ଉଚ୍ଚ ରକ୍ତଚାପକୁ ରୋକିବା ସହ ଅନେକ ରୋଗକୁ ଦୂରରେ ରଖିଥାଏ ଗଜାମୁଗ…
ମୁଗ ଡ଼ାଲି ଖାଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ସମସ୍ତେ କହିଥାନ୍ତି । ଏଥିରେ କମ କ୍ୟାଲୋରି ଥିବା ସହ ଭିଟାମିନ୍ ଏ,ବି,ସି ଏବଂ ଇ ର ଅଧିକ ପରିମାଣରେ ରହିଥାଏ । ଏହା ସହ ମ୍ୟାଗ୍ନେସିୟମ, କପର, ଫାଇବର, ପୋଟାସିୟମ, ଆଇରନ ଭଳି ଅନେକ ପୋଷକ ତତ୍ତ୍ୱ ମୁଗରେ ରହିଥାଏ । ତେବେ ମୁଗ ସହ ଗଜାମୁଗ ମଧ୍ୟ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଆସନ୍ତୁ ଜାଣିବା ସକାଳ ସମୟରେ ଗଜାମୁଗ ଖାଇବା ଦ୍ୱାରା କ’ଣ ସବୁ ଫାଇଦା ମିଳିଥାଏ…
Sambad is now on WhatsApp
Join and get latest news updates delivered to you via WhatsApp
୧.ସକାଳ ସମୟରେ ଗଜାମୁଗ ଖାଇବା ଦ୍ୱାରା ଏହା ଶରୀରରେ କର୍କଟ ରୋଗ ସୃଷ୍ଟିକାରୀ କୋଷିକାଗୁଡ଼ିକୁ ବଢ଼ିବାରୁ ରୋକିଥାଏ । ଯାହାଦ୍ୱାରା କର୍କଟ ରୋଗ ହେବାର ଆଶଙ୍କ କମ ହୋଇଥାଏ ।
୨.ଯେଉଁ ଲୋକମାନଙ୍କର ଉଚ୍ଚ ରକ୍ତଚାପର ସମସ୍ୟା ରହିଛି ସେମାନଙ୍କ ପାଇଁ ସକାଳ ସମୟରେ ଗଜାମୁଗ ଖାଇବା ଅତ୍ୟନ୍ତ ଲାଭଦାୟକ । ଏଥିରେ ସୋଡ଼ିୟମ ନ ଥିବାରୁ ଏହାକୁ ଖାଇଲେ କୋଲେଷ୍ଟ୍ରଲର ସ୍ତର ଏବଂ ରକ୍ତଚାପ ନିୟନ୍ତ୍ରଣ ହୋଇ ରହିଥାଏ ।
୩.ସକାଳୁ ଉଠିବା ପରେ ଗଜାମୁଗ ଖାଇବା ଦ୍ୱାରା ପାଚନ କ୍ରିୟା ସୁସ୍ଥ ରହିଥାଏ । ଯେଉଁ ଲୋକମାନଙ୍କରେ ଖାଦ୍ୟ ହଜମ ହେବାରେ ଅସୁବିଧା ହେଉଛି । ସେମାନଙ୍କୁ ସକାଳୁ ଗଜାମୁଗ ଖାଇବା ଆରମ୍ଭ କରିବା ଦରକାର ।
୪.ଲିଭର ସମସ୍ୟାକୁ ଦୂର କରିବା ବା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଗଜାମୁଗ ଖୁବ୍ ଭଲ ।