ଆଳୁରେ ମିଳିଥାଏ ଏହି ସବୁ ଫାଇଦା,ଏମିତି କରନ୍ତୁ ଏହାର ବ୍ୟବହାର!

ସାଧାରଣତଃ ଆଳୁକୁ ନେଇ ସମସ୍ତଙ୍କର ଏଇଆ ଧାରଣା ରହିଥାଏ କି, ଆଳୁ ବ୍ୟକ୍ତିର ଓଜନ ବଢ଼ାଇବାରେ ସାହାଯ୍ୟ କରେ। ହେଲେ ଏହା ସେହିକ୍ଷେତ୍ରରେ ଘଟିଥାଏ,ଯେତେବେଳେ କି ଆଳୁକୁ ତେଲ ସାହଯ୍ୟରେ ଖିଆଯାଇଥାଏ। ଯଦି ଏହି ଆଳୁକୁ କଞ୍ଚା, ସିଝା ବା ଚକଟିି ଖିଆଯାଏ ତ ,ଏହା ବ୍ୟକ୍ତି ପାଇଁ ବହୁତ କିଛି ଫାଇଦାକୁ ଆଣିଦିଏ। ତେବେ ଏ ନେଇ ଫୁଡ଼୍‍ ଆଣ୍ଡ୍‌ ନ୍ୟୁଟ୍ରିସନ୍‌ର ଏକ୍ସପର୍ଟ ରୂପାଲି ତିଓ୍ଵାରି କହିଛନ୍ତି ଯେ,ଆଳୁ ହେଉଛି ମଣିଷ ପାଇଁ ଏକ ସଂପୂର୍ଣ୍ଣ ଖାଦ୍ୟ!ଏଥିରେ ବହୁତ ପରିମାଣରେ ଭିଟାମିନ୍‌,ମିନେରାଲ୍ସ ଏବଂ ଫାଇବର୍ସ ରହିଥାଏ। ଏହା ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଲାଭଦାୟକ ହୋଇଥାଏ।

୧- ତ୍ୱଚାର ଗୋରାପଣରେ ଆଳୁ ସହୟତା କରିଥାଏ: ଆପଣ ଏକ କଂଞ୍ଚା ଆଳୁକୁ ପେଷ୍ଟ୍‍ କରି ସେଥିମଧ୍ୟରୁ ଆଳୁର ରସକୁ ବାହାର କରନ୍ତୁ।ଏହାପରେ ଆପଣ ଏଥିରେ ଦୁଇ ଚାମଚ କଞ୍ଚା କ୍ଷୀରକୁ ମିଶ୍ରଣ କରି ଏହାକୁ ଆପଣଙ୍କ ମୁହଁରେ ଲଗାଇଦିଅନ୍ତୁ। ଏହାପରେ ଆପଣ ୧୦ ମିନିଟ୍‌ ପରେ ଆପଣଙ୍କ ମୁହଁକୁ ଧୋଇଦିଅନ୍ତୁ।

୨-ବ୍ୟାକ୍‌ପେନ୍‌ ସମସ୍ୟା ପାଇଁ ଆପଣାନ୍ତୁ ଆଳୁ: ଆପଣ ଆଳୁରୁ ତାହାର ଚୋପାକୁ ଛଡ଼ାଇ ଦେଇ ଏହାକୁ ପାଣିରେ ସିଝାନ୍ତୁ।ଏହାପରେ ଆପଣ ଏହି ପାଣିକୁ ପିଅନ୍ତୁ। ଏହାସହିତ ମଧ୍ୟ ଏହାର ଚୋପାକୁ ମଧ୍ୟ ଚୋବାଇ ଚୋବାଇ କରି ଖାଇଦିଅନ୍ତିୁ।

୩-ହଜମ ଜନିତ ସମସ୍ୟା ପାଇଁ ଆପଣାନ୍ତୁ ଆଳୁ : ଆପଣ ଗୋଟିଏ ଆଳୁକୁ ପେଷ୍ଟ୍‍ କରି,ସେଥିରୁ ତାହାର ରସକୁ ବାହାର କରିଦିଅନ୍ତୁ।ଏଥିସହିତ ଆପଣ ଏହି ରସରେ କଳାଲୁଣକୁ ମିଶ୍ରଣ କରି ଖାଦ୍ୟ ଖାଇବାର ଠିକ୍‌ ୩୦ ମିନିଟ୍‌ ପୂର୍ବରୁ ହିଁ ପିଇଦିଅନ୍ତୁ। ଏହା ଆପଣଙ୍କ ଖାଦ୍ୟକୁ ହଜମ କରିବାରେ ସହାୟକ ହୋଇଥାଏ।

୪-ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ କେବଳ ଗୋଟିଏ ମାତ୍ର ଆଳୁ:ଆପଣ ଏକ ଆଳୁକୁ ଭଲ ଭାବରେ ଧୋଇକରି ଏହାକୁ ସିଝାଇ ଦିଅନ୍ତୁ। ଏହାପରେ ଆପଣ ଏଥିରୁ ଚୋପାକୁ ଛଡ଼ାଇ ଦେଇ ଦିନକୁ ଦୁଇଥର ଚୋବାଇ ଚୋବାଇ କରି ଖାଇଦିଅନ୍ତୁ।

୫-ଆଣ୍ଠୁଗଣ୍ଠି ଜନିତ ସମସ୍ୟା ପାଇଁ ଆଳୁ ସହାୟତା କରିଥାଏ:ଆପଣ କଞ୍ଚା ଆଳୁରୁ ତାହାର ରସକୁ ବାହାର କରି,ତାହାକୁ ଆପଣଙ୍କର ପ୍ରତ୍ୟେକ ଦିନର ଖାଇବା ପୂର୍ବରୁ ପାଣିରେ ମିଶ୍ରଣ କରି ପିଅନ୍ତୁ।

୬-ଚେହେରାରେ ଲୋଚାକଚା ରହିଥିଲେ:ଏତଦ୍‌ବ୍ୟତୀତ ଆପଣ ଗୋଟିଏ କଞ୍ଚା ଆଳୁକୁ ଆଣି ସେଥିରୁ ରସକୁ ବାହାର କରନ୍ତୁ।ଏହାପରେ ଏଥିରେ ଅଣ୍ଡାର ଧଳା ଅଂଶକୁ ଆଣି ମିଶାଇ ଦେଇ ଆପଣଙ୍କ ମୁହଁରେ ଲଗାଇ ଦିଅନ୍ତୁ।ଏଥିସହିତ ଆପଣ ଏହାକୁ ୧୦ ମିନିଟ୍‌ ପରେ ଧୋଇଦିଅନ୍ତୁ।

୭-ଚମକପ୍ରଦ ମୁହଁ ପାଇବା ପାଇଁ: ଯଦି ଆପଣ ଆପଣଙ୍କର ମୁହଁକୁ ଉଜ୍ଜ୍ୱଳ କରିବାକୁ ଚାହୁଁଛନ୍ତି ତ,ତେବେ ଗୋଟିଏ ଆଳୁକୁ କାଟି ତାହାକୁ ଆପଣଙ୍କ ମୁହଁରେ ହାଲ୍‌କା ଭାବରେ ମସାଜ୍‌ କରନ୍ତୁ।ଏହାପରେ ଆପଣ ପାଣିରେ ଆପଣଙ୍କ ମୁହଁକୁ ଭଲଭାବରେ ଧୋଇଦିଅନ୍ତୁ।

୮-ତ୍ୱଚା ପୋଡ଼ିଯାଇଥିଲେ କିମ୍ବା କଟିଯାଇଥିଲେ:ଆପଣ ଗୋଟିଏ ଆଳୁ ନେଇ ତାହାକୁ ପାଣିରେ ସିଝାଇଦିଅନ୍ତୁ। ଏହାକୁ ଥଣ୍ଡା ହେବା ପର୍ଯ୍ୟନ୍ତ ଛାଡ଼ିଦିଅନ୍ତୁ। ଏହାପରେ ଆପଣ ଏହାର ଚୋପା ଏବଂ ଭିତର ଅଂଶକୁ ନେଇ ଆପଣଙ୍କ ଶରୀରର କଟିଥିବା ଏବଂ ପୋଡ଼ିଯାଇଥିବା ସ୍ଥାନରେ ଲଗାଇଦିଅନ୍ତୁ।

୯-ସୁସ୍ଥ ମସ୍ତିଷ୍କ ଲାଗି: ଗୋଟିଏ ଆଳୁର ରସକୁ ବାହାର କରି ଆପଣ ଏହାକୁ ପ୍ରତ୍ୟେକ ଦିନ ଶୋଇବାର ଠିକ୍‌ ପୂର୍ବରୁ ଏକ ଗ୍ଲାସ୍‌ ପାଣିରେ ମିଶ୍ରଣ କରି ପିଅନ୍ତୁ।

୧୦- ଋତୁସ୍ରାବ ଜନିତ କଷ୍ଟକୁ ରୋକିବାକୁ: ତେବେ ଝିଅମାନଙ୍କର ଋତୁସ୍ରାବ ଜନିତ କଷ୍ଟକୁ କମ୍‌ କରିବାକୁ ହେଲେ ଆଳୁ ଏକ ମହୌଷଧି ଭଳି କାର୍ଯ୍ୟକରିଥାଏ। ତେଣୁ ଆପଣ ଗୋଟିଏ ଆଳୁରୁ ତାହାର ରସକୁ ବାହାର କରି ଏଥିରେ କିଛିମାତ୍ରାରେ ହଳଦୀକୁ ମିଶ୍ରଣ କରି ଋତୁସ୍ରାବ ସମୟରେ ପିଇଦିଅନ୍ତୁ। ଏହାଦ୍ୱାରା ଋତୁସ୍ରାବ ଜନିତ କଷ୍ଟରୁ ଉପଶମ ମିଳିଥାଏ।

 

ସମ୍ବନ୍ଧିତ ଖବର