ଏଥିରେ ଥିବା ପ୍ରୋଟିନ୍‌ ଶରୀରକୁ ରୋଗରୁ ଦୂରେଇ ରଖିଥାଏ। ଯେଉଁମାନଙ୍କୁ କଫ ସମସ୍ୟା ଅଛି ସେମାନେ ପ୍ରତିଦିନ ମାଟି ତାଓ୍ଵାରେ ତିଆରି ରୁଟି ଖାଆନ୍ତୁ। ଏହି ସମସ୍ୟାରୁ ମୁକ୍ତି ମିଳିବ। ଏତଦ୍‌ ବ୍ୟତୀତ ମାଟି ପାତ୍ରରେ ତିଆରି ଖାଦ୍ୟ ଖାଇବା ଦ୍ୱାରା ଶରୀରରୁ ଗୋଟିଏ ବି ପୋଷକ ତତ୍ତ୍ୱ ନଷ୍ଟ ହୋଇଥାଏ।

ସମ୍ବନ୍ଧିତ ଖବର