ଦୈନିକ ‘ବଚ’ ସେବନ, ଦୂରରେ ରଖେ ଅନେକ ରୋଗ

ନୂଆଦିଲ୍ଲୀ: ସ୍ୱାଦରେ ମିଠା ଲାଗୁଥିବା ବଚରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ଯେପରିକି କ୍ୟାଲସିୟମ , ଗ୍ଲିସରାଇଜିକ୍‌ ଏସିଡ଼ , ଆଣ୍ଟି- ଅକ୍ସିଡ଼େଣ୍ଟ ଏବଂ ପ୍ରୋଟିନ୍‌ ଭରପୁର ମାତ୍ରାରେ ରହିଥାଏ । ଏହାର ବ୍ୟବହାର ଶରୀରର ବିଭିନ୍ନ ପ୍ରକାରର ରୋଗ ପାଇଁ ରାମବାଣ ସଦୃଶ କାମ କରିଥାଏ । ଏହାକୁ ସେବନ କରିବା ଦ୍ୱାରା ନେତ୍ର ରୋଗ, ମୁଖ ସହ ଜଡ଼ିତ ସମସ୍ୟା, ନିଃଶ୍ୱାସ ସମ୍ବନ୍ଧୀୟ ରୋଗ, ହୃଦ ରୋଗ ସହିତ ଥଣ୍ଡା ସମସ୍ୟାରୁ ମୁକ୍ତି ମିଳିଥାଏ । ଆସନ୍ତୁ ଜାଣିବା ବଚର ବ୍ୟବହାର ଓ ଏହାର ବିଭିନ୍ନ ଉପକାରୀତା ବିଷୟରେ ବିସ୍ତାରରେ…

Dark Forest

ବଚକୁ ଗୁଣ୍ଡ କରି ତାହାକୁ ପାନମଧୁରୀ ଗୁଣ୍ଡ ସହିତ ମିଶାଇ ସକାଳେ ଓ ସନ୍ଧ୍ୟା ସମୟରେ ଏକ ଚାମଚ ଲେଖାଏଁ ଖାଇଲେ ନେତ୍ର ସମସ୍ୟାରୁ ମୁକ୍ତି ମିଳିଥାଏ । ଏହା ଦ୍ୱାରା ଦୃଷ୍ଟି ଶକ୍ତି ବଢ଼ିବା ସହ, ଆଖି ଜଳାପୋଡ଼ା କମ ହୋଇଥାଏ । ବଚକୁ ପାଣି କିମ୍ବା କ୍ଷୀରରେ ମିଶାଇ କାନ-ନାକରେ ପକାଇବା ଦ୍ୱାରା ଏଥି ସମ୍ବନ୍ଧୀୟ ସମସ୍ତ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।

ljepotaizdravlje.hr

ମହୁ ସହ ବଚକୁ ମିଶାଇ ପାଟିରେ ଜାକିବା ଦ୍ୱାରା ପାଟିଘା ଠିକ ହେବା ସହ ଗଳା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିଥାଏ । ବଚ ପାଣିକୁ ଦୈନିକ ସକାଳେ ସେବନ କରିବା ଦ୍ୱାରା ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ । ଏହା ସହ ବଚ ଚୁଚୁମିବା ଦ୍ୱାରା ହେକୁଟି ସମସ୍ୟା ଦୂର ହୋଇଥାଏ । ବଚକୁ ଫିଟକିରି ଚୁର୍ଣ୍ଣ ସହ ପ୍ରତିଦିନ ସେବନ କରିବା ଦ୍ୱାରା ହୃଦ ଜନିତ ସମସ୍ୟାରୁ ରକ୍ଷା ମିଳିଥାଏ । ଏହାର ସେବନ ପେଟ ଜଡ଼ିତ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ।

ସମ୍ବନ୍ଧିତ ଖବର