ଜାଣନ୍ତୁ, ମେହେନ୍ଦୀ କାହିଁକି ଶରୀର ପାଇଁ  ଉପକାରୀ

କୌଣସି ପାରିବାରିକ ଉତ୍ସବ ଆସିଲେ  ଝିଅ ଓ  ମହିଳାମାନେ ନିଜ ହାତରେ ମେହେନ୍ଦୀ  ଲଗାଇଥାଆନ୍ତି । ତା’ଛଡା  କେଶର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ବି ମେହେନ୍ଦୀର  ପ୍ରୟୋଗ  କରାଯାଇଥାଏ ।  ତେବେ  ମେହେନ୍ଦୀ ଶରୀର ପାଇଁ  ଉପକାରୀ ।   ଆସନ୍ତୁ  ସେ ସଂପର୍କରେ  ଜାଣିବା ।

ଯଦି ଆପଣ  ତ୍ୱଚାଜନିତ କୌଣସି  ରୋଗରେ  ପୀଡିତ  ତେବେ  ମେହେନ୍ଦୀ  ଆପଣଙ୍କ ପାଇଁ  ଲାଭପ୍ରଦ  ହୋଇପାରେ । ଆପଣ  ମେହେନ୍ଦୀ ଗଛର  ଛାଲକୁ  କୁଟି  ଗୁଣ୍ଡ  କରି ରଖନ୍ତୁ ।  ଏହାକୁ  ଜଳରେ  ମିଶାଇ  ନିୟମିତ  ଭାବେ  ଏକ ମାସ ଯାଏଁ ପାନ କରନ୍ତୁ । ମନେ ରଖନ୍ତୁ ଏହାକୁ ସେବନ  କରିବା ସମୟରେ ମାସକ  ପର୍ଯ୍ୟନ୍ତ ଦେହରେ ସାବୁନ  ଲଗାଇବେ ନାହିଁ । ତା’ନହେଲେ  ଏହାର  କୌଣସି  ଲାଭ ମିଳିବ ନାହିଁ ।

ମେହେନ୍ଦୀର ପତ୍ର  ଉଚ୍ଚ ରକ୍ତ ଚାପକୁ କମ୍‌  କରିବାରେ  ସହାୟକ  ହୋଇଥାଏ ।  ମେହେନ୍ଦୀ  ପତ୍ରକୁ ବାଟି  ନିଜ  ହାତର ପାପୁଲିରେ ଲଗାଇଲେ  ଉଚ୍ଚ ରକ୍ତଚାପଜନିତ  ସମସ୍ୟାରୁ ରକ୍ଷା  ପାଇପାରିବେ ।

photo-allmehandidesigns.com

ମେହେନ୍ଦୀ  ଗଣ୍ଠିରେ  ହେଉଥିବା  କଷ୍ଟକୁ ମଧ୍ୟ ଲାଘବ  କରିଥାଏ । ଆପଣ  ମେହେନ୍ଦୀ ବା ମଂଜୁଆତି   ପତ୍ରକୁ ବାଟି  ତାହାକୁ ଯନ୍ତ୍ରଣାର ହେଉଥିବା  ଜାଗାରେ  ଲଗାନ୍ତୁ । ସାଧାରଣ  ଉଷୁମୁ ପ୍ରଲେପ  ଦେଲେ ଶୀଘ୍ର ଆରାମ ମିଳିଥାଏ ।

ସମ୍ବନ୍ଧିତ ଖବର