ସପୁରୀର ଉପକାରୀତା: ସ୍ୱାସ୍ଥ୍ୟରୁ ଆରମ୍ଭ କରି ସୌନ୍ଦର୍ଯ୍ୟ ପର୍ଯ୍ୟନ୍ତ…
ସପୁରୀର ବାହାର ଅଂଶ ଯେତେ କଣ୍ଟାଳିଆ ଭିତର ସେତେ ସୁଆଦିଆ । ତେବେ ସପୁରୀ ପାଟିକୁ ସ୍ୱାଦ ଲାଗିବା ସହ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଉପକାରୀ । ଏଥିରେ ଭରପୁର ମାତ୍ରାରେ ଔଷଧିୟ ଗୁଣ ରହିଛି । ଏହାକୁ ଖାଇବା ଦ୍ୱାରା ଅନେକ ରୋଗ ଦୂର ହେବା ସହ ତ୍ୱଚାରେ ଚମକ ମଧ୍ୟ ଆସିଥାଏ । ତେବେ ଆସନ୍ତୁ ଜାଣିବା ଏହାର ଅନେକ ଉପକାରିତା ସଂପର୍କରେ…
Sambad is now on WhatsApp
Join and get latest news updates delivered to you via WhatsApp
ସପୁରୀକୁ ଦୈନିକ ସକାଳେ ଜଳଖିଆ ସହ ମିଶାଇ ଖାଇବା ଦ୍ୱାରା ପେଟ ଭର୍ତ୍ତି ରହିଥାଏ । ଏଥିରେ ଅତ୍ୟଧିକ ମାତ୍ରାରେ ଜଳୀୟ ଅଂଶ ଥିବାରୁ ଏହା ଶରୀରକୁ ସତେଜ ରଖିଥାଏ। ସପୁରୀ ମଧ୍ୟରେ ବ୍ରୋମେଲେନ ନାମକ ଏକ ଏନଜାଇମ ରହିଛି । ଏହା ଖାଦ୍ୟ ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ । ଅନେକ ସମୟରେ ଭୋଜିମାନଙ୍କରେ ଅଧିକ ମସଲାଯୁକ୍ତ ଖାଇବା ଖିଆଯାଇଥାଏ । ଏହି ସମୟରେ ଅଳ୍ପ କିଛି ସପୁରୀରେ କଳାଲୁଣ ଏବଂ ଗୋଲମରିଚ ଗୁଣ୍ଡ ପକାଇ ଖାଇଲେ ଏହା ହଜମ କରିବାରେ ସାହାଯ୍ୟ କରିଥାଏ ।
ଛୋଟରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କର ପେଟରେ କୃମି ସମସ୍ୟା ଦେଖାଦେଇଥାଏ। ଏହା ବହୁତ ଯନ୍ତ୍ରଣା ଦାୟକ ରହିଥାଏ । ଦୈନିକ କିଛି ଖଣ୍ଡ ସପୁରୀ ଖାଇବା ଦ୍ୱାର କୃମି କମ ହେବା ସହ ଯନ୍ତ୍ରଣା ମଧ୍ୟ ଦୂର ହୋଇଥାଏ।
ପ୍ରତିଦିନ ଦୁଇରୁ ତିନି ଖଣ୍ଡ ସପୁରୀ ଖାଇବା ଦ୍ୱାର ଶ୍ୱାସ ଏବଂ କଫ ଜନିତ ସମସ୍ୟା ଦୂର ହୋଇଥାଏ। ଏହା ଦ୍ୱାର ଫୁସଫୁସ ମଧ୍ୟ ସଫା ରହିଥାଏ । ଦୈନିକ ଏକ ଗ୍ଲାସ ସପୁରୀ ରସ ପିଇବା ଦ୍ୱାରା କିଡ଼ନୀ ଷ୍ଟୋନ ଯନ୍ତ୍ରଣାର ଉପସମ ମିଳିଥାଏ ।
ସପୁରୀ ଯେ ଖାଲି ସ୍ୱାସ୍ଥ୍ୟ ପାଇଁ ଉପକାରୀ ତାହା ନୁହଁ ଏହା ଦ୍ୱାରା ତ୍ୱଚାର ଚମକ ମଧ୍ୟ ଫେରିଆସିଥାଏ । ସପୁରୀ ଥିବା ଆଣ୍ଟିଅକ୍ସିଡ଼େଣ୍ଟ ଚର୍ମରେ ଥିବା କର୍କଟ ଜନିତ ଜୀବାଣୁକୁ ନଷ୍ଟ କରିଥାଏ। ଏହା ଦ୍ୱାରା ଦାନ୍ତର ମାଢ଼ି ଶକ୍ତ ମଧ୍ୟ ହୋଇଥାଏ । ସପୁରୀରେ ଥିବା ଆଷ୍ଟିଜେଣ୍ଟ କେଶ ଝଡ଼ିବା ବନ୍ଦ କରିବା ସହ ମାଂସପେଶୀକୁ ଶକ୍ତ ରଖିଥାଏ ।