ଦୃଷ୍ଟିଶକ୍ତି ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ସପୁରୀ; ଆସନ୍ତୁ ଜାଣିବା ଏହାର ଆଉ କ’ଣ ସବୁ  ଫାଇଦା ରହିଛି

ସପୁରୀ ଏକ ଏମିତି ସ୍ୱାଦିଷ୍ଟ ଫଳ, ଯାହା  ଖାଇବା ପାଇଁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି । କିଛି ଲୋକ ଏହାକୁ କାଟି କରି ଖାଇବା ପାଇଁ ପସନ୍ଦ କରିଥାନ୍ତି ତ କିଛି ଏହାର ଜୁସ୍‌ ତିଆରି କରି ପିଇବାକୁ ପସନ୍ଦ କରିଥାନ୍ତି । ଏଥିରେ ଥିୟାମାଇନ୍‌, ଭିଟାମିନ ଏ,କ୍ୟାଲ୍‌ସିୟମ, ପୋଟାସିୟମ,ଭିଟାମିନ ସି,ଫାଇବର, ଆଣ୍ଟି-ଅକ୍ସିଡ଼ାଣ୍ଟ ଇତ୍ୟାଦି ଭରପୂର ରହିଥାଏ । ତେବେ ଆସନ୍ତୁ ଜାଣିବା ଏହାକୁ ଖାଇବା ଦ୍ୱାରା ଶରୀରକୁ କ’ଣ ସବୁ ଲାଭ ମିଳିଥାଏ ।

୧.ଏଥିରେ ପୋଟାସିୟମ ଏବଂ କପର ଅଧିକ ପରିମାଣରେ ରହିଥାଏ,  ଯାହା ଶରୀରରେ ରକ୍ତ ସଞ୍ଚାଳନକୁ ଠିକ୍‌ ରଖିଥାଏ । ସପୁରୀ ଖାଇବା ଦ୍ୱାରା ଶରୀରରେ ଅମ୍ଲଜାନର ପ୍ରବାହ ଠିକ୍‌ ଭାବରେ ହୋଇଥାଏ ।

୨.ମୋଟାପଣକୁ ନେଇ ଚିନ୍ତିତ ଥିବା ଲୋକମାନେ  ପ୍ରତିଦିନର ଖାଇବାରେ ଏହାକୁ ସାମିଲ କରିବା ନିହାତି ଦରକାର । ଏଥିରେ କମ କ୍ୟାଲୋରି ଏବଂ କମ୍‌ ଫ୍ୟାଟ୍‌  ଥିବାରୁ ଓଜନ ସହଜରେ କମି ଯାଇଥାଏ ।

Novo Nordisk Fonden

୩.ଏଥିରେ ଫାଇବର ଏବଂ ପାଣିର ପରିମାଣ ଅଧିକ ଥିବାରୁ ଏହା ପାଚନ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ । ସେଥିପାଇଁ ସବୁବେଳେ ଏହାକୁ ଖାଇଲେ ଗ୍ୟାସ୍‌ ଭଳି ସମସ୍ୟା ଦେଖା ଯାଇନଥାଏ ।

୪.ମାଙ୍ଗାନିଜ ହାଡ଼କୁ ଶକ୍ତ ରଖିବାରେ ସାହାଯ୍ୟ କରିଥାଏ । ସପୁରୀରେ ଏହାର ପରିମାଣ ଅଧିକ ଥିବାରୁ ପ୍ରତିଦିନ ଏହାକୁ ଖାଇଲେ ଶରୀରର ହାଡ଼ ମଜବୁତ୍‌ ହୋଇଥାଏ ।

TheHealthSite.com

 

ସମ୍ବନ୍ଧିତ ଖବର