ଜାଣନ୍ତୁ ରସୁଣ ଚୋପାରେ ମେଥୋ ବାମ୍‌ ରଖି କିପରି ପ୍ରୟୋଗ କଲେ ମିଳେ ଫାଇଦା

ରସୁଣରେ ବହୁ ଉପକାରୀ ଗୁଣ ରହିଛି। କେବେଳ ରସୁଣ ପ୍ରୟୋଗ କରି ଆମେ ଅନେକ ଶାରୀରିକ ସମସ୍ୟାରୁ ମୁକ୍ତି ପାଇପାରିବା। ଖାଲି ସେତିକି ନୁହେଁ, ମେଥୋ ବାମ୍‌ ହେଉଛି ଘରେ ଘରେ ବ୍ୟବହୃତ ହେଉଥିବା ଏକ ଔଷଧୀୟ ପଦାର୍ଥ। ଏହାର ଗୁଣ କାହାକୁ ବା ଅଛପା? ମାତ୍ର ଆହୁରି ବି କଥା ରହିଛି ରସୁଣ ଏବଂ ଅମୃତଅଞ୍ଜନକୁ ମିଶ୍ରଣ କରି ପ୍ରୟୋଗ କଲେ ନାନା ରୋଗବ୍ୟାଧି ଦୂର ହୋଇଥାଏ।

ଯଦି ଆପଣଙ୍କ ଘରେ କେହି ଛୋଟ ପିଲାଙ୍କର କାନ ବିନ୍ଧୁଛି କିମ୍ବା ସେମାନେ ରାତିରେ ଶୋଇବା ପାଇଁ ଅସୁବିଧା ସୃଷ୍ଟି କରୁଛନ୍ତି ତେବେ ଏକ ରସୁଣକୁ ଛଡ଼ାଇ ତାହାର ଚୋପାରେ ଟିକେ ଅମୃତଅଞ୍ଜନ ପୂରାଇ ଦିଅନ୍ତୁ। ତାହାକୁ ନେଇ ଆପଣଙ୍କ ପିଲାର ତକିଆ ତଳେ ରଖନ୍ତୁ। ଦେଖିବେ ଥଣ୍ଡା କିମ୍ବା କାନ ବିନ୍ଧା ଆଦି ସମସ୍ୟା ଥିଲେ କୁଆଡ଼େ ପଳାଇବ।

ଏହି ରସୁଣ ଚୋପାରେ ମେଥୋବାମ୍‌ ପୂରାଇ କେଉଁ ଦୂର ସ୍ଥାନକୁୁ ଯାତ୍ରା କରୁଥିଲେ ବି ନେଇପାରନ୍ତି। ଆପଣଙ୍କର ଯଦି ମୋସନ୍‌ ସିକ୍‌ନେସ ଥାଏ ତେବେ ତାହାକୁ ଟିକେ ଶୁଙ୍ଘି ଦେଲେ ବାନ୍ତି ହୋଇନଥାଏ।

ଅମୃତଅଞ୍ଜନ ପୂରାଇ ତାହାକୁ ଟିକେ ଗରମ କରି ପାଦରେ ମାଲିସ୍‌ କରିଥାନ୍ତି। ଏପରି କଲେ ଶ୍ୱାସ ଓ କଫ ସମସ୍ୟା ଦୂର ହୋଇଥାଏ।

ଆପଣଙ୍କ ଗୋଡ଼ ଫଟା କିମ୍ବା ନଖ ସଫା କରିବା ପାଇଁ ମଧ୍ୟ ଆପଣ ଏହାକୁ ବ୍ୟବହାର କରି ବହୁ ଉପାକର ପାଇପାରିବେ।

ସମ୍ବନ୍ଧିତ ଖବର