ହଳଦୀର ଗୁଣ ଅନେକ: ସୁସ୍ୱାସ୍ଥ୍ୟରୁ ସୌନ୍ଦର୍ଯ୍ୟ

ହଳଦୀର ଔଷଧୀୟ ଏବଂ ଆୟୁର୍ବେଦୀୟ ଗୁଣ ବିଷୟରେ ସମସ୍ତେ ଜାଣନ୍ତି । କିନ୍ତୁ ଏହାର ପେଷ୍ଟ ମୁହଁରେ ଲଗାଇବା ଦ୍ୱାରା ଅନେକ ଲାଭ ମିଳିଥାଏ । ତ୍ୱଚା ସମ୍ବନ୍ଧୀୟ ରୋଗକୁ ଭଲ କରିବାରେ ହଳଦୀର ପ୍ରୟୋଗ କରାଯାଏ । ଆଖିର ତଳେ ହଳଦୀର ଲେପ ଲଗାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ। ।

ପ୍ରୟୋଗ ବିଧି: ୨ ଚାମଚ ହଳଦୀ ପାଉଡର ସହିତ ଅଳ୍ପ ମାତ୍ରାରେ କ୍ଷୀର ଓ ମହୁ ମିଶାଇ ପେଷ୍ଟ କରନ୍ତୁ । ନ ହେଲେ କଞ୍ଚା ହଳଦୀକୁ କ୍ଷୀର ସହିତ ମିଶାଇ ପେଷ୍ଟ କରନ୍ତୁ ଏବଂ ତା’ପରେ ସେଥିରେ ମହୁ ମିଶାନ୍ତୁ । ଏବେ ଏହାକୁ ଆଖିର ତଳ ଭାଗରେ ଲଗେଇକି ୧୦ ମିନିଟ୍‌ ରଖନ୍ତୁ ଏବଂ ତା’ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ । ଶୋଇବା ପୂର୍ବରୁ ଏମିତି କରନ୍ତୁ ।

Frugally Sustainable

ହଳଦୀ ପାଉଡରକୁ ବିନା ମଶ୍ଚରାଇଜରରେ ଲଗାନ୍ତୁ ନାହିଁ । କାରଣ ହଳଦୀ ପାଉଡର ଏକ ଡ୍ରାଇଙ୍ଗ୍‌ ଏଜେଣ୍ଟ । ଆଖିର ତଳ ଭାଗ ସମ୍ବେଦନଶୀଳ ଏବଂ ବହୁତ ପତଳା ମଧ୍ୟ । ତେଣୁ ଏହି ଭାଗରେ ପ୍ରୟୋଗ କରାଯାଉଥିବା ଜିନିଷ ଜଲଦି ରକ୍ତ ପାଖକୁ ପହଞ୍ଚିଯାଇଥାଏ । ହଳଦୀ ଆଣ୍ଟି-ସେପ୍ଟିକ୍‌ ଏବଂ ଆଣ୍ଟି- ଏଜିଙ୍ଗ୍‌ ଅଟେ । ଆଖି ତଳ ଭାଗରେ ଥିବା କଳା ଦାଗକୁ ମଧ୍ୟ ଦୂର କରିବାରେ ସହାୟକ ହୋଇଥାଏ ।

ଏହା ଶରୀରରେ ଫ୍ରି ରୈଡକଲ୍ସ କମ୍‌ କରିବାରେ ସହାୟକ ହୋଇଥାଏ, ଯାହା ଫଳରେ କ୍ୟାନସର ହେବାର ସମ୍ଭାବନା କମ୍‌ ହୋଇଥାଏ । ମଧୁମେହ ରୋଗକୁ ମଧ୍ୟ ନିୟନ୍ତ୍ରିତ କରିବାରେ ସହାୟକ ହୋଇଥାଏ । ରକ୍ତରେ ସୁଗାର ସ୍ତର ମଧ୍ୟ କମ୍‌ କରିବାରେ ସହାୟକ ହୋଇଥାଏ । ନିୟମିତ ହଳଦୀ ସେବନ କରିବା ଦ୍ୱାରା ପାଚନ କ୍ରିୟା ମଧ୍ୟ ଭଲ ହୋଇଥାଏ ।

ସମ୍ବନ୍ଧିତ ଖବର