ଆତ ଖାଆନ୍ତୁ ! ପାଟିକୁ ଯେମିତି ମିଠା, ଦେହ ପାଇଁ ସେମିତି ଉପକାରୀ

ସାଧାରଣତଃ ଆତ ସବୁଠାରେ ମିଳୁଥିବା ଫଳ ମଧ୍ୟରୁ ଗୋଟିଏ। ତେବେ ଆତ ଫଳ ପାଟିକୁ ଯେପରି ସ୍ୱାଦିଷ୍ଟ ଠିକ୍‌ ସେହିପରି ସ୍ୱାସ୍ଥ୍ୟ ପାଇଁ ବି ଏହା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଅନେକ ରୋଗ ଦୂର ଲାଗି ଆତ ସହାୟକ ହୋଇଥାଏ।

୧-ହୃଦ୍‌ଘାତକୁ ରୋକିବାରେ ସହାୟକ ହୋଇଥାଏ ଆତ: ମ୍ୟାଗ୍ନେସିଅମ୍‌ରେ ଭରପୂର ହୋଇଥିବା ଆତରେ ହୃଦୟ ସହିତ ଜଡ଼ିତ ରୋଗକୁ ରୋକିବାର କ୍ଷମତା ରହିଥାଏ। ଏତଦ୍‌ବ୍ୟତୀତ ଏଥିରେ ରହିଥିବା ଭିଟାମିନ୍‌ ବି-୬ ଯୋଗୁଁ ବ୍ୟକ୍ତି ଶରୀରର ହୋମୋସିଷ୍ଟାଇନ୍‌ ,ଏମିନୋ ଏସିଡ୍‌ ଭଳି ସମସ୍ୟା ବି ନିୟନ୍ତ୍ରଣରେ ରହେ।

Medical News Today

୨-‘ଖଣ୍ଡିଆ’ ଠିକ୍‌ କରିବାରେ ସାହଯ୍ୟ କରେ ଆତ: ବିଶେଷଜ୍ଞଙ୍କ ଅନୁସାରେ ଆତର ସେବନ ସାଧାରଣ ଭାବରେ ହୋଇଥିବା ଖଣ୍ଡିଆକୁ ଠିକ୍‌ କରିବାରେ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଯାହାକି ତ୍ୱଚା କୋଷିକାକୁ ପୁଣିଥରେ ବିକଶିତ କରିବା ସହିତ ଦରଦ ଜନିତ ସମସ୍ୟାକୁ ବି ତୂରନ୍ତ ଦୂର କରେ। ତେବେ ଆତ ରେ ମଧ୍ୟ ଆଣ୍ଟି-ବ୍ୟାକ୍ଟେରିଅଲ୍‌ ଗୁଣ ନିହିତ ରହିଥାଏ।

୩- ଖାଦ୍ୟ ପାଚନ କ୍ରିୟାରେ ସାହାଯ୍ୟ କରିଥାଏ ଆତ: ସାଧାରଣତଃ ଆତରେ କପର୍‌ ଏବଂ ଫାଇବର ଭରପୂର ମାତ୍ରାରେ ରହିଥାଏ। ଆତ ପାଚନ କ୍ରିୟା ସଂପାଦନ କରି ହଜମ କରାଇଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ପାଣି ସହିତ ଆତ ପାଉଡ଼ରକୁ ମିଶାଇ ଖାଇବା ଦ୍ୱାରା ଏହା ଡାଇରିଆ ସହିତ ଲଢ଼ିବାରେ ମଧ୍ୟ ସହାୟକ ହୋଇଥାଏ।

Good Health All

୪-କ୍ୟାନ୍‌ସର ଦାଉରୁ ରକ୍ଷା କରିଥାଏ ଆତର ପତ୍ର :ଏକ ଅଧ୍ୟୟନରୁ ଜଣାଯାଇଛି ଯେ, କେବଳ ଯେ ଆତ ନୁହେଁ ଏହାର ପତ୍ର ମଧ୍ୟ ସ୍ତନ କର୍କଟ ଲାଗି ଉପକାରୀ ହୋଇଥାଏ। କାରଣ ଏଥିରେ ଭରି ରହିଥିବା ଆଣ୍ଟି-ଅକ୍ସିଡେଣ୍ଟ ଯୋଗୁଁ ଏହା କୋଷିକାଗୁଡ଼ିକୁ କୌଣସି କ୍ଷତି ହେବାକୁ ଦେଇନଥାଏ।

୫- ସୁସ୍ଥ ତ୍ୱଚା ଏବଂ କେଶ ଲାଗି ବିଶେଷ ଉପକାରୀ ହୋଇଥାଏ ଆତ:ଆତରେ ଭିଟାମିନ୍‌-ଏ ଥିବା ଯୋଗୁଁ ଏହା ଉଭୟ ତ୍ୱଚା ଏବଂ କେଶ ପାଇଁ ଉପାଦେୟ ହୋଇଥାଏ।

୬-ମାଢ଼ି ଏବଂ ଦାନ୍ତକୁ ମଜ୍‌ଭୁତ କରିଥାଏ ଆତ : ବିଶେଷଜ୍ଞମାନେ ସପ୍ତାହକୁ ଥରୁଟିଏ ଏହାର ବ୍ୟବହାର ପାଇଁ ପରାମର୍ଶ ଦେଇଥିବାବେଳେ,ଏହାର ସେବନ ଉଭୟ ମାଢ଼ି ଓ ଦାନ୍ତକୁ ମଜ୍‌ଭୁତ କରିବାରେ ମଧ୍ୟ ସାହଯ୍ୟ କରେ।

ସମ୍ବନ୍ଧିତ ଖବର